ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ମା ସମଲେଶ୍ବରୀ ଙ୍କ ନବନିର୍ମିତ ମନ୍ଦିର ପ୍ରତିଷ୍ଠା

ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ବୈଜଲ ପୁର ଠାରେ ନବନିର୍ମିତ ମାଁ ସମଲେଶ୍ଵରୀ ଙ୍କ ମନ୍ଦିର ତଥା ଦେବି ମହାଯଜ୍ଞ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଅଛି । କାର୍ଯ୍ୟକ୍ରମ ରେ ମୁଖ୍ଯ ଅତିଥି ଭାବରେ ଖଡିଆଳ ବିଧାନସଭା ନିର୍ବାଚନ ମଣ୍ଡଳୀର ବିଜେଡି ବିଧାୟକ ପ୍ରାର୍ଥି ଲମ୍ବୋଦର ନିଆଲ ଓ ସମ୍ମାନିତ ଅତିଥି ଭାବରେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ସଦସ୍ୟା ମନ୍ଦାକିନୀ ବଘେଲ, ପୁର୍ବତନ ଜିଲ୍ଲା ପରିଷଦ ସଭ୍ଯ ରମେଶ ତିୱାରୀ, ବିଜେଡି ଜିଲ୍ଲା ଛାତ୍ର ସଭାପତି ଅମିତ ସିଂ ଦେଓ, ଶୋଭା ରାମ ଦଣ୍ଡସେନା, ଡୋଲାମଣି ଘିଭେଲା, ସମଲେଶ୍ଵରୀ ମନ୍ଦିର ପୁଜକ ନାରାୟଣ ମାଝି, ବିଦେଶୀ ଦଣ୍ଡସେନା ପ୍ରମୁଖ ମନ୍ଚାସିନ ହୋଇଥିଲେ । ତ୍ରିନାଥ ବାଗ ମନ୍ଚ ପରିଚାଳନା କରିଥିଲେ । ବହୁତ ସୁନ୍ଦର ପ୍ରାକ୍ରୁତିକ ପରିବେଶ ରେ ମନ୍ଦିର ର ନିର୍ମାଣ ହୋଇଥିବାରୁ ଏହାର ଅନ୍ୟାନ୍ୟ ଭିତ୍ତିଭୂମି ର ବିକାଶ ମଧ୍ଯ ଆବଶ୍ଯକତା ରହିଅଛି ବୋଲି ମୁଖ୍ଯ ଅତିଥି ଶ୍ରୀ ନିଆଲ ମତବ୍ୟକ୍ତ କରିଥିଲେ। ବର୍ତ୍ତମାନ ରାଜ୍ଯ ସରକାର ମଧ୍ଯ ବିଭିନ୍ନ ଦେବାଦେବୀ ମନ୍ଦିରର ଉନ୍ନତି ଦିଗରେ ବହୁ କାର୍ୟ୍ଯ କରୁଛନ୍ତି ଏଣୁ ସେ ବୈଜଲଗଡ ସମଲେଶ୍ଵରୀ ମନ୍ଦିର ର ଭୋଗ ମଣ୍ଡପ ପାଇଁ ସରକାର କଂ ଠାରୁ ୧୦ ଲକ୍ଷ ଟଂକାର ଅନୁଦାନ ରାଶି ଯୋଗାଇଦେବା ପାଇଁ ପ୍ରତିଶ୍ରୁତି ପ୍ରଦାନ କରିଛନ୍ତି । ଏହା ସହିତ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ସଦସ୍ୟା ମନ୍ଦାକିନୀ ବଘେଲ ତାକଂ ନିଜସ୍ବ ପାଣ୍ଠିରୁ ମନ୍ଦିର କୁ ରାସ୍ତା ନିର୍ମାଣ ପାଇଁ ଅନୁଦାନ ପ୍ରଦାନ କରିବେ ବୋଲି ପ୍ରତିଶ୍ରୁତି ପ୍ରଦାନ କରିଥିଲେ ।

ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

କାମାକ୍ଷାଗରରେ ପ୍ରଥମ ପୂଜ୍ୟ ଶ୍ରୀଗଣେଶ ପୂଜା 

Sunil Chandra Nayak

ଭଦଯାପିତ ହେଲା ମନ୍ଦିର ପ୍ରତିଷ୍ଠା ଉସ୍ଵବ

Sunil Chandra Nayak

କେଲିଆ ଶୈବପୀଠ ରେ ବୋଲବମ ଭକ୍ତ ଙ୍କ ଭିଡ 

masiha

Leave a Comment

error: Content is protected !!