ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ଯୋରନ୍ଦା ଜଗନ୍ନାଥ ମନ୍ଦିର ପ୍ରlଗଣରେ ଶ୍ରୀ ଶ୍ରୀ ଚୈତନ୍ୟ ମହାପ୍ରଭୁଙ୍କର 45ତମ ଅଷ୍ଟପ୍ରହର ନାମଯଜ୍ଞ

ଯୋରନ୍ଦା ଜଗନ୍ନାଥ ମନ୍ଦିର ପ୍ରlଗଣରେ ଶ୍ରୀ ଶ୍ରୀ ଚୈତନ୍ୟ ମହାପ୍ରଭୁଙ୍କର 45ତମ ଅଷ୍ଟପ୍ରହର ନାମଯଜ୍ଞ

ଢେଙ୍କାନାଳ ଜିଲ୍ଲା ଗନ୍ଦିଆ ବ୍ଲକ ଯୋରନ୍ଦା ପଞ୍ଚାୟତ ତେରମାଇଲି ଗ୍ରାମରେ ଫାଲ୍ଗୁନ ମାସ ଶୁକ୍ଳପକ୍ଷ ତା -24-02-2026ରିଖ ମଙ୍ଗଳ ବାର ଠାରୁ 26-02-2026ରିଖ ଗୁରୁବାର ତିନିଦିନ ଧରି ନାମଯଜ୍ଞ ଅନୁଷ୍ଠିତ ହୋଇଯାଇଛି, ମଙ୍ଗଳବାର ଦିନ ଶୁଭାଧିବାସ, ବୁଧବାର ଦିନ ନାମଯଜ୍ଞ, ଓ ଗୁରୁବାର ଦିନ ନଗର କୀର୍ତ୍ତନ ଓ ପୂର୍ଣ୍ଣାହୁତୀ, ପ୍ରସାଦସେବନ l ଅନୁଷ୍ଠାନର କର୍ତ୍ତା ଶ୍ରୀ ସମେନ୍ଦ୍ର ମହାନ୍ତି କୁହନ୍ତି ଚଳିତବର୍ଷ କୁ 45ବର୍ଷ ରେ ପଦାର୍ପଣ କରିଛି, ଏହି ଅଞ୍ଚଳର 20ଟି ସଂକୀର୍ତ୍ତନ ମଣ୍ଡଳୀ ଯୋଗ ଦେଇଥିଲେ, ସମସ୍ତଙ୍କ ସହଯୋଗ ବିଶେଷ କରି ଗ୍ରାମବାସୀଙ୍କ ଅକୁଣ୍ଠ ସାହାଯ୍ୟ ଓ ସହଯୋଗରେ ଏହି ଅନୁଷ୍ଠାନଟି ଆଗେଇ ଚାଲିଛି, ଏହି ଅନୁଷ୍ଠାନ ଏକ ଅଗ୍ରଣୀୟ ଅନୁଷ୍ଠାନ ଅଟେ, ତିନିଦିନଧରି ଏଠାରେ ଅର୍ଣ୍ଣ ପ୍ରସାଦ ସେବନ କରାଯାଏ l ଆଗକୁ ଏ ଅନୁଷ୍ଠାନ ଅଧିକରୁ ଅଧିକ କୀର୍ତ୍ତନ ମଣ୍ଡଳୀ ଆସିବେବୋଲି ଗ୍ରାମବାସୀମାନେ ଆତ୍ମବିଶ୍ୱାସ ରଖିଛନ୍ତି l 

ତାପସ ଦାସ ଙ୍କ ରିପୋର୍ଟ୍  

Related posts

ଧର୍ମଗଡ ରେ ନାଗବମ୍ ଶିବ ଭକ୍ତ ଶ୍ରାବଣ ର ତୃତୀୟ ସୋମବାର…. ୩କିଲୋମିଟର ଗୁରୁଣ୍ଡି ଗୁରୁଣ୍ଡି ଶିବ ମନ୍ଦିର ରେ ଜଳ ଲାଗି କଲେ ଧର୍ମଗଡ ବସ୍ତିପଡ଼ାର ଶିବ ଭକ୍ତ।

Sunil Chandra Nayak

ସର୍ବମଙ୍ଗଳା ମନ୍ଦିରରେ ନୂତନ ବିଗ୍ରହ ପ୍ରାଣ ପ୍ରତିଷ୍ଠା ମହୋତ୍ସବ ଅନୁଷ୍ଠିତ

Sunil Chandra Nayak

ଅମଠା ଶୈବ ପୀଠ ସ୍ଥଳୀରେ ଶିବ ଓ ଚଣ୍ଡୀ ମନ୍ଦିର ପ୍ରତିଷ୍ଠା ଉପଲକ୍ଷେ ଶୋହଳ ପ୍ରହର ନାମ ଯଜ୍ଞ ଆୟୋଜିତ

Leave a Comment

error: Content is protected !!