ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ଉଲିକୁପା ଶ୍ରୀ ଜଗନ୍ନାଥ ମନ୍ଦିର ରତ୍ନମୁଦ କାର୍ଯ୍ୟକ୍ରମ

ରୂପ୍ରା -:   ନର୍ଲାବ୍ଳକ ଅନ୍ତର୍ଗତ ଉଲିକୁପା ପଞ୍ଚାୟତ ର ଉଲିକୁପା ଗ୍ରାମ ଠାରେ ନବ ନିର୍ମିତ ଶ୍ରୀ ଶ୍ରୀ ଜଗନ୍ନାଥ ମନ୍ଦିରର ରତ୍ନମୁଦ (କୁମ୍ଭ ଭରଣ) କାର୍ଯ୍ୟକ୍ରମ ମହାସମାରୋହରେ ସମାପନ ହୋଇଯାଇଛି। ଏଥିରେ ଜଗନ୍ନାଥ ମନ୍ଦିର କମିଟି ସଭାପତି ତଥା ଯଜ୍ଞ କର୍ତ୍ତା ଆନନ୍ଦ ମାଝୀ, ତିଲୋତ୍ତମା ମାଝୀ,କୁମରମଣୀ ଶବର, ଜୟ ଦେବ ସା,ସମୋବାରୀ ସା,ପୂଜା କମିଟିର ମନ୍ଦିର କୁମ୍ଭ ଭରଣ କାର୍ଯ୍ଯକ୍ରମ ରେ ଉପସ୍ଥିତ ରହିଥିଲେ। ଅନ୍ଯ ମାନଙ୍କ ମଧ୍ୟରେ ନର୍ଲା ବିଧାୟକ ଭୂପିନ୍ଦର ସିଂ,ପୂର୍ବତନ ବିଧାୟକ ଧନେଶ୍ୱର ମାଝୀ, ଜିଲ୍ଲାପରିଷଦ ଚେୟାରମ୍ୟାନ ପୁଷ୍ପେନ୍ଦ୍ର ସିଂ ଦେଓ,ଯୁବନେତା ଦଲଜିତ ସିଂ,ନର୍ଲାବ୍ଳକ ଅଧ୍ୟକ୍ଷ। ମନୋରମା ମହାନ୍ତି, ଉପାଧ୍ୟକ୍ଷ ଦୁର୍ଗାପସାଦ ମହାନ୍ତି, ଜିଲ୍ଲାପରିଷଦ ସଦସ୍ୟ ହରିଶଙ୍କର ମାଝୀ,ଜିଲ୍ଲା ବିଜେଡି ଉପସଭାପତି ଚିତ୍ତରଞ୍ଜନ ମଣ୍ତଳ, ନର୍ଲା ବ୍ଳକ ସରପଞ୍ଚ,ସମିତି ସଭ୍ଯ ସମେତ୍ ହଜାର ହଜାର ଜନସାଧାରଣ ଉପସ୍ଥିତ ରହି ଧାନ, ପଞ୍ଚ ଶସ୍ଯ,ମୁଦ୍ରା, ସୁନା,ରୂପା ଇତ୍ୟାଦି କୁମ୍ଭରେ ପକାଇ ଥିଲେ। ଏହି କାର୍ଯ୍ୟକ୍ରମ ସକାଳ ଘ ୧୦ ଣ୍ଟା ଠାରୁ ରାତ୍ର ୮ ଘଣ୍ଟା ପର୍ଯ୍ୟନ୍ତ ଚାଲୁ ରହିଥିଲା। ଉଲିକୁପା ଜ୍ଯୋତି ବିକାଶ କ୍ଳବ ବିଶେଷ ଭାବରେ ସହଯୋଗ କରିଥିଲେ।

ରୁପ୍ରା ରୁ ପ୍ରଦୀପ ସେନାପତି ଙ୍କ ରିପୋର୍ଟ 

Related posts

ରାମଚନ୍ଦ୍ରପୁର ଗାଁରେ ଭୂମି ଝାଙ୍କିର ପୂଜା 

Sunil Chandra Nayak

ଇସ୍ପାତ ଫିଟନେସ ପାର୍କରେ ରଜଉତ୍ସବ ପାଳନ

Sunil Chandra Nayak

ଶ୍ରୀମଦ ଭାଗବତ କଥା ଜ୍ଞାନ ଯଜ୍ଞ ଆୟୋଜନ ପ୍ରସ୍ତୁତି

Sunil Chandra Nayak

Leave a Comment

error: Content is protected !!