ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ପ୍ରଭୁ ଶନିଶ୍ଚର ମନ୍ଦିରର ରତ୍ନମୁଦ ଉତ୍ସବ

ପ୍ରଭୁ ଶନିଶ୍ଚର ମନ୍ଦିରର ରତ୍ନମୁଦ ଉତ୍ସବ

ଢେଙ୍କାନାଳ – ଢେ଼ଙ୍କାନାଳ ଜିଲ୍ଲା ସଦର ବ୍ଲକ ମଧୁସାହୁ ପାଟଣା ଗ୍ରାମର ପ୍ରଭୁ ଶନିଶ୍ଚରଙ୍କ ନବନିର୍ମିତ ମନ୍ଦିରର ରତ୍ନମୁଦ ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ। ସକାଳେ ଶତାଧିକ ମହିଳା ଓ ପୁରୁଷ ସ୍ଥାନୀୟ ସାପୁଆନଦୀରୁ କଳସରେ ଜଳଧରି ଯଜ୍ଞସ୍ଥଳରେ ପହଞ୍ଚିବା ପରେ ରତ୍ନମୁଦ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ବେଦଜ୍ଞ ବ୍ରାହ୍ମଣ ଉମେଶ ନନ୍ଦ ଓ ସୂର୍ଯ୍ୟକାନ୍ତ କବି ଶତପଥୀଙ୍କ ମନ୍ତ୍ରଧ୍ବନିରେ ଯଜ୍ଞ ଅନୁଷ୍ଠିତ ହୋଇଥିବା ବେଳେ ଭଜନ,କୀର୍ତ୍ତନ ଓ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମଧୁସାହୁ ପାଟଣା ଗ୍ରାମ ସମେତ ଆଖପାଖ ଗ୍ରାମର ଶତାଧିକ ଭକ୍ତ ଓ ଶ୍ରଦ୍ଧାଳୁମାନେ ଯୋଗଦେଇ ରତ୍ନମୁଦ ପ୍ରତିଷ୍ଠା ଉପଲକ୍ଷେ ଚାଉଳ,ଧାନ,ବିଭିନ୍ନ ପ୍ରକାର ରତ୍ନ,ଶସ୍ୟ ଆଦି ପ୍ରଦାନ କରିଥିଲେ। ଗ୍ରାମରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହେବା ସହ ସମସ୍ତ ଶ୍ରଦ୍ଧାଳୁଙ୍କ ପାଇଁ ପ୍ରସାଦ ସେବନ ବ୍ୟବସ୍ଥା କରାଯାଇଥିଲା। ଶହଶହ ଶ୍ରଦ୍ଧାଳୁଙ୍କ ଉପସ୍ଥିତିରେ ଯଜ୍ଞ ରତ୍ନମୋଦ ସମ୍ପନ୍ନ ହୋଇ ମୁଖଶାଳା ଓ ମନ୍ଦିର ପ୍ରତିଷ୍ଠା କରାଯାଇଥିଲା। ସଭାପତି ପ୍ରକାଶ ସାହୁ ସମ୍ପାଦକ ପବିତ୍ର ସାହୁ କର୍ତ୍ତା ନିତ୍ୟନନ୍ଦ ଖିଲାର,କର୍ତ୍ତୀ କବିତା ଖିଲାର ଓ ଅନ୍ୟମାନେ ହେଲେ ଦିଲ୍ଲୀପ ସାହୁ,ମହେଶ୍ବର ସାହୁ ସନ୍ତୋଷ ସାହୁ,ଅନର୍ଥ ବେହେରା,ଶରତ ସାହୁ ଯୁବଗୋଷ୍ଟୀ ଓ ଗ୍ରାମକମିଟି ସହଯୋଗ କରିଥିଲେ।

ପ୍ରହ୍ଲାଦ ମୁଦୁଲି ଙ୍କ ରିପୋର୍ଟ୍ 

Related posts

ରାଇରଙ୍ଗପୁରର ପ୍ରଷିଦ୍ଧ ଶ୍ରୀ ଶ୍ରୀ ଐଶ୍ବାନେଶ୍ବର ଶୈବ ପୀଠ ଚଳଚଞ୍ଚଳ

Sunil Chandra Nayak

ଡାବୁଗାଁ କେଲିଆ ଶୈବ ପୀଠରେ କାର୍ତ୍ତିକ ପୂର୍ଣ୍ଣିମା ପାଳିତ 

Sunil Chandra Nayak

ଶ୍ରୀ ଶ୍ରୀ ଆଖଣ୍ଡଳମଣି ମନ୍ଦିରରେ ଶିବ ବିବାହ ମହାସମାରୋହରେ ସମ୍ପନ୍ନ

Sunil Chandra Nayak

Leave a Comment

error: Content is protected !!