ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ଧର୍ମଗଡ଼ ଶକ୍ତି ମଣ୍ଡପରେ ବାସନ୍ତିକ ଦୁର୍ଗାପୂଜା

ଅଞ୍ଚଳରେ ଏକମାତ୍ର ଚୈତ୍ର କାଳୀନ ବାସନ୍ତିକ ଦୁର୍ଗାପୂଜା ଯୋଗୁଁ ଚଳଚଞ୍ଚଳ ସହର….

ସାର୍ବଜନୀନ ଦୁର୍ଗା ପୂଜା କମିଟି, ଶକ୍ତିମଣ୍ଡପ-ଧର୍ମଗଡ଼ ଗତ ୨୮ ମାର୍ଚ୍ଚ ଠାରୁ ୩୦ ମାର୍ଚ୍ଚ ପର୍ଯ୍ୟନ୍ତ ମା ଦୁର୍ଗାଙ୍କ ଚୈତ୍ର କାଳୀନ ବାସନ୍ତିକ ଦୁର୍ଗା ପୂଜା ୧୦ମ ବର୍ଷ ପାଇଁ ଶକ୍ତିମଣ୍ଡପ ଠାରେ ଆୟୋଜନ ହେଉଛି। ଏହି ଅବସରରେ ପ୍ରତ୍ୟେକ ସନ୍ଧ୍ୟା ୭ଘଣ୍ଟା ସମୟରେ ସାନ୍ଧ୍ୟ ଆଳତି ଦର୍ଶନ ଓ ପ୍ରସାଦ ସେବନ ବ୍ୟବସ୍ଥା କରାଯାଇଛି। ପ୍ରତିଦିନ ଦିବା ୧ଘଣ୍ଟା ସମୟରେ ସର୍ବସାଧାରଣ ଙ୍କ ପାଇଁ ଅନ୍ନ ପ୍ରସାଦ ବ୍ୟବସ୍ଥା ରହିଛି। ତିନିରାତ୍ର ବ୍ୟାପୀ ୮ଘଣ୍ଟା ସମୟରେ ମନୋରଞ୍ଜନ ପାଇଁ ପଶ୍ଚିମ ଓଡିଶାର ସୁନାମଧନ୍ୟ କଳାକାର ରୀତା କୁମ୍ଭାର , ମଗସୀର ଢୋଲିଆ ଓ ଅନାଟନ ଢୋଲିଆ ଓ ସାଥି କଳାକାର ମାନଙ୍କୁ ନେଇ ପରିବେଷିତ ହେଉଛି ଓଡିଶା ପ୍ରସିଦ୍ଧ ରସ ମନ୍ଦାର ମହିଳା ଦଣ୍ଡ ନୃତ୍ୟ। 

ସୂଚନା ଯୋଗ୍ୟ ଯେ, ଅଞ୍ଚଳରେ ଏକମାତ୍ର ଚୈତ୍ର କାଳୀନ ବାସନ୍ତିକ ଦୁର୍ଗାପୂଜା ଯୋଗୁଁ ସମଗ୍ର ଅଞ୍ଚଳ ଚଳଚଞ୍ଚଳ ହୋଇ ଉଠିଛି।

ସ୍ଥାନୀୟ ସାର୍ବଜନୀନ ଦୂର୍ଗା ପୂଜା କମିଟି ପକ୍ଷରୁ ଧର୍ମଗଡ଼ ଶକ୍ତି ମଣ୍ଡପରେ ମାଁ ଦୁର୍ଗାଙ୍କ ଚୈତ୍ର ନବ ରାତ୍ର ପୂଜା ଚାଲିଛି। ପାଞ୍ଚ ଦିନିଆ ଏହି ବାସନ୍ତୀକ ଦୁର୍ଗା ପୂଜାରେ ଷଷ୍ଠି ତିଥିରେ ବିଲ୍ଵବରଣ, ସପ୍ତମୀରେ ମୁଖ ଦର୍ଶନ ସହ ପୂଜାରମ୍ଭ ହୋଇଥିଲା।ବୁଧବାର ଅଷ୍ଟମୀରେ ସନ୍ଧି ପୂଜା ଏବଂ ପ୍ରତ୍ୟହ ଚଣ୍ଡୀ ପାଠ ସହ ହୋମ କରାଯିବ। ଶୁକ୍ରବାର ଦଶମୀରେ ପୂର୍ଣ୍ଣାହୁତି ପରେ ବିସର୍ଜନ କରାଯିବ ବୋଲି ଆୟୋଜକ କମିଟିର ସଭାପତି ଭବାନୀ ଚରଣ ଦାସ ପ୍ରକାଶ କରିଛନ୍ତି। ମୁଖ୍ୟ ପୂଜକ ଦାଶରଥ୍ ଖଡ଼ଙ୍ଗା ଓ ସହଯୋଗୀ ପୂଜକ ଭାବେ ଜଗଦାନନ୍ଦ ଖାଡ଼ଙ୍ଗା ପୂଜା ଦାୟିତ୍ବ ତୁଲାଉଛନ୍ତି ।କର୍ତ୍ତା ଭାବେ ଆଇନଜୀବୀ କୃପାସିନ୍ଧୁ ପଣ୍ଡା ସସ୍ତ୍ରୀକ ଦାୟିତ୍ଵ ନେଇଥିବା ବେଳେ ବରିଷ୍ଠ ସଦସ୍ୟ ସୁବାସ ଚନ୍ଦ୍ର ପାଣିଗ୍ରାହୀ, ସନ୍ତୋଷ କୁମାର ମେହେର, ସୁମନ୍ତ ପଣ୍ଡା, ଲିଙ୍ଗରାଜ ବେହେରା, ସୁମନ୍ତ ଠାକୁର, ମହେନ୍ଦ୍ର ମୁନି, ପ୍ରମୁଖ ସହଯୋଗ କରୁଛନ୍ତି। କରୁଛନ୍ତି। 

ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

ଡାବୁଗାଁ କେଲିଆ ଶୈବ ପୀଠରେ ମହାଶିବରାତ୍ରି ପାଳିତ

Sunil Chandra Nayak

ଡାବୁଗାଁରେ ଶ୍ରୀ ହନୁମାନ ଜୟନ୍ତୀ ପାଳିତ 

masiha

ପ୍ରାଚୀନ ଶୈବପୀଠ : ମୋହନଗିରି ଧଵଳେଶ୍ୱର ମନ୍ଦିରରେ ଜାଗର ମେଳା ଏବଂ ଚଣ୍ଡୀ ପୂଜା ପାଇଁ ପ୍ରସ୍ତୁତି

Sunil Chandra Nayak

Leave a Comment

error: Content is protected !!