ଲାଞ୍ଜିଗଡ଼,୨୯/୦୩( ମ ନି ସ)-ଲାଞ୍ଜିଗଡ଼ ବ୍ଲକ ବିଜେପୁର ଥାନା ପାହାଡ଼ପଦର ପଞ୍ଚାୟତ ବୋରପଦର ଗାଁରେ ଜଣେ ବିବାହିତା ମହିଳା ଆତ୍ମହତ୍ୟା କରିବା ଘଟଣାରେ ଆଜି ଅଭିଯୁକ୍ତ ସ୍ବାମୀକୁ କୋର୍ଟଚାଲାଣ କରାଯାଇଛି ! ଜାମିନ ନାମଞ୍ଜୁର ହେବାରୁ ତାକୁ ଜେଲ୍ ଯିବାକୁ ପଡ଼ିଛି ! ରବିବାର ଦିନ ବୋରପଦର ଗାଁର ମଣ୍ଟୁ ଦୁର୍ଗାଙ୍କ ପତ୍ନୀ ମାନସୀ ନିଜ ଘରେ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଥିଲା ! ଅଭିଯୋଗ ପରେ ବିଜେପୁର ଥାନା ଦାୟିତ୍ବରେ ଥିବା ଲାଞ୍ଜିଗଡ଼ ଥାନାଧିକାରୀ ଉତ୍ତମ କୁମାର ସାହୁଙ୍କ ନେତ୍ରୁତ୍ବରେ ପୁଲିସ ବଳ ଶବ ଜବତ କରି ତଦନ୍ତ କରିବା ସହ ବ୍ୟବଚ୍ଛେଦ ପରେ ମ୍ରୁତ ଯୁବତୀଙ୍କ ବାପାକୁ ଶବ ହସ୍ତାନ୍ତର କରିଥିଲେ ! ଘଟଣାର ଗୁରୁତ୍ବ ଦ୍ରୁଷ୍ଟିରୁ ସେତେବେଳେ ଭବାନୀପାଟଣା ପୁଲିସ ମୁଖ୍ୟାଳୟରୁ ସାଇଣ୍ଟିଫିକ୍ ଟିମ୍ ଆସି ତଦନ୍ତ କରିଥିଲେ ! ବ୍ୟବଚ୍ଛେଦ ରିପୋର୍ଟରୁ ଏହା ଆତ୍ମହତ୍ୟା ହୋଇଥିବା ସ୍ପଷ୍ଟ ହୋଇଥିଲେ ହେଁ ସ୍ବାମୀଙ୍କ ସହିତ କଳିଝଗଡ଼ାରୁ ମାନସୀ ଆତ୍ମହତ୍ୟା କରିଥିବା ପୁଲିସ ପାରିପାର୍ଶ୍ବିକ ତଦନ୍ତରୁ ଜାଣିବାକୁ ପାଇଥିଲା ! ଏପରିକି ମଣ୍ଟୁର ଅତ୍ୟାଚାରରେ ମାନସୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଥିବାବେଳେ ମାନସୀଙ୍କୁ ଆତ୍ମହତ୍ୟା କରିବାକୁ ମଣ୍ଟୁ ଉସୁକାଇଥିବା ତଥ୍ୟ ଓ ପ୍ରମାଣ ପୁଲିସ ହାତରେ ଲାଗିଥିଲା ! ଫଳରେ ବିଜେପୁର ଓ ଲାଞ୍ଜିଗଡ଼ ପୁଲିସ ପକ୍ଷରୁ ମଣ୍ଟୁକୁ ଆଜି ଗିରଫ କରି କୋର୍ଟଚାଲାଣ କରାଯାଇଛି ! କୋର୍ଟରେ ଜାମିନ ନାମଞ୍ଜୁର ହେବାରୁ ମଣ୍ଟୁକୁ ଜେଲ୍ ଯିବାକୁ ପଡ଼ିଛି ! ତେବେ ମାଆର ଆତ୍ମହତ୍ୟା ଓ ବାପକୁ ଜେଲ୍ ହେବା ପରେ ସେମାନଙ୍କର ଦେଢ଼ବର୍ଷର ନିଷ୍ପାପ ପୁଅ ଏବେ ସଂପୂର୍ଣ୍ଣ ବେସାହାରା ହୋଇପଡ଼ିଛି ! ସୂଚନାଯୋଗ୍ୟ, ଲାଞ୍ଜିଗଡ଼ ଥାନା ବଡ଼ପଡ଼ାର ମାନସୀ ନାମକ ଯୁବତୀ ପାହାଡ଼ପଦର ପଞ୍ଚାୟତ ବୋରପଦର ଗାଁର ମଣ୍ଟୁଙ୍କୁ ଭଲ ପାଇ ଦୁଇବର୍ଷ ତଳେ ପ୍ରେମବିବାହ କରିଥିଲେ ! ତେବେ କୌଣସି କାରଣକୁ ନେଇ ମାନସୀ ଆତ୍ମହତ୍ୟା କରିଥିଲେ ! ଏହାପରେ ମ୍ରୁତ ଯୁବତୀଙ୍କ ପରିବାର ଲୋକେ ଘଟଣାସ୍ଥଳରେ ପହଞ୍ଚିି ଝିଅକୁ ହତ୍ୟା କରି ଆତ୍ମହତ୍ୟାର ରୂପ ଦିଆଯାଉଥିବା ଅଭିଯୋଗ କରି ଥାନାର ଦ୍ବାରସ୍ତ ହୋଇଥିଲେ ! ଅଭିଯୋଗ ପାଇବା ପରେ ପୁଲିସ ତଦନ୍ତ ଆରମ୍ଭ କରିଥିଲା ! ମଣ୍ଟୁକୁ ପଚରାଉଚୁରା କରିବା ପାଇଁ ଥାନାରେ ଅଟକ ରଖାଯାଇଥିଲା ! ଏନେଇ ଲାଞ୍ଜିଗଡ଼ ଥାନାରେ କେସ୍ ନଂ ୦୭/୦୨୩ ଦଫା ୩୦୬ରେ ମାମଲା ରୁଜୁ କରାଯାଇ ଆଜି ଅଭିଯୁକ୍ତ ସ୍ବାମୀକୁ କୋର୍ଟଚାଲାଣ କରାଯାଇଛି !