ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ସ୍ଵାମୀ ଓ ସ୍ତ୍ରୀ ଙ୍କ ଆତ୍ମହତ୍ୟା 

ସ୍ଵାମୀ ଓ ସ୍ତ୍ରୀ ଙ୍କ ଆତ୍ମହତ୍ୟା 

ଡାବୁଗାଁ, ୨୭/୩ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ଥାନା ଅଧୀନ ଚେପଟିଆମ୍ବ ଗ୍ରାମରେ ସ୍ଵାମୀ ଓ ସ୍ତ୍ରୀ ଉଭୟ ନିଜ ଘରେ ଆତ୍ମହତ୍ୟା କରିଥିବା ନେଇ ବୁଧବାର ରାତ୍ରିରେ ଅଭିଯୋଗ ହୋଇଥିଲା | ସୂଚନାଯୋଗ୍ୟ:- ଡାବୁଗାଁ ଥାନା ଅଧୀନ ଚେପଟିଆମ୍ବ ଗ୍ରାମର ଦିନ ଜାନୀ (୨୦) ଓ ଝରିଗାଁ ଥାନା ଅଧୀନ ବଡନୀ ଗ୍ରାମର ପୂର୍ଣ୍ଣିମା ମେହେର (୧୯) ମଧ୍ୟରେ ପୂର୍ବରୁ ପ୍ରେମ ସମ୍ପର୍କ ଥିଲା | କିଛି ଦିନ ପ୍ରେମ ପରେ ୨ ଜଣ ବିବାହ କରିବା ପାଇଁ ସ୍ଥିର କରିଥିଲେ | କିନ୍ତୁ ୨ ଜଣ ଅଲଗା ଅଲଗା ଜାତିର ହୋଇଥିବାରୁ ଉଭୟ ପରିବାର ବିବାହ ପାଇଁ ରାଜି ହୋଇନଥିଲେ | ପ୍ରାୟ ଦେଢ ମାସ ତଳେ ପ୍ରେମୀ ଯୁଗୋଳ ଘରୁ ଲୁଚି କରି ଯାଇ ବିବାହ କରି ଦିନ ଜାନୀ ଙ୍କ ଘରକୁ ଆସିଥିଲେ | କିନ୍ତୁ ଦିନ ର ପରିବାର ଲୋକେ ବିବାହ କୁ ଗ୍ରହଣ କରି ନଥିଲେ | ତେଣୁ ଦିନ ଜାନୀ ପରିବାର ଠାରୁ ଅଲଗା ହୋଇ ସ୍ତ୍ରୀ ପୂର୍ଣ୍ଣିମା ସହ ରହିଆସୁଥିଲା | ଦିନ ଜାନୀ ଦିନ ମଜୁରିଆ କାମ କରିବା ସହ ଗାଡି ଚଳାଇ ଯାହା ରୋଜଗାର କରି ୨ ଜଣ ରହୁଥିଲେ | ୪/୫ ଦିନ ତଳେ ଦିନ ସ୍ତ୍ରୀ ପୂର୍ଣ୍ଣିମାକୁ ନେଇ ନିଜ ଶଶୁର ଘର ସହ ସମ୍ପର୍କ ରଖିବା ପାଇଁ ବଡନୀ ଗ୍ରାମକୁ ଯାଇଥିଲେ କିନ୍ତୁ ସେଠାରେ ତାଙ୍କୁ ଗ୍ରହଣ କରି ନଥିଲେ | ସେଠାରୁ ଫେରି ଆସି ଘରେ ରହିଥିଲେ | ବୁଧବାର ଦିନ ସକାଳୁ ଦିନ ଜାନୀର ବାପା, ମା ଓ ଭାଇ କାମ କରିବାକୁ ଘରୁ ବାହାରକୁ ଯାଇଥିଲେ | କେବଳ ଦିନ ଜାନୀର ଭାଉଜ ଘରେ ରହିଥିଲେ | ଦିନ ଓ ସ୍ତ୍ରୀ ପୂର୍ଣ୍ଣିମା ନିଜ ଘରେ ଦିନ ୧୦ ଟା ପର୍ଯ୍ୟନ୍ତ ବାହାରେ ଥିଲେ | ସନ୍ଧ୍ୟାରେ ଦିନର ବାପା ମା ଓ ଭାଇ ଘରକୁ ଫେରି ଲା ପରେ ଘରେ ଥିବା ଦିନ ର ଭାଉଜ କହିଥିଲେ ଯେ ଡିଆଁ ସାରା ଦିନ ଓ ପୂର୍ଣ୍ଣିମା ଘର ଭିତରୁ ବାହାରକୁ ବାହାରି ନାହାନ୍ତି | ପରେ ଦିନ ର ମା ଘର କବାଟ ବାଡେଇ ଡ଼ାକିଥିଲେ କିନ୍ତୁ କେହି ଶୁଣି ନଥିଲେ ଓ ଭିତର ପଟୁ କବାଟ ଦିଆଯାଇଥିଲା | ସଙ୍ଗେ ସଙ୍ଗେ ଗ୍ରାମବାସୀ ଙ୍କୁ ଡାକି କବାଟ ଭାଙ୍ଗି ଦେଖିଥିଲେ ଯେ ଦିନ ଓ ପୂର୍ଣ୍ଣିମା ଘର ଦୁଲମରେ ଏକ ଶାଢୀ ବେକରେ ବାନ୍ଧି ଆତ୍ମହତ୍ୟା କରିଛନ୍ତି | ଏନେଇ ରାତ୍ରି ପ୍ରାୟ ୧୦ ଘ. ସମୟରେ ମୃତକର ବଡ ଭାଇ ନବୀନ ଜାନୀ ଡାବୁଗାଁ ଥାନାରେ ଏତଲା ଦେଇଥିଲେ | ଝିଅର ପରିବାର ପକ୍ଷରୁ କୌଣସି ଅଭିଯୋଗ ନହେବାରୁ ଗ୍ରାମର ୱାର୍ଡ ସଭ୍ୟ ମନବୋଧ ଜାନୀ ଅନ୍ୟ ଏକ ଏତଲା ଦେଇଥିଲେ | ଉକ୍ତ ଏତଲା କୁ ଭିତ୍ତି କରି ଗୁରୁବାର ସକାଳୁ ଥାନା ସବଇନିସ୍ପେକ୍ଟର ବିକ୍ରମ କେଶରୀ ସାହୁ ଓ ନବରଙ୍ଗପୁର ରୁ ସାଇଣ୍ଟିଫିକ ଦଳ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲେ | ପରେ ଶବ ଜବତ କରି ପଞ୍ଚନାମା କରାଯାଇ ବ୍ୟବଚ୍ଛେଦ ପାଇଁ ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇଥିଲେ | ସେଠାରେ ଶବ ବ୍ୟବଚ୍ଛେଦ କରାଯିବା ପରେ ଝିଅ ର ଶବ ନେବାକୁ ପରିବାର ଲୋକେ ମନା କରିଥିଲେ | ଦିନ ଜାନୀ ର ପରିବାର ଲୋକଙ୍କୁ ପୋଲିସ ୨ ଟି ଶବ ହସ୍ତାନ୍ତର କରିଥିଲେ | ଏନେଇ ଡାବୁଗାଁ ଥାନା କେସ ନଂ ୯/୨୫ ଓ ୧୦/୨୫ ରେ ୨ ଟି ଅପମୃତ୍ୟୁ ମାମଲା ରୁଜୁ କରାଯାଇଛି |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡା ଙ୍କ ରିପୋର୍ଟ

Related posts

ରାସ୍ତା କଡରୁ ଜବର ଦଖଲ ଉଛେଦ , ହୋଟେଲରେ ଚଢାଉ, ବିଭିନ୍ନ ସ୍ଥାନରୁ ଜରିମାନା ଆଦାୟ 

Sunil Chandra Nayak

ବେକରେ କୌପୀନ ବାନ୍ଧି ଅଲେଖ ବାବାଙ୍କ ଆତ୍ମହତ୍ୟା

masiha

ବାପ ଖାଇଲା ତାଳ, ଛୁଆକୁ ହେଲା କାଳ ,ପତ୍ନୀ ହରଣକାରୀର ଝିଅକୁ ତଣ୍ଟିକାଟୀ ହତ୍ୟା କରି ପ୍ରତିଶୋଧ ନେଲା ଯୁବକ; ଥାନାରେ ଅଟକ

Sunil Chandra Nayak

Leave a Comment

error: Content is protected !!