ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଯୌତୁକ ନିର୍ଯାତନା ସହିନପାରି ସ୍ତ୍ରୀ ଆତ୍ମହତ୍ୟା ମାମଲା: ଅଭିଯୁକ୍ତ ସ୍ୱାମୀକୁ ୧୦ ବର୍ଷ ସଶ୍ରମ କାରାଦଣ୍ଡ

କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନା ଅନ୍ତର୍ଗତ ଅଏଁଲାଭଟା ଗାଁରେ ଗତ ୩୧.୧୦.୨୦୧୩ ତାରିଖରେ ଯୌତୁକ ଦାବୀନେଇ ସ୍ବାମୀ ର ଅକଥନୀୟ ଅତ୍ୟାଚାର ସହିନପାରି ବିବାହିତା ସ୍ତ୍ରୀ କନିଅର ବିଷ ଫଳ ଖାଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ମୂମୂର୍ଶୁ ଅବସ୍ଥାରେ ତାଙ୍କୁ ଜୟପାଟଣା ଡାକ୍ତରଖାନା ନିଆ ଯାଇଥିଲେ ହେଁ ଡାକ୍ତର ସେଠାରେ ପୀଡ଼ିତାଙ୍କୁ ମୃତ ଘୋଷଣା କରିଥିଲେ। ଏ ନେଇ ଜୟପାଟଣା ପୋଲିସ ଥାନା କେଶ ନମ୍ବର ୨୧୫/୨୦୧୩ ଜରିଆରେ ଏକ ମାମଲା ରୁଜୁ କରି ଅଭିଯୁକ୍ତ ଜଳନ୍ଧର କରକରା କୁ ଗିରଫକରି କୋର୍ଟ ଚାଲାଣ କରିଥିଲେ। ଏହି ମାମଲା ର ଚୁଡାନ୍ତ ଶୁଣାଣୀ କରି ସମସ୍ତ ସାକ୍ଷ୍ୟ ପ୍ରମାଣ ଓ ପାରିପାର୍ଶିକ ପରିସ୍ଥିତିକୁ ବିଚାରକୁ ନେଇ ଆଜି ମାନ୍ୟବର ଧର୍ମଗଡ ଅତିରିକ୍ତ ଜିଲ୍ଲା ଦୌରା ଜଜ୍ ବନ୍ଦନା କର, ଅଭିଯୁକ୍ତ ସ୍ଵାମୀ ଜଳନ୍ଧର କରକରା କୁ ଭାରତୀୟ ପିଙ୍ଗଳ କୋଡ଼ ଦଫା ୩୦୪(ଖ) ରେ ଦୋଷୀ ସାବ୍ୟସ୍ତ କରି ୧୦ ବର୍ଷ ସଶ୍ରମ କାରାଦଣ୍ଡ, ଧାରା ୪୯୮(କ) ପାଇଁ ୩ ବର୍ଷ ସଶ୍ରମ କାରାଦଣ୍ଡ ଓ ୧୦ ହଜାର ଟଙ୍କା ଅର୍ଥ ଦଣ୍ଡାଦେଶ ସହ ଧାରା ୪ ଯୌତୁକ ନିରୋଧ ଆଇନ ବଳରେ ୨ ବର୍ଷ ସଶ୍ରମ କାରାଦଣ୍ଡ ଓ ୧୦ ହଜାର ଟଙ୍କା ଅର୍ଥ ଦଣ୍ଡାଦେଶ ପାଇଁ ରାୟ ପ୍ରକାଶ କରିଛନ୍ତି । ଜୋରିମାନା ରାଶି ଅନାଦେୟ ସ୍ଥଳେ ଅତିରିକ୍ତ ଛଅ ମାସ କାରାଦଣ୍ଡ ପାଇଁ ଆଦେଶ ପ୍ରଦାନ କରିଛନ୍ତି।ସରକାରୀ ଓକିଲ ପୂର୍ଣ୍ଣଚନ୍ଦ୍ର ନାଗ ମାମଲା ପରିଚାଳନା କରିଥିଲେ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

ରାଉରକେଲାରେ ଓଡ଼ିଶା ରାଜ୍ୟ ଅନୂର୍ଦ୍ଧ୍ୱ-୧୭ ଓପନ୍ ଓ ବାଳିକା ଫିଡେ ରେଟେଡ୍ ଚେସ୍ ଚାମ୍ପିୟନଶିପ୍ ୨୦୨୬ ଉଦ୍‌ଘାଟିତ.

Sunil Chandra Nayak

କୁସୁମୀ ପ୍ରାଥମିକ ବିଦ୍ୟାଳୟ ରୁ ମଧ୍ୟାହ୍ନ ଭୋଜନ ଚାଉଳ ଚୋରି

Sunil Chandra Nayak

ବିଭାଗୀୟ ଅଧିକାରୀଙ୍କ ମିଳିତ ଚଢ଼ାଉ, ୩ କ୍ରସର ସିଲ୍

masiha

Leave a Comment

error: Content is protected !!