ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଲାଞ୍ଚୁଆ ରାଜସ୍ବ ନିରୀକ୍ଷିକାଙ୍କୁ ଜେଲ ଦଣ୍ଡ ସହ ଚାକିରିରୁ ବହିସ୍କୃତ

ଲାଞ୍ଚୁଆ ରାଜସ୍ବ ନିରୀକ୍ଷିକାଙ୍କୁ ଜେଲ ଦଣ୍ଡ ସହ ଚାକିରିରୁ ବହିସ୍କୃତ

ଢେଙ୍କାନାଳ – ଚାକିରୀ ସହ ଉପୁରି, ଏଭଳି ହୀନମାନ୍ୟତା ରଖି ଲୋକଙ୍କୁ ସେବା ଯୋଗାଉ ଛନ୍ତି ଚାକିରିଆ ମାନେ, କିଛି ବର୍ଷ ପୂର୍ବରୁ ଜମି ମ୍ୟୁଟେସନ ପାଇଁ ଲାଞ୍ଚ ନେବା ହିନ୍ଦୋଳ ତହସିଲ ଗଣ୍ଡନାଲି ଆରାଇ ଶଶୀଭୁଷଣ ବେହେରା ଭିଜିଲାନ୍ସ ହାତରେ ରଙ୍ଗେହାତ ଧରାପଡ଼ି ଜେଲ ଯାଇଥିବା ବେଳେ ହିନ୍ଦୋଳ ତହସିଲ ପଞ୍ଚୁପଡା ଆର ଆଇ ରାଜସ୍ବ ନିରୀକ୍ଷକ ଙ୍କୁ ଚାକିରୀ ରୁ ବହିସ୍କୃତ ସହ ଦୁଇ ବର୍ଷ ଜେଲ ଦଣ୍ଡ ଶୁଣାଇଛନ୍ତି ଢେଙ୍କାନାଳ ଭିଜିଲାନ୍ସ କୋର୍ଟ. ସେ ଢେଙ୍କାନାଳ ଜିଲ୍ଲାର ପରଜଙ୍ଗ ତହସିଲ ଅଧୀନରେ ଥିବା କନ୍ଦରସୀଙ୍ଗା ରାଜସ୍ୱ ନିରୀକ୍ଷକ ରୁପେ କାର୍ଯ୍ୟରତ ଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡ଼ିଥିଲେ. ପୂର୍ବତନ ରାଜସ୍ୱ ନିରୀକ୍ଷିକା ମାଳତୀ ଦେହୁରୀଙ୍କ ମାମଲାର ରାୟ ଆଜି ପ୍ରକାଶପାଇଛି.ଢ଼େଙ୍କାନାଳ ଭିଜିଲାନସ୍ କୋର୍ଟ ର ସ୍ୱତନ୍ତ୍ର ଜଜ୍ ତାଙ୍କୁ ୨ ବର୍ଷ କାରାଦଣ୍ଡ ସହିତ ଚାକିରିରୁ ବରଖାସ୍ତ କରିବାକୂ ମାନ୍ୟବର କୋର୍ଟ ଙ୍କ ନିର୍ଦ୍ଦେଶ ରହିଛି l ସେ ଏକ ମ୍ୟୁଟେସନ କେସ ପାଇଁ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡ଼ିଥିଲେ ଏହା ପରେ ସେ ପୁନର୍ବାର ଚାକିରୀ ପାଇ ଏବେ ହିନ୍ଦୋଳ ତହସିଲ ଅଧୀନ ପଞ୍ଚୁପଡା ରାଜସ୍ବ ନିରୀକ୍ଷିକା ଭାବେ କାର୍ଯ୍ୟରତ ଥିଲେ. ଆଜି ଏହି ରାୟ ପ୍ରକାଶ ପାଇଛି, ବାରମ୍ବାର ଲାଞ୍ଚ ନେଇ ଧରାପଡ଼ି ଜେଲ ଯାଉଥିବା ରାଜସ୍ବ ନିରୀକ୍ଷକ ମାନଙ୍କ ଲୋଭ ଖୋର ମନୋବୃତି ଏଯାଏ ଯାଇନଥିବା ଦେଖିବାକୁ ମିଳିଛି।

ପ୍ରହ୍ଲାଦ ମୁଦୁଲି ଙ୍କ ରିପୋର୍ଟ୍ 

Related posts

ଅଜଣା ଗାଡ଼ି ଓ ବାଇକ ଧକ୍କା; ବାଇକ ଆରୋହୀ ଜଣେ ମୃତ ଜଣେ ଗୁରୁତର

ମହିଳାଙ୍କ ରକ୍ତ ଜୁଡୁ ବୁଡୁ ମୃତଦେହ

masiha

ରାସ୍ତା କଡରେ ବସିଥିବାଲୋକଙ୍କ ଉପରେ ମାଡିଗଲା କାର, ୧ ମୃତ ୫ ଗୁରୁତର 

masiha

Leave a Comment

error: Content is protected !!