ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ନାରାୟଣପାଟଣା ଅବକାରୀ ବିଭାଗ ପକ୍ଷରୁ ଚୋରା ମଦ ବ୍ୟବସାୟ ଧରି କୋର୍ଟ ଚାଲାଣ 

 ନାରାୟଣପାଟଣା ଅବକାରୀ ବିଭାଗ ପକ୍ଷରୁ ଚୋରା ମଦ ବ୍ୟବସାୟ ଧରି କୋର୍ଟ ଚାଲାଣ 

କୋରାପୁଟ ଜିଲ୍ଲା ମାଓ ଅଧ୍ୟୁଷିତ ନାରାୟଣପାଟଣା ବ୍ଲକରେ ଦିନକୁ ଦିନ ଚୋରା ମଦ ବ୍ୟବସାୟ ବଢ଼ିବାରେ ଲାଗିଥିବାରୁ କୋରାପୁଟ ଅବକାରୀ ଆରକ୍ଷୀ ଅଧିକ୍ଷକ ଅରୁଣ ପାଢ଼ୀଙ୍କ ନିର୍ଦ୍ଦେଶ କ୍ରମେ ଆଜି ନାରାୟଣପାଟଣା ଅବକାରୀ ଥାନା ଭାରପ୍ରାପ୍ତ ଅଧିକାରୀ ନିଲମଣୀ ଲାହାଝାଲ୍ ଙ୍କ ନେତୃତ୍ବରେ Asi ଅମୋର କୁମାର ବିଷୋୟୀ ଏବଂ ତାଙ୍କ କର୍ମଚାରୀ ମିଶି ତଳଗୁମାଣ୍ଡି ରାସ୍ତା ପାର୍ଶ୍ବରେ ଚୋରା ମଦ ବ୍ୟବସାୟଙ୍କୁ ଧରିବା ପାଇଁ ଜାଲ ବିଞ୍ଚାଇ ଥିବା ସମୟରେ ଦୁର୍ଗୀ ଗ୍ରାମର ହେମନ୍ତ ମହାନନ୍ଦିଆ ଏକ ଅଟୋ ଗାଡ଼ି ଆନ୍ଧ୍ର ପ୍ରଦେଶ ରେଜିଷ୍ଟ୍ରେସନ ନମ୍ବର ଅଟୋ ମଦ ବସ୍ତାରେ ଭର୍ତ୍ତି କରି ନେଇ ଆସୁଥିବା ସମୟରେ ପୂର୍ବରୁ ପ୍ରସ୍ତୁତ ରହିଥିବା ନାରାୟଣପାଟଣା ଅବକାରୀ ପୋଲିସ ଅଟୋ ସହ ମଦ ଏବଂ ଦୁର୍ଗୀ ଗ୍ରାମର ହେମନ୍ତ ମହାନନ୍ଦିଆଙ୍କୁ ଧରି ଆଜି ନାରାୟଣପାଟଣା ଅବକାରୀ ଥାନାରେ ୮୧/୨୦୨୩ ଏକ ମାମଲା ରୁଜୁ କରି ଅଟୋ ସହ ମଦ ଜବତ କରିବା ହେମନ୍ତ ମହାନନ୍ଦିଆଙ୍କୁ ଗରିଫ କରି କୋର୍ଟ ଚାଲାଣ କରିଥିଲା ସେଠାରେ ତାଙ୍କ ବେଲ୍ ନାକଚ ହୋଇ ଯିବାରୁ ୧୪ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇ ଥିବା Asi ଅମୋର କୁମାର ବିଷୋୟୀ ପ୍ରକାଶ କରିଛନ୍ତି

କୋରାପୁଟ ରୁ ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ପଡୋଶୀ ବୃଦ୍ଧଙ୍କ ଟାଙ୍ଗିଆ ଚୋଟରେ ବୃଦ୍ଧା ମୃତ, ଅଭିଯୁକ୍ତ ଗିରଫ

masiha

ଛତିଶଗଡ ସୀମାନ୍ତରୁ ୩ଶହ ଗଞ୍ଜେଇ ଗଛ ଜବତ , ଅବକାରୀ ଓ ପୋଲିସ ମିଳିତ ଚଢ଼ଉ 

Sunil Chandra Nayak

ସାମ୍ୱାଦିକ ରବିନ୍ ଦାସ ପ୍ରତି ପୋଲିସର ଦୁଃବ୍ୟବହାର: ବୁଦ୍ଧିଜୀବୀ ମହଲରେ ଦୃଢ଼ ନିନ୍ଦା 

Sunil Chandra Nayak

Leave a Comment

error: Content is protected !!