ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଜୀବିକା ମୋହରେ ଆସି,ଜୀବନ ବଂଚେଇବାକୁ ନିବେଦନ କଲେ ଥାନାରେ

ରଘୁନାଥପୁର :- ପରିବାର ପ୍ରତିପୋଷଣ କରିବାକୁ ଭିଟାମାଟି ଛାଡି ଆସିଥିଲେ ଆଖୁବାଡ଼ିରେ କାମ କରିବାକୁ ! ଜବାବ କରିଥିଲେ ମାସକୁ ସ୍ତ୍ରୀ କୁ ମିଳିବ 6000/ ଆଉ ସ୍ୱାମୀ କୁ ମିଳିବ ମାସକୁ 9000/ ଟଙ୍କା ! ସାଥିରେ ଆସିଥିଲେ ଆଉଜଣେ ମହିଳା ! କିନ୍ତୁ ବିଡମ୍ବନାର ବିଷୟ ଏହିଁଯେ ଦୀର୍ଘ 6 ମାସ କାମକଲା ପରେ ବି ମିଳୁନାହିଁ ପ୍ରାପ୍ୟ ମଜୁରୀ ଟଙ୍କା ! ଟଙ୍କା ମାଗିଲେ ମଲିକ ଦେଉଛି ଧମକ ! ଆଖି ତଡ଼ିଦେବ ବୋଲି କହୁଛି ! ଜୀବନରୁ ମାରିଦେବାକୁ କହୁଛି ! ପୁଣି କହୁଛି କୀଡୀନି କାଢିନେବ ! ଭୟରେ ଜୀବନ ବଂଚେଇବାକୁ ଥାନାରେ ପହଞ୍ଚିଛି ଲିଖିତ ନିବେଦନ ପତ୍ର ! ଏହିଭଳି ଅଭାବନୀୟ ଘଟଣାଟି ହେଉଛି ଜଗତସିଂହପୁର ଜିଲ୍ଲାର ରଘୁନାଥପୁର ବ୍ଲକ ଅନ୍ତର୍ଗତ ଅଯୋଧ୍ୟାପୁର ଗ୍ରାମର ! ଅଭିଯୋଗ ପତ୍ର ଅନୁସାରେ ଅଯୋଧ୍ୟାପୁର ଗ୍ରାମର ରୁଦ୍ର ଚରଣ ପଣ୍ଡା, ପିତା- ନାରଣ ପଣ୍ଡା ନିଜ ଆଖୁବାଡ଼ିରେ କାମକରାଇବାକୁ ସୁଦୂର ମୟୁରଭଞ୍ଜ ଜିଲ୍ଲା,ରରୁଆଁ ଥାନା ଅଧିନସ୍ଥ ଜାମୁତେଇ ଗ୍ରାମର ବାସନ୍ତୀ ମୁଣ୍ଡା, ବୟସ 40,ଗୋପୀ ମୁଣ୍ଡା ଓ ଶାନ୍ତିଲତା ମହାରଣା ଙ୍କୁ ମାସିକ ବେତନ ଧର୍ଯ୍ୟ କରି ରଘୁନାଥପୁର, ଅଯୋଧ୍ୟାପୁର କୁ ଡକାଇ ଆଣିଥିଲେ ! 6 ମାସ କାମ କଲା ପରେ ବି କହିବା ଅନୁସାରେ ବେତନ ନଦେଇ ବିଭିନ୍ନ ବିଭ୍ରାନ୍ତିକର କଥା କହି ଭୟ ଦେଖାଉଛନ୍ତି ! ଏଥିରେ ଅତିଷ୍ଟ ହୋଇ ରଘୁନାଥପୁର ଥାନାର ଦ୍ୱାରସ୍ତ ହୋଇଛନ୍ତି ଅସହାୟ ଶ୍ରମଜୀବୀ ଦମ୍ପତି ଓ ତାଙ୍କର ସହକର୍ମିଣୀ ! ଏଫ. ଆଇ. ଆର ଅନୁସାରେ ମଲିକ ଉପରେ ଲକ୍ଷାଧିକ ଟଙ୍କା ଥିବା ବେଳେ ତାଙ୍କୁ ନିଜ ଘରକୁ ଫେରିଯିବାକୁ ଦେଉନଥିବା ମାଲିକଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଅନୁରୋଧ କରାଯାଇଛି ! ଚର୍ଚ୍ଚା ହେଉଛି ମଲିକ ଜଣକ ବିତ୍ତଶାଳୀ ଧନୀ ବ୍ୟକ୍ତି ହୋଇଥିବାରୁ ପୋଲିସକୁ କିଣି ନେବନାହିଁତ? ସତେ କଣ ଆଦିବାସୀ ଶ୍ରମଜୀବୀ ଉଚିତ ନ୍ୟାୟ ପାଇପାରିବେ ??? ଦେଖିବାକୁ ରହିଲା ପୋଲିସର ନ୍ୟାୟିକ ବ୍ୟବସ୍ଥା ରହୁଛି କଣ ???

ରଘୁନାଥପୁର ରୁ ଭାଗବତ ପ୍ରସାଦଙ୍କ ରିପୋର୍ଟ ମସୀହା ନ୍ୟୁଜ ଓଡିଶା !

Related posts

ସଟା ଚଢ଼ାଉ,୧ଗିରଫ

Sunil Chandra Nayak

ଭଞ୍ଜନଗରରେ ସେକ୍ସ ରାକେଟ ଠାବ, ରାଣୀମାଛି ସହ ୪ଗିରଫ 

Sunil Chandra Nayak

ଶିବ ମନ୍ଦିରରୁ ଚୋରି

masiha

Leave a Comment

error: Content is protected !!