ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସଚେତନ ନାଗରିକ ମଞ୍ଚର ନବମ ବାର୍ଷିକୋତ୍ସବ ଓ ଆଲୋଚନାଚକ୍ର

ସଚେତନତା ଅଭାବ ଓ ଦୁର୍ବଳ ନେତୃତ୍ବ ଜିଲ୍ଲାର ବିକାଶରେ ବାଧକ:- ବ୍ରଜକିଶୋର 

ରାଉରକେଲା/ ସଚେତନତା ର ଅଭାବ ଓ ଦୁର୍ବଳ ନେତୃତ୍ବ ତଥା ଆଞ୍ଚଳିକ ବୈଷମ୍ୟତା ଜିଲ୍ଲାର ବିକାଶରେ ବାଧକ ବୋଲି ସଚେତନ ନାଗରିକ ମଞ୍ଚ ର ବାର୍ଷିକୋତ୍ସବ ରେ ମୁଖ୍ୟଅତିଥି ଭାବେ ପ୍ରାକ୍ତନ କେନ୍ଦ୍ର ଇସ୍ପାତ ମନ୍ତ୍ରୀ ବ୍ରଜକିଶୋର ତ୍ରିପାଠୀ ମତବ୍ଯକ୍ତ କରିଛନ୍ତି । ସହରର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ସଚେତନ ନାଗରିକ ମଞ୍ଚର ନବମ ବାର୍ଷିକୋତ୍ସବ ସ୍ଥାନୀୟ ସିଭିକ ସେଣ୍ଟର୍ ଠାରେ ଅନୁଷ୍ଠିତ ହୋଇଯାଇଛି । ମଂଚର ସଭାପତି ଡାକ୍ତର ଫକୀର ଚାରଣ ହୋତାଙ୍କ ସଭାପତିତ୍ବ ଓ ସାଧାରଣ ସଂପାଦକ ପି ପି ରାୟଙ୍କ ଆବାହକତ୍ବରେ ତଥା ଉପସଭାପତି ଶିକ୍ଷାବିତ୍ ଭବେଶ ଚନ୍ଦ୍ର ସାହୁ ଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରାକ୍ତନ କେନ୍ଦ୍ର ଇସ୍ପାତ ମନ୍ତ୍ରୀ ବ୍ରଜକିଶୋର ତ୍ରିପାଠୀ ମୁଖ୍ୟଅତିଥି, ବରିଷ୍ଠ ସାମ୍ବାଦିକ ରବି ଦାସ ମୁଖ୍ୟବକ୍ତା ଭାବେ ଯୋଗଦେଇ ଆଲୋଚ୍ୟ ବିଷୟ ‘ଆମ ଜିଲ୍ଲାର ଆନୁପାତିକ ବିକାଶରେ ବାଧକ: ସମସ୍ୟା ଓ ସମାଧାନ’ ଉପରେ ଆଲୋଚନା କରିଥିଲେ । ମୁଖ୍ୟଅତିଥି ଶ୍ରୀ ତ୍ରିପାଠୀ ଉପରୋକ୍ତ ମନ୍ତବ୍ଯ ସହ କହିଲେ ଯେ ଏକଦା ରାଜ୍ୟରେ ସୁନ୍ଦରଗଡ ଜିଲ୍ଲା ର ଆୟ ଏକ ନମ୍ବର ସ୍ଥାନରେ ଥିବା ବେଳେ ଏବେ ଏହା ହ୍ରାସ ପାଇ ଚତୁର୍ଥ ସ୍ଥାନରେ ପହଞ୍ଚିଛି । ସେହିପରି ରାଉରକେଲାର ଆର୍ଥିକ ବିକାଶ ନହେଲେ ଜିଲ୍ଲାର ବିକାଶ ସମ୍ଭବ ନୁହେଁ । ମୁଖ୍ୟବକ୍ତା ଶ୍ରୀ ଦାସ ଆଲୋଚ୍ୟ ବିଷୟ ସଂପର୍କରେ ଆଲୋଚନା କରି କହିଲେଯେ ରାଉରକେଲା ଓଡ଼ିଶାର ଦ୍ୱିତୀୟ ପ୍ରାଣକେନ୍ଦ୍ର ଥିଲା । ତେବେ ଏହା ଯେପରି ବିକଶିତ ହେବାକଥା ସେପରି ହୋଇପାରିନାହିଁ । ଏକଦା କ୍ରମବର୍ଦ୍ଧିଷ୍ଣୁ ସହର ଭାବେ ରାଉରକେଲା ଏକ ନମ୍ବର ସ୍ଥାନରେ ଥିଲା। ତେବେ ଜିଲ୍ଲାର ଶିକ୍ଷା, ସ୍ବାସ୍ଥ୍ୟ, ରେଳପଥର ବିକାଶ, ନିୟମିତ ବିମାନ ଚଳାଚଳରେ ବାଧା, ଜିଲ୍ଲାରୁ ବିଭିନ୍ନ ରାଜ୍ୟକୁ ଦାଦନ ଶ୍ରମିକ ଭାବେ ମହିଳା ଚାଲାଣ ଓ ସର୍ବୋପରି ଦୃଢ ନେତୃତ୍ବର ଅଭାବ ହିଁ ଜିଲ୍ଲାର ବିକାଶରେ ବାଧକ ସୃଷ୍ଟି କରୁଛି । ଏଣୁ ଏକ୍ଷେତ୍ରରେ ନାଗରିକଙ୍କ ମଧ୍ୟରେ ସଚେତନତାର ଆବଶ୍ୟକତା ରହିଛି । ଏହି ଅବସରରେ ମଂଚର ମୁଖପତ୍ର ସ୍ମରଣିକାକୁ ଅତିଥିମାନେ ଉନ୍ମୋଚନ କରିଥିଲେ । ଉପଦେଷ୍ଟା ସ୍ମରଣିକାର ମୁଖ୍ୟ ସଂପାଦକ ଅଭୟ କୁମାର ଦାସ ବିଭିନ୍ନ ତଥ୍ୟ ଉପସ୍ଥାପନ କରିଥିଲେ। ସଂପାଦକ ଶ୍ରୀ ରାୟ ସଂପାଦକୀୟ ବିବରଣୀ ସହ ଆଲୋଚ୍ୟ ବିଷୟ ଉପରେ ଭିତ୍ତିବନ୍ଧ ରଖିଥିଲେ ।ପ୍ରାରମ୍ଭରେ କାର୍ଯ୍ୟକାରୀ ସଭାପତି ଡଃ ପୀତବାସ ମିଶ୍ର ସ୍ବାଗତ ଭାଷଣ ରଖିଥିବାବେଳେ ଜ୍ୟୋତିର୍ମୟ ଆଚାର୍ଯ୍ୟ ଓ ସାଥୀମାନେ ସ୍ବାଗତ ସଂଗୀତ ପରିବେଷଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସର୍ବଶ୍ରୀ ବିକ୍ରମ ଚନ୍ଦ୍ର ଆଚାର୍ଯ୍ୟ, ଜଟାଧାରୀ ମାଝୀ, କୁଞ୍ଜବିହାରୀ ରାଉତ, ଅକ୍ଷୟ ଦାସ, ମିତା ପ୍ରଧାନ, ଜଗନ୍ନାଥ ରାଉତ, ରମେଶ ଚନ୍ଦ୍ର ସେଠୀ, ଉପେନ୍ଦ୍ର ନାୟକ, ଚିତ୍ତରଞ୍ଜନ ଦାସ, ଶଶଧର ପାତ୍ର, ଡଃ ବସନ୍ତ ଦାସ, ଚକ୍ରାନ୍ତ ଜେନା, ରଞ୍ଜନ ଲେଙ୍କା, ଗଙ୍ଗାଧର ଦାଶ, ଆରତୀ କର, ଏଲିନା ମହାନ୍ତି, ବିଷ୍ଣୁପ୍ରିୟା ସାହୁ, ନମିତା ନାୟକ,ପଦ୍ମାରାଣୀ ବେହୁରା, ବିଷ୍ଣୁପ୍ରିୟା ଦାସ, ଚିନ୍ତାମଣି ଗୌଡ, ଗଜେନ୍ଦ୍ର ମୁର୍ମୁ , ଶମ୍ବୁନାଥ ପରିଡା ଓ ଅନ୍ୟ ପ୍ରମୁଖ ସଦସ୍ୟମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ । ଶେଷରେ ଉପସଭାପତି ବିମଳ ବିଶି ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ସହରର ବିଭିନ୍ନ ଅନୁଷ୍ଠାନର କର୍ମକର୍ତ୍ତା, ବୁଦ୍ଧିଜୀବୀ, ଆଇନଜୀବୀ, ସଂଗଠକ, ସାହିତ୍ୟିକ, ଶିକ୍ଷାବିତ୍, ସମାଜସେବୀ ପ୍ରମୁଖ ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

କୋକସରା ପଞ୍ଚାୟତ କଲେଜରେ ନୂଆ ଓ କାର୍ଯ୍ୟକ୍ରମ ଉଦଯାପିତ 

masiha

କଟକ ଜିଲ୍ଲା ସାମ୍ବାଦିକ ସଂଘ ର ତୃତୀୟ ବାର୍ଷିକ ଉତ୍ସବ ପାଳିତ :ସାମ୍ବାଦିକତା କେବଳ ଏକ ବୃତ୍ତି ନୁହେଁ, ବ୍ରତ ବୋଲି ଭାବିବା ଦରକାର 

Sunil Chandra Nayak

ନର୍ଲା:- ଦୁର୍ଗା ପୂଜା ପାଇଁ ନୂତନ କମିଟି

Sunil Chandra Nayak

Leave a Comment

error: Content is protected !!