ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଦାଦନ ଖଟିବାକୁ ଯାଇ ଫେରୁ ଥିବା ସମୟରେ ୨୧ବର୍ଷୀୟ ଯୁବକ ନିଖୋଜ

ନର୍ଲା (ମନିସ)କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଳକ୍ ଅନ୍ତର୍ଗତ ଡଙ୍ଗରମାଲ୍ ଗ୍ରାମର ଲକ୍ଷ୍ମୀକାନ୍ତ ମାଝୀ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଇ ଘରକୁ ଫେରି ଆସିବା ବେଳକୁ ହଠାତ୍ କୁଆଡେ ନିଖୋଜ ହେବା ଘଟଣା ପରିବାର ଲୋକଙ୍କୁ ଚିନ୍ତାରେ ପକାଇଛି। ଏହି ୨୧ବର୍ଷୀୟ ଯୁବକ ଗତ ୦୬/୦୩/୨୦୨୩ ରିଖ ସୁଦୂର ସିକନ୍ଦରବାଦର “ପାଠାଣ ଡେରୋ” ସ୍ଥିତ “ପୁନିତ୍ କଣ୍ଟ୍ରୋ ସନ୍ ” କୁ କାମ କରିବାକୁ ଯାଇଥିଲେ। କାମକରି ଦେହ ଅସୁସ୍ଥ ହୋଇ ପଡିବାରୁ ସେ ୧୯/୦୪/୨୦୨୩ ରିଖ ଦିନ ଟ୍ରେନ୍ ଯୋଗେ ନିଜ ଘରକୁ ଫେରୁଥିଲେ ହେଲେ ସେ ପ୍ରଥମେ ବିଶାଖପାଟଣାରେ ପହଂଚି ଥିଲେ । ସେହି ସମୟରେ ତାଙ୍କ ଘରକୁ ଫୋନ୍ ମାଧ୍ୟମରେ ମୁଁ ବିଶାଖାପାଟଣାରେ ଅଛି ବୋଲି ଜଣାଇଥିଲେ। ପୁଣି ବିଶାଖାପାଟଣା ହାଟିଆ ଟ୍ରେନ୍ ରେ ଆସିବା କଥା କିନ୍ତୁ କୌଣସି କାରଣରୁ ସେ ଘରକୁ ଫେରିଲେ ନାହିଁ ଓ ଯୁବକ ଜଣଙ୍କ ଫୋନ ସହ ଯୋଗାଯୋଗ କଲେ ଏହା ସମ୍ଭବ ହେଉ ନ ଥିବା ଯୋଗୁଁ ପରିବାର ପ୍ରତି ଚିନ୍ତାର ବିଷୟ ହୋଇଛି। ଯାହାକି ଘର ଲୋକେ ପୁଅ ନ ଆସିବାରୁ ସ୍ଥାନୀୟ ନର୍ଲା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଏହା ଫଳରେ ଯୁବକ ଜଣକ ନିଖୋଜ ହୋଇଯାଇଥିବା ଜଣା ପଡିଛି।କୌଣସି ସହୃଦୟ ବ୍ୟକ୍ତି ଏହି ଯୁବକ ଜଣକଙ୍କୁ ଦେଖନ୍ତି ତେବେ ଦୟାକରି ଏହି ମୋବାଇଲ୍ ନଂ ୯୩୩୭୫୦୦୮୨୦,୮୨୬୦୨୫୩୪୫୯ ରେ ଯୋଗାଯୋଗ କରି ଗରିବ ପରିବାର ପ୍ରତି ସହଯୋଗ କରିବା ପାଇ ପରିବାର ଲୋକେ ନିବେଦନ କରିଛନ୍ତି। ଏନେଇ ଗତ ୨୪ ତାରିଖ ଦିନ ନର୍ଲା ଥାନାରେ ଏକ ଏତଲା ଦିଆଯାଇଥିବା ମଧ୍ୟ ପରିବାର ଲୋକେ ଜଣାଇଛନ୍ତି।

ଦୀପକ କୁମାର ଠାକୁର/ପ୍ରଦୀପ କୁମାର ଗଉଡ ନର୍ଲା ମସୀହା ପ୍ରତିନିଧି

Related posts

ଶୀତଳଷଷ୍ଠୀ ପାଇଁ ରୁପ୍ରା – ଖମ୍ବପଡ଼ା ଶୈବପୀଠରେ ଥାଳଉଠା କାର୍ଯ୍ୟକ୍ରମ

ତେନ୍ତୁଳିଖୁଣ୍ଟି ବ୍ଲକ ରେ ୩୩୪୧ ହିତାଧିକାରୀ ପାଇବେ ପ୍ରଧାନମନ୍ତ୍ରୀ ଆବାସ ଗୃହ : କିନ୍ତୁ ରାଜ୍ୟ ସରକାର ଦେଉଥିବା ଅର୍ଥ ପାଇବା ସନ୍ଦେହ 

Sunil Chandra Nayak

କନିଷ୍ଠ ଶିକ୍ଷକଙ୍କର ଠିକା ନିଯୁକ୍ତି ପ୍ରଥା ଉଛେଦ ଦାବି

Sunil Chandra Nayak

Leave a Comment

error: Content is protected !!