ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

୧- ଶାନ୍ତି ଶକ୍ତି ଭବନରେ ଆସିକା ଚିନିଶିଳ୍ପର ପରିଚାଳନା ନିର୍ଦ୍ଦେଶକ ସମ୍ବର୍ଦ୍ଧିତ , ୨- ବ୍ଲକ ସ୍ତରୀୟ ଜେ ଆର ସି ଓ ସ୍କାଉଟ ଗାଇଡ ସମିତି ଗଠନ

ଶାନ୍ତି ଶକ୍ତି ଭବନରେ ଆସିକା ଚିନିଶିଳ୍ପର ପରିଚାଳନା ନିର୍ଦ୍ଦେଶକ ସମ୍ବର୍ଦ୍ଧିତ 

ଆସିକା,୧/୧୦/୨୬(ଶିବ ଶଙ୍କର ମିଶ୍ର ) ଆସିକା ସମବାୟ ଚିନିଶିଳ୍ପକୁ ୨୦୨୫-୨୬ ବର୍ଷ ପାଇଁ ଜାତୀୟ ସ୍ତରରେ ଦକ୍ଷତା ପୁରସ୍କାର ମିଳିବା ଅବସରରେ ଚିନିଶିଳ୍ପର ପରିଚାଳନା ନିର୍ଦ୍ଦେଶକ ଡାଃ ସୁଶାନ୍ତ କୁମାର ପଣ୍ଡାଙ୍କୁ ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟର ସ୍ଥାନୀୟ ସେବାକେନ୍ଦ୍ର ଶାନ୍ତି ଶକ୍ତି ଭବନ ପକ୍ଷରୁ ସ୍ୱତନ୍ତ୍ର ଭାବେ ସମ୍ବର୍ଦ୍ଧିତ କରାଯାଇଛି।

ଶାନ୍ତି ଶକ୍ତି ଭବନର ସଭାଗୃହରେ ଆୟୋଜିତ ଏକ ସ୍ୱତନ୍ତ୍ର ଆଧ୍ୟାତ୍ମିକ ସଭାରେ ସେବାକେନ୍ଦ୍ରର ସଂଚାଳିକା ରାଜଯୋଗିନୀ ବ୍ରହ୍ମାକୁମାରୀ ପ୍ରଭାତୀ ଭଉଣୀ ଡାଃ ପଣ୍ଡାଙ୍କୁ ଉପଢୌକନ ଓ ମାନପତ୍ର ପ୍ରଦାନ କରି ସମ୍ମାନିତ କରିଥିଲେ। ଏହି ଅବସରରେ ବ୍ରହ୍ମାକୁମାରୀ ପ୍ରଭାତୀ ଭଉଣୀ କହିଥିଲେ ଯେ, ଆସିକାକୁ ବିଶ୍ୱ ଦରବାରରେ ସ୍ୱତନ୍ତ୍ର ପରିଚୟ ଦେଇଥିବା ଆସିକା ସମବାୟ ଚିନିଶିଳ୍ପ ଆମ ଅଞ୍ଚଳର ସ୍ୱାଭିମାନର ପ୍ରତୀକ। ଆସିକାର ଜୀବନରେଖା ଭାବେ ପରିଚିତ ଏହି ପୁରାତନ ଅନୁଷ୍ଠାନର ଉତ୍ତରୋତ୍ତର ଉନ୍ନତି ସହିତ ସମଗ୍ର ଅଞ୍ଚଳବାସୀଙ୍କ ଭାବପ୍ରବଣତା ଜଡ଼ିତ ରହିଛି। ଭାରତ ସରକାରଙ୍କ ଦ୍ଵାରା ଜାତୀୟ ସ୍ତରର ଏଭଳି ସମ୍ମାନ ଲାଭ କରିବା ଚିନିଶିଳ୍ପ ପାଇଁ ଏକ ଗୌରବମୟ ଘଟଣା।

ଆୟୋଜିତ ସଭାକୁ ସମ୍ବୋଧିତ କରିବା କୁ ଯାଇ ଚିନି ଶିଳ୍ପର ପରିଚାଳନା ନିର୍ଦ୍ଦେଶକ ଡାଃ ସୁଶାନ୍ତ କୁମାର ପଣ୍ଡା କହିଥିଲେ ଯେ, ଏହି ସଫଳତା ପଛରେ ଓଡିଶା ସରକାରଙ୍କ ଠାରୁ ଆରମ୍ଭ କରି ଚିନିଶିଳ୍ପର କର୍ମଚାରୀ, ଚାଷୀ, ପରିଚାଳନା ମଣ୍ଡଳୀ ତଥା ପ୍ରତ୍ୟକ୍ଷ ଏବଂ ପରୋକ୍ଷ ଭାବେ ଜଡ଼ିତ ସମସ୍ତଙ୍କ ସାମୂହିକ ପ୍ରୟାସ, ଦାୟିତ୍ୱବୋଧ ଓ ସହଯୋଗ ରହିଛି। ଏହି ସଫଳତା ଆମ ସମସ୍ତଙ୍କ ମଧ୍ୟରେ ନୂତନ ଆତ୍ମବିଶ୍ୱାସ ସୃଷ୍ଟି କରିବା ସହିତ ଉତ୍ତର ଦାୟିତ୍ଵ ବୃଦ୍ଧି କରିଛି ।ବ୍ୟକ୍ତିଗତ ଭାବେ ଚିନିଶିଳ୍ପ ଭଳି ଏକ ଐତିହାସିକ ଅନୁଷ୍ଠାନର ପରିଚାଳନା ଦାୟିତ୍ୱ ନିର୍ବାହ କରିବା ଏକ ଆହ୍ୱାନପୂର୍ଣ୍ଣ କାର୍ଯ୍ୟ। ତେବେ ରାଜଯୋଗର ନିୟମିତ ଅଭ୍ୟାସ ଦ୍ୱାରା ଚାପମୁକ୍ତ ରହି ଦାୟିତ୍ୱ ନିର୍ବାହ କରିବା ସହଜ ଅନୁଭବ ହୁଏ।ଈଶ୍ୱରୀୟ ବିଶ୍ୱବିଦ୍ୟାଳୟର ଆଧ୍ୟାତ୍ମିକ ଶିକ୍ଷା ବ୍ୟକ୍ତିର ମାନସିକ ଶାନ୍ତି ସହିତ ବ୍ୟବହାରିକ ଜୀବନଶୈଳୀକୁ ମଧ୍ୟ ସୁସଂଗଠିତ କରିଥାଏ ବୋଲି ସେ ପ୍ରକାଶ କରିଥିଲେ ।

ଉତ୍ସବରେ ଅବସରପ୍ରାପ୍ତ ସଂସ୍କୃତ ପଣ୍ଡିତ ଦୁର୍ଗା ପ୍ରସାଦ ପଣ୍ଡା, ଚିନ୍ମୟ ମିଶନ ଆସିକା ଶାଖାର କାର୍ଯ୍ୟକାରୀ ସଭାପତି ଲକ୍ଷ୍ମୀନାରାୟଣ ଗୁପ୍ତାଙ୍କ ସମେତ ସହରର ବହୁ ବୁଦ୍ଧିଜୀବୀ,ବରିଷ୍ଠ ନାଗରିକ ଓ ଆଧ୍ୟାତ୍ମିକ ପ୍ରେମୀ ଯୋଗଦେଇ ଡାଃ ପଣ୍ଡାଙ୍କୁ ଅଭିନନ୍ଦନ ଜଣାଇଥିଲେ l

ବ୍ଲକ ସ୍ତରୀୟ ଜେ ଆର ସି ଓ ସ୍କାଉଟ ଗାଇଡ ସମିତି ଗଠନ

ଆସିକା, ୧/୧0/୨୬(ଶିବ ଶଙ୍କର ମିଶ୍ର ) ଗଞ୍ଜାମ ଜିଲ୍ଲା ଶିକ୍ଷା ଅଧିକାରୀଙ୍କଙ ଚିଠି ସଂଖ୍ୟା 15460/DPEO ତାରିଖ 20/08/2026 ଅନୁଯାଇ ଧରାକୋଟ ବ୍ଲକର ବ୍ଲକ ସ୍ତରୀୟ ଜେ ଆର ସି ଓ ସ୍କାଉଟ ଏବଂ ଗାଇଡ ର କାର୍ଯ୍ୟକାରୀ ସମିତି ଗଠନ ହୋଇଯାଇଛି l ଗୁରୁ ବାର ଦିନ ଧରାକୋଟ ବ୍ଲକ ଶିକ୍ଷା ଅଧିକାରୀ ସୁଜିତ କୁମାର ପାଢ଼ୀ, ଅତିରିକ୍ତ ଶିକ୍ଷା ଅଧିକାରୀ ସୌରୀ ଶଙ୍କର ବେହେରା, ଓ ଅନ୍ୟାନ୍ୟ ଜେ ଆର ସି କାଉନସିଲର, ସ୍କାଉଟ ମାଷ୍ଟର,ଗାଇଡ କେପ୍ଟନ, ଉଚ୍ଚ ବିଦ୍ୟାଳୟ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର କିଛି ପ୍ରଧାନ ଶିକ୍ଷକ ଓ ଶିକ୍ଷୟତ୍ରୀଙ୍କ ଉପସ୍ଥିତିରେ ଧରାକୋଟ ବ୍ଲକର କମିଟି ଗଠନ ପାଇଁ ଏକ ବୈଠକ ଶ୍ରୀ ରାଜ ଉଚ୍ଚ ବିଦ୍ୟାଳୟ ରେ ଅନୁଷ୍ଠିତ ହୋଇଥିଲା l ଉକ୍ତ ବୈଠକରେ ଜେ ଆର ସି ର ବ୍ଲକ ସଂଯୋଜିକା ରଶ୍ମିତା କୁମାରୀ ରାଉଳ ଓ ସ୍କାଉଟ ଗାଇଡ ର ବ୍ଲକ ସଂଯୋଜୋକ କାଳୁଚରଣ ସ୍ୱାଇଁଙ୍କ ସଂଯୋଜନାରେ ନୂତନ ଭାବେ ବ୍ଲକ ସ୍ତରୀୟ କମିଟି ଗଠନ କରାଯାଇଛି l ଏହାର ଲକ୍ଷ୍ୟ ହେଉଛି ପ୍ରତି ବିଦ୍ୟାଳୟରେ କିପରି ଜେ ଆର ସି ଓ ସ୍କାଉଟ ଏବଂ ଗାଇଡ ର କାର୍ଯ୍ୟକାରୀ ସଠିକ ଭାବରେ ହୋଇପାରିବ ।ସେ ବିଷୟରେ ସମସ୍ତଙ୍କ ଉପସ୍ଥିତି ରେ ବିସ୍ତୃତ ଆଲୋଚନା ହୋଇଥିଲା l ନୂତନ ଭାବେ ଜେ ଆର ସି ପାଇଁ ଦଶ ଜଣ ଓ ସ୍କାଉଟ ପାଇଁ ଦଶ ଜଣ ଙ୍କୁ ନେଇ କମିଟି ଗଠିତ ହୋଇଥିଲା । କମିଟିର କର୍ମକର୍ତା ମନେ ନିଜର ଦାୟିତ୍ୱକୁ ସଠିକ ଭାବରେ ସମ୍ପାଦାନ କରିବା ପାଇଁ ବି ଇ ଓ ପରାମର୍ଶ ଦେଇଥିଲେ l

Related posts

ବଲାଙ୍ଗୀର ସାମ୍ବାଦିକ ବିଜୟ ପ୍ରଧାନ ଙ୍କ ଘଟଣା ନେଇ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ Y.B. Khurania ଙ୍କୁ ଭେଟିଲା “ଏସୟୁଜେ ଓଡ଼ିଶା” ସମେତ ବିଭିନ୍ନ ସାମ୍ବାଦିକ ସଂଗଠନ ର ପ୍ରତିନିଧି…

masiha

ଚନ୍ଦାହାଣ୍ଡି ରେ ରଜ ଝଲକ

Sunil Chandra Nayak

କାମାକ୍ଷାନଗର ମହିଳା ମହାବିଦ୍ୟାଳୟ ପ୍ରାଙ୍ଗଣଠାରେ ହିନ୍ଦୁ ଏକତା ମଞ୍ଚ,ଭାରତ ର ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ

masiha

Leave a Comment

error: Content is protected !!