ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଖଡ଼ିଆଳ ପୋଲିସକୁ ବଡ଼ ସଫଳତା

ଖଡ଼ିଆଳ ପୋଲିସକୁ ବଡ଼ ସଫଳତା

ନୂଆପଡ଼ା, ଖଡ଼ିଆଳ,(ସୁଜିତ କୁମାର ପ୍ରଧାନ )ନୂଆପଡ଼ା ଜିଲ୍ଲା ଖଡ଼ିଆଳ ପୋଲିସକୁ ବଡ଼ ସଫଳତା । ଏକ ଲୁଟ୍ ଘଟଣାରେ ଖଡ଼ିଆଳ ପୋଲିସ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ନଗଦ ୩୭ ଲକ୍ଷ ୪୦ହଜାର ଟଙ୍କା ସମେତ ୭ ଲକ୍ଷ ଟଙ୍କାର ସୁନା ଗହଣା ଓ ୧୦ ଲକ୍ଷ ଟଙ୍କାର ରୂପା ଉଦ୍ଧାର କରିବାରେ ସଫଳ ହୋଇଛି । ସୂଚନା ଅନୁସାରେ ଗତ ଶିବରାତ୍ରି ଦିନ ବିଳମ୍ବିତ ରାତ୍ରିରେ ଖଡ଼ିଆଳ ପୁଟୁପଡା ନିବାସୀ ପ୍ରବୀଣ ଅଗ୍ରୱାଲଙ୍କ ଘରୁ ନଗଦ ୩୭ଲକ୍ଷ ୪୦ ହଜାର ୧୨୦ ଟଙ୍କା ସହ ୭ ଲକ୍ଷ ଟଙ୍କାର ସୁନା ଗହଣା ଓ ୧୦ ଲକ୍ଷ ଟଙ୍କାର ରୂପା ବିସ୍କୁଟ ଓ କଏନ ଚୋରି ହୋଇଥିଲା। ଟ୍ରେଜେରି ଟ୍ରଙ୍କ ସହ ସର୍ବମୋଟରେ ୫୪ଲକ୍ଷ ୪୦ହଜାର ୧୨୦ଟଙ୍କାର ସମ୍ପତି ଚୋରି ହୋଇଛି । ଏନେଇ ଖଡ଼ିଆଳ ପୁଟୁ ପଡ଼ା ନିବାସୀ ପ୍ରବୀଣ ଅଗ୍ରୱାଲ ଖଡ଼ିଆଳ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ଖଡ଼ିଆଳ ପୋଲିସ ସ୍ୱତନ୍ତ୍ର ଟିମ ଗଠନ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା । ତଦନ୍ତ କ୍ରମେ ଲୁଟ୍ ମାମଲାରେ ସଂପୃକ୍ତ ଥିବା ୪ଜଣ ଅଭିଯୁକ୍ତଙ୍କୁ ଆଜି ପୋଲିସ ଗିରଫ କରିବାରେ ସଫଳ ହୋଇଛି । ସେମାନଙ୍କଠାରୁ ନଗଦ ୩୭ ଲକ୍ଷ ୪୦ ହଜାର ଟଙ୍କା ସହ ୭ ଲକ୍ଷ ଟଙ୍କାର ସୁନା ଗହଣା ଓ ୧୦ ଲକ୍ଷ ଟଙ୍କାର ରୂପା ବିସ୍କୁଟ ଓ କଏନ ଜବତ କରିଛି।ଏଥିସହ ୪ଟି ମୋବାଇଲ ଫୋନ ଓ ୨ଟି ମୋଟର ସାଇକେଲକୁ ମଧ୍ଯ ପୋଲିସ ଜବତ କରିଛି । ଗିରଫ ୪ ଜଣ ଅଭିଯୁକ୍ତ ହେଲେ ଖଡ଼ିଆଳ ଥାନା ଅନ୍ତର୍ଗତ ଅଞ୍ଚଳପୁର ଗାଁର ଗଣେଶ ଠେଲା,ଭୋଲେଶ୍ୱର ଠେଲା,ଚୂଡ଼ାମଣି କାଣ୍ଡ ଓ ହେମନ୍ତ କଟା। ଗିରଫ ୪ ଜଣ ଅଭିଯୁକ୍ତଙ୍କୁ ଆଜି କୋର୍ଟ ଚାଲାଣ କରାଯିବ ବୋଲି ଖଡ଼ିଆଳ ଏସଡିପିଓ ଉପେନ୍ଦ୍ର ପ୍ରଧାନ ଓ ଆଇ ଆଇସି ସୁମନ୍ତ ନାଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଥିଲେ। 

Related posts

୯ଦିନ ପରେ ପୂର୍ବତନ ଲ୍ୟାମ୍ପ ଶାଖା ପରିଚାଳକ ଙ୍କ ମୃତଦେହ ଠାବ

Sunil Chandra Nayak

ବିଭିନ୍ନ ପେଟ୍ରୋଲ ପମ୍ପରେ ଉପଜିଲ୍ଲାପାଳ ଙ୍କ ଚଢାଉ

masiha

ବିଧବାଙ୍କ ସହାୟତା ଟଙ୍କା ହଡ଼ପ ଘଟଣାକୁ ନେଇ ଥୁଆମୂଳ ରାମପୁର ଥାନାରେ ଅଭିଯୋଗ

Sunil Chandra Nayak

Leave a Comment

error: Content is protected !!