ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ପୂର୍ବତନ ସମିତିସଭ୍ୟଙ୍କୁ ହତ୍ୟା

କାମାକ୍ଷାନଗର(ମ ନି ସ)8/5/23 //କାମାକ୍ଷାନଗର ଥାନା ଭୂବନ ବ୍ଲକ ଦିଘି ପଞ୍ଚାୟତର ପୂର୍ବତନ ସମିତିସଭ୍ୟ ସର୍ବେଶ୍ବର ରାଉତଙ୍କୁ ହତ୍ୟା।ବିଳମ୍ବିତ ରାତିରେ ଏକ ବାଇକ ଯୋଗେ ଘରକୁ ଫେରୁଥିବା ବେଳେ ପୂର୍ବ ଶତୃତାକୁ ନେଇ ସଂଘବଦ୍ଧ ଭାବେ ହତ୍ୟା କରାଯାଇଥିବା ସୂଚନା ରହିଛି।ପୂର୍ବରୁ ଯୋଜନା ବଦ୍ଧ ଭାବେ ୮ରୁ ୧୦ ଜଣ ଦୂର୍ବୁତ୍ତ ସର୍ବେଶ୍ବର ଫେରିବା ବାଟରେ ଗ୍ରାମ ନିକଟରେ ହାତରେ ବିଭିନ୍ନ ପ୍ରକାରର ମରଣାସ୍ତ୍ର ଧରି ଜଗି ରହିଥିବା ସହ ଆକ୍ରମଣ କରିଥିବା ପ୍ରାଥମିକ ଭାବେ ଜଣାପଡିଛି।ଅତର୍କିତ ଭାବେ ଆକ୍ରମଣ କରି ଘଟଣାସ୍ଥଳରୁ ଦୂର୍ବୁତ୍ତମାନେ ଫେରାର ହୋଇଯାଇଥିଲେ ।ସର୍ବେଶ୍ବରଙ୍କ ମୁଣ୍ଡ,ହାତ,ବେକ ଆଦିରେ ଗଭିର ଆଘାତ ଲାଗିଛି।ଖବର ପାଇ ପରିବାର ଲୋକ ଗୁରୁତର ଅବସ୍ଥାରେ ଉଧାର କରି ଚିକିତ୍ସା ପାଇଁ ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିବା ବେଳେ ସେଠାରେ ତାଙ୍କର ମୃତ୍ୟୁ ହୋଇଛି।ଘଟଣା ସ୍ଥଳକୁ କାମାକ୍ଷାନଗର ପୋଲିସ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଥିବା ବେଳେ ୩ଜଣଙ୍କୁ ଅଟକ ରିଖି ପଚରାଉଚୁରା କରୁଛି।

କାମାକ୍ଷାନଗର ରୁ ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ମ୍ୟାକ୍ସ ପିକ୍‌ଅପ୍ ଭର୍ତ୍ତି ଶାଗୁଆନ କାଠ ଜବତ, ଜଣେ ଗିରଫ

Sunil Chandra Nayak

କେନ୍ଦରେଇ ଗ୍ରାମରେ ଗୋତସ୍କର ଓ ନିଶାବେପାରୀଙ୍କ ଘରେ ମୟୂରଭଂଜ ପୋଲିସର ଅତର୍କିତ ଚଢ଼ାଉ !ଥର୍ ଗାଡ଼ି,ଆର୍ଟିକା,ଅଲଟୋ,୪୨୨ ଗ୍ରାମ ରୁପା ଏବଂ୨୬ ଗ୍ରାମ ଓ ଟଙ୍କା ଜବତ

Sunil Chandra Nayak

ଭଉଣୀ ଘର ଯାଇ ନିଖୋଜ ମହିଳା

Sunil Chandra Nayak

Leave a Comment

error: Content is protected !!