ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଡ଼. ଆମ୍ବେଦକର ପ୍ରତିମୂର୍ତ୍ତି ସ୍ଥାପନ ପାଇଁ ଜିଲ୍ଲାପାଳଙ୍କୁ ଦାବିପତ୍ର

ଜୁନାଗଡ଼,୮/୫(ମ ନି ସ) ଜୁନାଗଡ଼ ସହରରଠାରେ ଭାରତ ରତ୍ନ ଡ୍ର.ବବସାହେବ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି ସ୍ଥାପନ ପାଇଁ ଜୁନାଗଡ଼ ବହୁଜନ ସଂଗ୍ରାମ ସମିତି ତରଫରୁ କଳାହାଣ୍ଡି ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ଦିଆଯାଇଛି।ବହୁଜନ ସଂଗ୍ରାମ ସମିତି ତରଫରୁ ଏଥିରେ ଦର୍ଶାଯାଇଛିଯେ ଜୁନାଗଡ଼ ସହର ଜିଲ୍ଲାର ଐତିହାସିକ ପୁରାତନ ସହର, ଏଥିସହ ଜିଲ୍ଲାର କେନ୍ଦ୍ରସ୍ଥଳରେ ଅବସ୍ଥିତ ଏକ ମୁଖ୍ୟ ବାଣିଜ୍ୟ କେନ୍ଦ୍ର।,ହେଲେ ପରିତାପର ବିଷୟ ଏହି ସହରରେ ସମ୍ବିଧାନ ପ୍ରଣେତା ଭରତ ରତ୍ନ ଡ୍ର. ବାବାସାହେବ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି ନାହିଁ,ଏଣୁ ଏହି ମହାପୁରୁଷଙ୍କ ପ୍ରତି ଉପଯୁକ୍ତ ମର୍ଯ୍ୟାଦା ଓ ସମ୍ମାନ ମିଳିପାରୁନି ।ତାଙ୍କ ପ୍ରତିମୂର୍ତ୍ତି ସ୍ଥାପନ ପାଇଁ ଦୀର୍ଘଦିନରୁ ଦାବୀ ହୋଇ ଆସୁଛି,ଏଣୁ ବହୁଜନ ସଂଗ୍ରାମ ସମିତି ତରଫରୁ ଜୁନାଗଡ଼ ସହରର ନୂଆ ବସଷ୍ଟାଣ୍ଡ ପରିସର ମଧ୍ୟରେ ପ୍ରତିମୂର୍ତ୍ତି ସ୍ଥାପନ ପାଇଁ ଜାଗା ଯୋଗାଇଦେବା ପାଇଁ କଳାହାଣ୍ଡି ଜିଲ୍ଲାପାଳ ପି. ଅନ୍ୱେସା ରେଡିଙ୍କୁ କଲମପୁର ଠାରେ ଅନୁଷ୍ଠିତ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ରେ ଏହି ଦାବିପତ୍ର ପ୍ରଦାନ କରାଯାଇଛି।ଅନୁରୂପ ଭାବେ ଏହି ଦାବିପତ୍ର ଧର୍ମଗଡ଼ ଉପଜିଲ୍ଲାପାଳ ବେଦଭୂଷଣଙ୍କୁ ମଧ୍ୟ ପ୍ରଦାନ କରାଯାଇଛି।ସେହିପରି ଏଥି ପୂର୍ବରୁ ଜୁନାଗଡ଼ ତହସିଲଦାର, ବିଡ଼ିଓ ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରମୁଖଙ୍କୁ ଏହି ଦାବିପତ୍ର ଦିଆଯାଇଛି । ସଂଗଠନ ତରଫରୁ ଜିଲ୍ଲାପାଳ ଓ ଉପଜିଲ୍ଲାପାଳଙ୍କୁ ଡ୍.ବାବା ସାହେବ ବି ଆର୍ ଆମ୍ବେଦକର ଙ୍କ ଫଟୋ ଚିତ୍ର ସମ୍ମାନ ସୂଚକ ଉପହାର ଭାବେ ପ୍ରଦାନ କରିଥିଲେ। ଏହି ଅବସରରେ ସଂଗଠନର ସଭାପତି ରଞ୍ଜନ କୁମାର ଜାଲ ,ସାଧାରଣ ସମ୍ପାଦକ ଚିତ୍ତରଞ୍ଜନ ନିଆଲ, ମୁଖ୍ୟ ଉପଦେଷ୍ଟା ନରେନ୍ଦ୍ର କ୍ଷିତି, , ଉପସଭାପତି ଧରଣୀ ଭୋଇ, ସମ୍ପାଦକ ଶରତ ଶବର, ରବିଶଙ୍କର ସୁନାନୀ,ଦୁଷ୍ମନ୍ତ ନାଏକ, ଉଗ୍ରେସନ କନ୍ଦ ପାନ, ମନୋଜ ଧଙ୍ଗଡାମାଝୀ,ଅଞ୍ଜନ କ୍ଷିତି,କୁମରମଣି ଦୁର୍ଗା, ପ୍ରମୂଖ ଙ୍କ ସମେତ ସଂଗଠନ ର ଅନେକ୍ କର୍ମ କର୍ତ୍ତା ଉପସ୍ଥିତ ରହିଥିଲେ l

ଜୁନାଗଡ ରୁ ନରେନ୍ଦ୍ର ଖିତି ଙ୍କ ରିପୋର୍ଟ 

Related posts

ୱାକର୍ସ କ୍ଳବର ୨୩ତମ ପ୍ରତିଷ୍ଠା ଦିବସ ପାଳନ

ମା ତୋ ବିନା ଓ ଅଭୁଲା ସ୍ମୃତି କାର୍ଯ୍ୟକ୍ରମ ଆସନ୍ତା ୧୬ ରେ…….

Sunil Chandra Nayak

ଅନୁସୂଚିତ ଜନଜାତି ଓ ଜାତି ଉନ୍ନୟନ ବିଭାଗର କର୍ମଚାରୀଙ୍କ ଦରମାର ଅସଙ୍ଗତି ଓ ବରିଷ୍ଠତାରେ ପାତରଅନ୍ତର

masiha

Leave a Comment

error: Content is protected !!