ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବାଲିଆଢିପା ଗାଁ ରେ ଦୁଇଟି ପରିବାରର ବାସଗୃହ ନିଆଁରେ ପୋଡ଼ି ଭଷ୍ମିଭୂତ; କାରଣ ଅସ୍ପଷ୍ଟ ; ବାସହରା ହେଲେ ଦୁଇ ପରିବାର

ମୟୂରଭଞ୍ଜ – ୮/୫/(ମସିହା)ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ବିଜାତଳା ବ୍ଲକ ବଣକାଟି ପଞ୍ଚାୟତ ଅନ୍ତର୍ଗତ ବାଲିଆଢ଼ିପା ରାଜସ୍ବ ଗ୍ରାମ ପାରାଉଡ଼ି ସାହିର ଦୁଇ ପରିବାରର ବାସଗୃହ ଆଜି ଦିନ ୧ ଟାଏ ପାଖାପାଖୀ ସମୟରେ କୌଣସି କାରଣରୁ ନିଆଁ ଲାଗି ଜଳି ଯାଇଥିଲା ଘର ଲୋକ କାମ କରିବାକୁ ଯାଇ ଥିବାରୁ କେହି ନ ଥିଲେ ।ପରେ ଓ୍ବାର୍ଡ ମେମ୍ବର ବିଦ୍ୟାଧର ସୋରେନ ନିଆଁ ଲାଗିଥିବା ଜାଣି ବିଜାତଳା ଅଗ୍ନିଶମ ବିଭାଗକୁ ଜଣାଇଥିଲେ ।ଅଗ୍ନିଶମ ବିଭାଗ ପହଞ୍ଚିଲା ବେଳକୁ ଘର ଜଳି ଯାଇଥିଲା ଓ ଅଳ୍ପସ୍ବଳ୍ପ ନିଆଁ ଲିଭାଇଥିଲେ‌ । ସୂଚନାଯୋଗ୍ୟ ପାରାଉଡି ଗ୍ରାମର ଅନନ୍ତ ଚରଣ ଟୁଡୁ ଏବଂ ଦୁବରାଜ ବାସ୍କେ ଦୁଇ ପରିବାର ଲୋକେ ଘରେ ନଥିବା ସମୟରେ ନିଆଁ ଲାଗି ଯାଇଥିଲା । ତାଙ୍କର ରୋଷୋଇ ସାମଗ୍ରୀ, ଆସବାବପତ୍ର, ବିଭିନ୍ନ ସରକାରୀ ଓ ବେସରକାରୀ ଦସ୍ତାବିଜ ସଂପୂର୍ଣ୍ଣ ନିଆଁରେ ଜଳି ପାଉଁଶ ହୋଇଯାଇଛି । ସେମାନେ ବାସହରା ହୋଇଯାଇଛନ୍ତି ।ରାତିରେ କ’ଣ ଖାଇବେ? ଖରା, କାଳବୈଶାଖୀ ଯୋଗୁଁ କେଉଁଠି ରାତିରେ ମୁଣ୍ଡ ଗୁଞ୍ଜିବେ! ଚିନ୍ତାରେ ଦୁଇ ପରିବାର ଲୋକ ! ତୁରନ୍ତ ପ୍ରଶାସନ ସହଯୋଗର ହାତ ବଢ଼ାଇବାକୁ ପରିବାର ଲୋକଙ୍କ ସମେତ ଗ୍ରାମବାସୀ ଦାବି କରିଛନ୍ତି । ନିଆଁ କେମିତି ଲାଗିଲା କାରଣ ଅସ୍ପଷ୍ଟ ଅଛି !

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

ବିଜ୍ଞାନ ଓ ଆଧ୍ୟାତ୍ମିକତା ଉପରେ ଆଲୋଚନା ଚକ୍ର ଅନୁଷ୍ଠିତ

Sunil Chandra Nayak

ଛତିଶଗଡ଼ ରାଜ୍ଯପାଳଙ୍କୁ ସାକ୍ଷାତ କଲେ ନିଶିଗନ୍ଧା ଭାଷା ପ୍ରତିଷ୍ଠାନ ଓ ନିଶିଗନ୍ଧା ସାହିତ୍ୟ ସ°ସଦ ପରିବାର

Sunil Chandra Nayak

ସମଲେଶ୍ବରି ହାଇସ୍କୁଲ କୁଣ୍ଡାବନ୍ଧ ରେ ୭୪ ତମ ବନ ମହୋତ୍ସବ

Leave a Comment

error: Content is protected !!