ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସ୍ୱୟଂ ସହାୟକ ଗୋଷ୍ଟି ସମୁଂହ ଆନୁକୂଲ୍ୟରେ ଅନ୍ତର୍ଜାତୀୟ ମହିଳା ଦିବସ ପାଳନ

ଉତ୍କଳ ନଗର ଓ ଗଞ୍ଜୁ ମାର୍କେଟେ ର 14 ଟି ସ୍ୱୟଂ ସହାୟକ ଗୋଷ୍ଠିର ମହିଳା ମାନେ ଉତ୍କଳ ନଗର ଅଙ୍ଗନବାଡି କେନ୍ଦ୍ର ପରିସରରେ ଅନ୍ତର୍ଜାତୀୟ ମହିଳା ଦିବସ ପାଳିତ ହୋଇଯାଇଛି l ସମାଜସେବୀ ଅରୁଣ କୁମାର ପରିଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅନ୍ୱେଷଣ ର ସମ୍ପାଦିକା ସଚଲା ପଣ୍ଡା, ଆମ୍ବି ଲତା ମହାକୁଡ଼, ନାଗମଣୀ ମହାନ୍ତି, ମିଶନ ଶକ୍ତି ଇସି ଚାନ୍ଦମଣୀ ମାଝୀ ଓ ରିତା ତ୍ରିପାଠୀ ଯଥାକ୍ରମେ ମୁଖ୍ୟ ଅତିଥି, ମୁଖ୍ୟ ବକ୍ତା ଓ ସନ୍ନମାନିତ ବକ୍ତାଭାବେ ଯୋଗ ଦେଇ ମହିଳା ମାନଙ୍କ ବିଭିନ୍ନ ସମସ୍ୟା, ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ମହିଳାମାନଙ୍କ ଉର୍ନ୍ନତି କଳ୍ପେ ବିଭିନ୍ନ ଯୋଜନା ଓ ସେମାନଙ୍କର ଆଇନଗତ ଅଧିକାର, ସର୍ବୋପରି ମହିଳା ସଶକ୍ତିକରଣ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ l ଏହି ଅବସରରେ ସ୍ୱାସ୍ଥ୍ୟ ଓ ମହିଳା ଓ ଶିଶୁ ବିକାଶ କ୍ଷେତ୍ରରେ ଉଲ୍ଲେଖନିୟ ଅବଦାନ ପାଈଁ ଉତ୍କଳମଣୀ ଗୋପବନ୍ଧୁ ୱେଲେଫେୟାର ଟ୍ରଷ୍ଟ ଓ ମହିଳା ଗୋଷ୍ଟିଙ୍କ ପକ୍ଷରୁ ଅଙ୍ଗନବାଡି କର୍ମୀ ସୁସ୍ମିତା ମଲ୍ଲିକ, ଓ ଆଶା କର୍ମୀ ସୁଜାତା ଜ୍ୟୋତି ଲାକ୍ରା ଙ୍କୁ ମଞ୍ଚରେ ଅତିଥି ମାନେ ପୃଥକ ପୃଥକ ଭାବେ ସନ୍ନମାନିତ ଓ ପୁରସ୍କୃତ କରିଥିଲେ ଅନ୍ୟମାନଙ୍କ ମଧ୍ୟରେ ଅର୍ଣ୍ଣପୁର୍ଣ୍ଣା ବାରିକ, ସେବତୀ ସିଂ, ମମତା ପାଢ଼ୀ, ଜୟନ୍ତୀ ମଲ୍ଲିକ, ଅହଲ୍ୟା ଭୋଇ, ସୁବାସିନୀ ଗୁଡ଼ିଆ, ସାଗରିକ ବାରିକ, ରୀନା ସାହୁ ଟୁନି ମହାନ୍ତି, ମିନାକ୍ଷୀ ସାହୁ, ମିନତୀ ରାଉତ, ସସ୍ମିତା ଦାସ, ସୁଜାତା ସାହୁ ସବିତା ମଲ୍ଲିକ ଓ ରଞ୍ଜିତା ମଲ୍ଲିକ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରି ମହିଳା ମାନଙ୍କ ବିକାଶ ପାଇଁ ସାମାଜିକ. ବୈଷୟିକ, ଅର୍ଥନୈତିକ ସାଂସ୍କୃତିକ କ୍ଷେତ୍ରକୁ ସୁଦୃଢ କରିବା ପାଇଁ ଆହ୍ୱାନ ଦେଇଥିଲ ଶେଷରେ ଝୁନୁଳତା ସାହୁ ଧନ୍ୟବାଦ ଦେଇଥିଲେ।

ମସିହା ନିଉଜ ସର୍ଭିସ୍ 

Related posts

ରାଇରଙ୍ଗପୁର – ତିରିଂ ଜାତୀୟ ରାଜପଥ ୨୨୦ ନମ୍ବର ମରଣଯନ୍ତା ନେଇ ଜନପ୍ରତିନିଧିଙ୍କ ପକ୍ଷରୁ ଉପଜିଲ୍ଲାପାଳ ଏବଂ ଉପଖଣ୍ଡ ପୋଲିସ ପ୍ରଶାସକଙ୍କୁ ଦାବିପତ୍ର ସହ ଆଲୋଚନା 

masiha

ପ୍ରଫେସର ଜଗନ୍ନାଥ ପଟ୍ଟନାୟକଙ୍କ ୨୨ତମ ସ୍ମୃତି ସମାରୋହ ପ୍ରଫେସର ଜଗନ୍ନାଥ ପଟ୍ଟନାୟକ କେବଳ ଭଦ୍ରକ ଜିଲ୍ଲା ପାଇଁ ନୁହେଁ, ସାରା ଓଡିଶା ପାଇଁ ଗର୍ବ ଓ ଗୌରବ ଇତିହାସ ରଚନା ଓ ଶିକ୍ଷାଦାନ ଥିଲା ତାଙ୍କର ନିଶା ଓ ପେଶା – ମୁଖ୍ୟମନ୍ତ୍ରୀ

masiha

ସାମନ୍ତରାପୁର ପଞ୍ଚାୟତରେ ସମ୍ବିଧାନ ଆଲୋଚନା ସଭା

Sunil Chandra Nayak

Leave a Comment

error: Content is protected !!