ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କୋକସରା ଉଚ୍ଚ ବିଦ୍ୟାଳୟ ଶିକ୍ଷୟତ୍ରୀଙ୍କ ପଦୋନ୍ନତି ପରେ ବିଦାୟ ସମ୍ବର୍ଦ୍ଧନା 

କୋକସରା,୬/୭ // କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ କୋକସରା ଜବାହାର ଉଚ୍ଚ ବିଦ୍ୟାଳୟରେ କାର୍ଯ୍ୟରତ ବିଜ୍ଞାନ ଶିକ୍ଷୟତ୍ରୀ ମଧୁସ୍ମିତା ନାୟକ ଓଇଏସ ପାଇବା ପରେ ପଦୋନ୍ନତି ପାଇ କଲମପୁର ବ୍ଲକ ବିଇଓ ଭାବେ ଯୋଗ ଦେଇଛନ୍ତି । ବୁଧବାର କୋକସରା ଜବାହାର ଉଚ୍ଚ ବିଦ୍ୟାଳୟ ପକ୍ଷରୁ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଛି। ସମ୍ବର୍ଦ୍ଧନା ସଭାରେ ଅଗ୍ରଦେଵ ଗଣେଶଙ୍କୁ ପୂଜାର୍ଚ୍ଚନା କରିବା ପରେ ଶିକ୍ଷୟତ୍ରୀ ବନିତା ରାଣି ଦତ୍ତ ଅତିଥୀ ପରିଚୟ ପ୍ରଦାନ କରିଥିଲେ। ଜବାହାର ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁଧୀର କୁମାର ପଣ୍ଡାଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ଓଷ୍ଟା ଶିକ୍ଷକ ସଂଘର ସଦସ୍ୟ ତଥା ଲଡୁଗାଁ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅଶୋକ କୁମାର ଦାସ, ସମ୍ମାନିତ ଅତିଥି ଭାବେ ବ୍ଲକ ଓଷ୍ଟା ସଙ୍ଘ ସମ୍ପାଦକ ସାମନ୍ତ କୁମାର ପାଟ୍ଟଯୋଷୀ, ପ୍ରଧାନ ଶିକ୍ଷକ ଟେମରା ଉଚ୍ଚ ବିଦ୍ୟାଳୟ ବିରଞ୍ଚି ନାରାୟଣ ହୋତା, ମାଝୀଗୁଡା ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ପ୍ରଦୀପ୍ତ କୁମାର ଦାସ, ନେଗିଗୁଡା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଯୁବରାଜ ଜାଲ, ଖେଳ ଶିକ୍ଷକ କାଉଡୋଳା ଉଚ୍ଚ ବିଦ୍ୟାଳୟ ସୁଶାନ୍ତ କୁମାର ସାହୁ, ବରିଷ୍ଠ ଶିକ୍ଷକ ଆମପାଣି ଉଚ୍ଚ ବିଦ୍ୟାଳୟ ଚିତ୍ତରଞ୍ଜନ ଠାକୁର, ଉପସ୍ଥିତ ରହି ସୁଶ୍ରୀ ମଧୁସ୍ମିତା ନାୟକ କୋକସରା ଉଚ୍ଚ ବିଦ୍ୟାଳୟରେ ଦୀର୍ଘବର୍ଷ ବିଜ୍ଞାନ ଶିକ୍ଷୟତ୍ରୀ ଭାବେ କାର୍ଯ୍ୟ କରିବା ସହ ଛାତ୍ରଛାତ୍ରୀଙ୍କ ମଧ୍ୟରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ। ବିଦାୟ ସମ୍ବର୍ଦ୍ଧନା ଅଵସରରେ ସ୍କୁଲ ଶିକ୍ଷକ ତୁଳସିରାମ ଚଳାନ, ହେମନ୍ତ କୁମାର ମାଝୀ, ଟଙ୍କ ଶବର, ଖେଳ ଶିକ୍ଷକ ଅମିତ ମହାନ୍ତି, କିରାଣୀ ସୁଶାନ୍ତ ମହାପାତ୍ର, ଶିକ୍ଷୟତ୍ରୀ ରଶ୍ମିତା ନିଆଲ, ସୀମାରାଣି ସିଂ ପ୍ରମୁଖ କର୍ମଚାରୀ ସମେତ ସ୍କୁଲ ପରିଚାଳନା କମିଟିର ସଦସ୍ୟ ଓ ଛାତ୍ରଛାତ୍ରୀ ମାନେ ଉପସ୍ଥିତ ରହିଥିଲେ।

ମସିହା ନିୟୁଜ ସର୍ଭିସ୍ 

Related posts

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କ ୭୫ ଜନ୍ମ ବର୍ଷ ପୂର୍ତ୍ତି ପାଳନ ଉପଲକ୍ଷେ ଧର୍ମଗଡ଼ ଉପଖଣ୍ଡ ଡ଼ାକ୍ତରଖାନା ରକ୍ତ ଭଣ୍ଡାର ଠାରେ ରକ୍ତଦାନ ଶିବିର

Sunil Chandra Nayak

କୁମ୍ଭାରୀ ବଜାରରେ ମହୁମାଛି ଆକ୍ରମଣରେ ଦୁଇ ଗୁରୁତର

ଜଳେଶ୍ଵର ଆର.ଏମ୍.ସିରେ ବ୍ୟାପକ ଦୁର୍ନୀତି ? ଭିଜିଲାନ୍ସ ତଦନ୍ତ ଦାବୀ କଲେ ଚାଷୀ ଓ ବୁଦ୍ଧିଜୀବି

Leave a Comment

error: Content is protected !!