ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

୧୦୮ ଆମ୍ବୁଲାନ୍ସରେ ସୁରକ୍ଷିତ ପ୍ରସବ କରାଇ ମାନବତାର ପରିଚୟ ଦେଲେ ଫାର୍ମାସିଷ୍ଟ ଯୁଗଳ କିଶୋର ଶବର

୧୦୮ ଆମ୍ବୁଲାନ୍ସରେ ସୁରକ୍ଷିତ ପ୍ରସବ କରାଇ ମାନବତାର ପରିଚୟ ଦେଲେ ଫାର୍ମାସିଷ୍ଟ ଯୁଗଳ କିଶୋର ଶବର

ରାୟଗଡ଼ା: ମାନବତା ଏବେ ବି ବଞ୍ଚିଛି ବୋଲି ପୁଣି ଥରେ ପ୍ରମାଣିତ ହୋଇଛି। ରାୟଗଡ଼ା ଜିଲ୍ଲା ପଦ୍ମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧୀନସ୍ଥ ୧୦୮ ଆମ୍ବୁଲାନ୍ସର ଫାର୍ମାସିଷ୍ଟ ଯୁଗଳ କିଶୋର ଶବର ନିଜର ସାହସ, ଅଭିଜ୍ଞତା ଓ ସେବାଭାବର ପରିଚୟ ଦେଇ ଏକ ପ୍ରସୂତି ମା’ ଓ ଶିଶୁ କନ୍ୟାଙ୍କ ଜୀବନ ସୁରକ୍ଷିତ କରିଛନ୍ତି।

ସୂଚନା ଅନୁଯାୟୀ, ପଦ୍ମପୁର ବ୍ଲକର ଚାକୁଣ୍ଡା ଗ୍ରାମର ଜଣେ ଗର୍ଭବତୀ ମହିଳାଙ୍କୁ ପ୍ରସବ ପାଇଁ ୧୦୮ ଆମ୍ବୁଲାନ୍ସ ଯୋଗେ ପଦ୍ମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଅଣାଯାଉଥିଲା। ମାତ୍ର ରାସ୍ତାରେ ଯିବା ସମୟରେ ହଠାତ୍ ପ୍ରସବ ବେଦନା ଅତ୍ୟଧିକ ବଢ଼ିଯିବାରୁ ଆଉ ହସ୍ପିଟାଲରେ ପହଞ୍ଚିବା ସମ୍ଭବ ହୋଇନଥିଲା।

ଏପରି ଜରୁରୀ ପରିସ୍ଥିତିରେ ଫାର୍ମାସିଷ୍ଟ ଯୁଗଳ କିଶୋର ଶବର ନିଜର ଉପସ୍ଥିତ ବୁଦ୍ଧି, ଧୈର୍ଯ୍ୟ ଓ ଅଭିଜ୍ଞତାର ପରିଚୟ ଦେଇ ଆମ୍ବୁଲାନ୍ସ ଭିତରେ ହିଁ ସଫଳତାର ସହ ଶିଶୁ କନ୍ୟାର ପ୍ରସବ କରାଇଥିଲେ। ପରେ ମା’ ଓ ନବଜାତ ଶିଶୁଙ୍କୁ ସୁରକ୍ଷିତ ଭାବେ ସ୍ୱାସ୍ଥ୍ୟକେନ୍ଦ୍ରରେ ପହଞ୍ଚାଯାଇଥିଲା। ବର୍ତ୍ତମାନ ଉଭୟ ମା’ ଓ ଶିଶୁ ସୁସ୍ଥ ଥିବା ସୂଚନା ମିଳିଛି।

ଏହି ମହତ୍ କାର୍ଯ୍ୟରେ ୧୦୮ ଆମ୍ବୁଲାନ୍ସର ସହଯୋଗୀ ରବି ଶବର ଓ ଚାଳକ ଏମ୍. ମାଧବ ମଧ୍ୟ ସକ୍ରିୟ ସହଯୋଗ କରିଥିଲେ। ସେମାନଙ୍କର ତତ୍ପରତା, ସମନ୍ୱୟ ଓ ସେବା ମନୋଭାବ ଯୋଗୁଁ ଏହି ଜରୁରୀ ପରିସ୍ଥିତିର ସଫଳ ମୁକାବିଲା ସମ୍ଭବ ହୋଇପାରିଥିଲା।

କେବଳ କିଛି ମିନିଟର ବିଳମ୍ବ ମଧ୍ୟ ଜୀବନ ଓ ମୃତ୍ୟୁ ମଧ୍ୟରେ ଫରକ ସୃଷ୍ଟି କରିପାରେ। ଏପରି ସମୟରେ ୧୦୮ ଆମ୍ବୁଲାନ୍ସ ଟିମ୍‌ର ତତ୍ପରତା, କର୍ତ୍ତବ୍ୟନିଷ୍ଠା ଓ ମାନବିକତା ସତରେ ପ୍ରଶଂସନୀୟ। ସେମାନଙ୍କର ଏହି ସେବାଭାବ ସମାଜ ପାଇଁ ଏକ ପ୍ରେରଣା ଏବଂ ପୁଣିଥରେ ପ୍ରମାଣ କରିଛି ଯେ “ମାନବ ସେବା ହିଁ ମାଧବ ସେବା”।

ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

୯୮ ତମ ଆଞ୍ଚଳିକ ଅଭିଭାବକ ସମ୍ମିଳନୀ ଓଡିଶା -୨୦୨୬ ଆସନ୍ତା ୨୨ ଓ ୨୩ ରେ ….

Sunil Chandra Nayak

ଅଭିନବ ଢଙ୍ଗରେ ଯୁବ ଶିକ୍ଷକଙ୍କ ଜନ୍ମଦିନ ପାଳନ

masiha

ରାୟଗଡାରେ ୭୪ତମ ଗଣତନ୍ତ୍ର ଦିବସ ପାଳିତ

Sunil Chandra Nayak

Leave a Comment

error: Content is protected !!