ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଵାମନଘାଟୀ ଓ ପାନ୍ଚପିଢ ଉପଖଣ୍ଡ କୁ ନେଇ ସ୍ବତନ୍ତ୍ର ଜିଲ୍ଲା ଗଠନ ଦାବି ୯ ଦିନ ପହଞ୍ଚିଲା ; ସଂଗ୍ରାମୀ ଯାଠା ଦଳ କଟକରେ ପହଞ୍ଚିଲେ ;କଟକରେ ଭବ୍ୟ ସମ୍ବର୍ଦ୍ଧନା

ଵାମନଘାଟୀ ଓ ପାନ୍ଚପିଢ ଉପଖଣ୍ଡ କୁ ନେଇ ସ୍ବତନ୍ତ୍ର ଜିଲ୍ଲା ଗଠନ ଦାବି ୯ ଦିନ ପହଞ୍ଚିଲା ; ସଂଗ୍ରାମୀ ଯାଠା ଦଳ କଟକରେ ପହଞ୍ଚିଲେ ;କଟକରେ ଭବ୍ୟ ସମ୍ବର୍ଦ୍ଧନା

ରାଇରଙ୍ଗପୁର – ୬/୦୭ ଓଡ଼ିଶାର ସର୍ବବୃହତ୍ତମ ମୟୂରଭଂଜ ଜିଲ୍ଲାର ୪ ଟି ଉପଖଣ୍ଡ ମଧ୍ୟରୁ ଦୁଇଟି ଵାମନଘାଟୀ ଉପଖଣ୍ଡ ଯାହାକି ୭ ଟି ବ୍ଳକ ଏବଂ ପାଞ୍ଚପିଢ ଉପଖଣ୍ଡ ୫ ଟି ବ୍ଲକ କୁ ନେଇ ଗଠିତ‌।ବଣ, ଜଙ୍ଗଲ, ନଦୀ, ନାଳ, ପର୍ବତ ଘେରା ଏହି ଦୁଇଟି ଉପଖଣ୍ଡ ସଦର ମହକୁମାଠାରୁ୧୨୦/୧୫୦ କିମି ଦୂରରେ ଅବସ୍ଥିତ ।ବିଚିତ୍ର ଭୌଗଳିକ ପରିସ୍ଥିତି ଦୃଷ୍ଟିରୁ ଏହି ଦୁଇଟି ଉପଖଣ୍ଡ କୁ ନେଇ ନିକଟରେ ରାଇରଙ୍ଗପୁର ପୋଲିସ ଜିଲ୍ଲା ଗଠନ ସହ ଏସପି ମଧ୍ୟ ନିକଟରେ ନିଯୁକ୍ତି ପାଇଛନ୍ତି ।ତେଣୁ ସରକାର ଏହି ଦୁଇଟି ଉପଖଣ୍ଡ ର ଦିର୍ଘବର୍ଷର ଆନ୍ଦୋଳନ ଓ ଦାବିକୁ ଗ୍ରହଣ କରିବା ସହ‌ ସ୍ଵତନ୍ତ୍ର ଜିଲ୍ଲା ଘୋଷଣା ପାଇଁ ବାମନଘାଟୀ ଉପଖଣ୍ଡର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ରାମଦୋଳି ୟୁଥ୍ ପାଓ୍ଵାର ଆସୋସିଏସନ୍ ଅଧ୍ୟକ୍ଷ ସୁରେନ୍ଦ୍ର ମୁଣ୍ଡା ଏଵଂ ତାଙ୍କ ସହଯୋଗୀମାନେ ଦିର୍ଘ ୯ ଦିନ ଧରି ଖରା, ବର୍ଷା, ବିଜୁଳି, ସାପ,ବେଙ୍ଗ,ଖାଲଖମାଲକୁ ଭୟ ନ କରି ବହୁ ଘାତ ପ୍ରତିଘାତ ସହି ଚାହୁଁଛନ୍ତି ।ଆଜି ନବମ ଦିବସରେ କଟକରେ ପହଞ୍ଚିଛନ୍ତି ।ଆସନ୍ତାକାଲି ଭୁବନେଶ୍ଵର ଯାତ୍ରା କରିବେ ।ସେଠାରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଅନୁମତି ପାଇଲେ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରି ନିଜର ଦାବି ଉପରେ ଅବଗତ କରାଇବେ ବୋଲି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

ରାଇରଙ୍ଗପୁର ରୁ ଅକ୍ଷୟ ବିଶ୍ବାଳ

Related posts

ଆଇନ ମହାବିଦ୍ୟାଳୟର ମାନସିକ ସ୍ଵାସ୍ଥ୍ୟ ଓ ଆଇନ ସହାୟତା ଶିବିର 

Sunil Chandra Nayak

ତିନିଦିନିଆ ଜିଲ୍ଲା ସ୍ତରୀୟ ଜୁନିଅର ରେଡକ୍ରସର ପ୍ରଶିକ୍ଷଣ ଓ ତାଲିମ ଶିବିର ଉଦଯାପିତ

Sunil Chandra Nayak

ପୂର୍ତ୍ତ ନିର୍ବାହୀ ଯନ୍ତ୍ରୀଙ୍କୁ ଠିକାଦାରଙ୍କ ଧମକ ମାମଲା ଏସପିଙ୍କୁ ଭେଟିଲେ ଦଳିତ ଆଦିବାସୀ ମହାସଂଘ କର୍ମକର୍ତ୍ତା

Sunil Chandra Nayak

Leave a Comment

error: Content is protected !!