ବିପଦ ସଙ୍କୁଳ ଅବସ୍ଥାରେ ଯାଗୁଗୁଡ଼ା ଗ୍ରାମର ଦୁଇଟି ଅଙ୍ଗନୱାଡ଼ି କେନ୍ଦ୍ର
ବନ୍ଧୁଗାଁ ତା ୧୧/୯/୨୫ ବନ୍ଧୁଗାଁ ବ୍ଲକ ପେଦାୱାଲଡ଼ା ପଞ୍ଚାୟତ ଯାଗୁଗୁଡା ରେ ଥିବା ଅଙ୍ଗନୱାଡ଼ି କେନ୍ଦ୍ର ୧ ବିପଦ ସଙ୍କୁଳ ଅବସ୍ଥାରେ ଥିବା ବେଳେ ଅଙ୍ଗନୱାଡ଼ି କେନ୍ଦ୍ର ୨ ଛାତ ରୁ ପାଣି ଗୋଲୁଥିବା ବେଳେ ପାଇଖାନା ସମ୍ପୂର୍ଣ ହୋଇ ନ ପାରି ପଡ଼ି ରହିଛି। ଯାଗୁଗୁଡା ଗ୍ରାମରେ ପ୍ରାୟ ୧୬୦ ରୁ ଉର୍ଦ୍ଧ ପରିବାର ବସବାସ କରନ୍ତି। ୨୦୧୦-୧୧ ମସିହାରେ ସରକାରଙ୍କ ତରଫରୁ ଅଙ୍ଗନୱାଡ଼ି କେନ୍ଦ୍ର ୧ ନିର୍ମାଣ ହୋଇଥିଲା।୨୦୧୭-୧୮ ମସିହାରେ ଅଙ୍ଗନୱାଡ଼ି କେନ୍ଦ୍ର କାନ୍ଥ ଫାଟି ଦବିବା ସହିତ ଛାତ ଭାଙ୍ଗି ବିପଦପୂର୍ଣ୍ଣ ଅବସ୍ଥାରେ ରହି ଆସୁଛି। ଅଙ୍ଗନୱାଡ଼ି କେନ୍ଦ୍ରରେ ୯୩ ଜଣ ପରିବାରରୁ ୩୦ ରୁ ଉର୍ଦ୍ଧ ପ୍ରି ସ୍କୁଲ ଶିଶୁ ପୁଣି ପ୍ରସୂତି, ଗର୍ଭବତୀ ଓ ୬ ମାସ ରୁ ୩ ବର୍ଷର ୩୭ ଜଣ ଶିଶୁ ନିର୍ଭର କରିଥାନ୍ତି । ପ୍ରି ସ୍କୁଲ ଶିଶୁ ଙ୍କୁ ହେଲପର ନିଜ ଘରେ ଋଷେ଼ଇ କରି ଅଙ୍ଗନୱାଡ଼ି କେନ୍ଦ୍ର ୨କୁ ଆଣି ଗରମ ରନ୍ଧା ଖାଦ୍ୟ ଦିଆ ଯାଇଛି।ଏପଟେ ଅଙ୍ଗନୱାଡ଼ି କେନ୍ଦ୍ରରେ ଅଙ୍ଗନୱାଡ଼ି କର୍ମୀ ଶିଶୁଙ୍କୁ ଖେଳ, ନାଚ, ଗୀତ ଓ ଚିତ୍ର ଦେଖାଇ ଶିକ୍ଷା ଦେବା, ପୁଣି ଶିଶୁ ଙ୍କୁ ୫+ ବୟସ ହେଲେ ଶିଶୁ ବାଟିକା କୁ ପାଠ ପଢିବା ପାଇଁ ପଠାଇବା ବ୍ୟବସ୍ଥା ରହିଛି। ଏପଟେ ଅଙ୍ଗନୱାଡ଼ି କେନ୍ଦ୍ର ୨ ରେ ଥିବା ଗୋଟିଏ କୋଠରୀର ଦୁଇ କଣ ରେ ୨ଜଣ ଅଙ୍ଗନୱାଡ଼ି କର୍ମୀ ପିଲାଙ୍କ ଖେଳନା ସାମଗ୍ରୀ, ଖାତା ରଖି ଥିବା ବେଳେ ୫୦ ଜଣ ପ୍ରି ସ୍କୁଲ ଶିଶୁ ବସିବାକୁ ଜାଗା ନିଅଣ୍ଟ ହେଉଛି। ସେହି ଅଙ୍ଗନୱାଡ଼ି କେନ୍ଦ୍ର ୨ ପୁଣି ଛାତରୁ ପାଣି ଗଳୁଛି। ଏହି ପ୍ରକାର ଭାବରେ ଦୁଇ ଅଙ୍ଗନୱାଡ଼ି କର୍ମୀ ରହୁଥିବା ବେଳେ ଅନେକ ଥର ସିଡିପିଓ , ବିଡ଼ିଓ ଏବଂ ଜିଲ୍ଲାପାଳ ଙ୍କୁ ସ୍ଥାନୀୟ ସରପଞ୍ଚ ଙ୍କ ଜରିଆରେ ଲିଖିତ ଅଭିଯୋଗ କରିଛନ୍ତି।ଭଙ୍ଗା ପୁଣି ବିପଦ ସଙ୍କୁଳ ଅବସ୍ଥାରେ ଥିବା ଅଙ୍ଗନୱାଡ଼ି କେନ୍ଦ୍ରଟି ଆଜି ପର୍ଯ୍ୟନ୍ତ ସ୍ଥାନୀୟ ବ୍ଲକ ପ୍ରଶାସନ ଅବଗତ ଥାଇ ମଧ୍ୟ ନୂତନ ଭାବେ ତିଆରି କରୁ ନାହାନ୍ତି। ଏହା ନିରୀହ ଆଦିବାସୀ ଶିଶୁଙ୍କ ଭବିଷ୍ୟତ ପ୍ରତି ସ୍ଥାନୀୟ ପ୍ରଶାସନଙ୍କ ସମ୍ପୂର୍ଣ୍ଣ ଭାବେ ଅବହେଳା ଯୋଗୁଁ ଆଗାମୀ ଦିନରେ ଜିଲ୍ଲାପାଳ ଓ ମୁଖ୍ୟମନ୍ତ୍ରୀ ଙ୍କ ଅଭିଯୋଗ ଶୁଣାଣିରେ ଯାଇ ଗୁହାରି କରିବାକୁ ଗ୍ରାମର ବୁଦ୍ଧିଜୀବି ଦାଲାନା କାଡ୍ରାକା, ନାରାୟଣ ଜାନି କାଡ୍ରାକା, ମିନା କାଡ୍ରାକା, ନାଗେଶ ପୁସିକା, ଦାମଦର କାଡ୍ରାକା ଗଣମାଧ୍ୟମ ଙ୍କୁ ଜଣାଇଛନ୍ତି।
ଛାତି ଯନ୍ତ୍ରଣାରେ ଅତିଥି ଗଣିତ ଶିକ୍ଷକଙ୍କ ମୃତ୍ୟୁ
ବନ୍ଧୁଗାଁ ତା ୧୨/୯/୨୫ କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକ କୁମ୍ଭାରିପୁଟ ସରକାରୀ ବାଳକ (ଏସଏସଡି) ଉଚ୍ଚ ବିଦ୍ୟାଳୟ ର ନୂତନ ଅତିଥି ଗଣିତ ଶିକ୍ଷକ ଙ୍କ ଛାତି ଯନ୍ତ୍ରଣା ରେ ମୃତ୍ୟୁ ହୋଇଯାଇଛି। ସୁଚନା ଅନୁଯାୟୀ ଆଜି ମଧ୍ୟାହ୍ନ ସମୟରେ ଅଭିରାମ ମାଣ୍ଡିଙ୍ଗି ୩୦ ବର୍ଷ ଛାତ୍ରଛାତ୍ରୀଙ୍କୁ ପାଠ ପଢାଇ ଖାଇବାକୁ ଆସୁ ଥିବା ବେଳେ ବିଦ୍ୟାଳୟ ବାରଣ୍ଡା ରେ ପେଟ ବ୍ୟଥା ସହ ଛାତି ଯନ୍ତ୍ରଣା ହୋଇ ଥିଲେ। ସେହି ସମୟରେ ବିଦ୍ୟାଳୟ ର କିରାଣୀ ପ୍ରୀତି ରଞ୍ଜନ ଜେନା ପାଖରେ ଉପସ୍ଥିତ ରହି ଥିଲେ। ପରେ ସଙ୍ଗେ ସଙ୍ଗେ ଆମ୍ବୁଲାନ୍ସ କୁ ଫୋନ କରିବାରୁ ଆମ୍ବୁଲାନ୍ସ ଆସିବା ବିଳମ୍ବ ହେବାରୁ ପ୍ରିନ୍ସପାଲ ସରଜ କୁମାର ତରାଇ ଙ୍କ କାର ରେ ନିଲାବାଡି ଗ୍ରାମ ପର୍ଯ୍ୟନ୍ତ ଆସୁ ଥିବା ବେଳେ ବାଟରେ ଆମ୍ବୁଲାନ୍ସ କୁ ଦେଖି ଅଭିରାମ ଙ୍କୁ ଛଡାଇ ବନ୍ଧୁଗାଁ ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣି ପହଞ୍ଚାଇ ଥିଲେ। ସେଠାରେ ଡ଼ା ଅଜୟ ଜେନା ଦେଖିବା ପରେ ମୃତ ଘୋଷଣା କରିଥିଲେ। ମୃତ ଅଭିରାମ ମାଣ୍ଡିଙ୍ଗି ଙ୍କ ରାୟଗଡ଼ା ଜିଲ୍ଲା,କଳନରା ବ୍ଲକ, ଚାନ୍ଦିଲି ଥାନା, ସିନ୍ଦୁବାଈ ଗ୍ରାମର ଅଟନ୍ତି। ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରରେ ମୃତ୍ୟୁ ହୋଇ ଥିବାରୁ ପୋଲିସ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ମେଡିକାଲ ରେ ରଖିଛି। ମୃତ୍ୟୁ ଖବର ତାଙ୍କ ପରିବାର ଜାଣିବା ପରେ ମେଡିକାଲ ରେ ପହଞ୍ଚି ଥିବା ଜାଣିବାକୁ ମିଳିଛି। ବର୍ତ୍ତମାନ ସାନ ଭାଇ ବାଙ୍ଗା ରାଜୁ ମାଣ୍ଡିଙ୍ଗି ପହଞ୍ଚି ମୃତ ବଡ଼ ଭାଇ ଙ୍କୁ ଆଗରୁ ପେଟ ବ୍ୟଥା ରହି ଥିବା ଜଣାଇ ଛନ୍ତି।ଏଥିପାଇଁ ବର୍ତ୍ତମାନ ସୁଦ୍ଧା ମଧ୍ୟ ଥାନାରେ ପରିବାରଙ୍କ ତରଫରୁ ଲିଖିତ ଅଭିଯୋଗ କିଛି କରି ନାହାନ୍ତି। ଆଜକୁ ୩ ମାସ ହେଉଛି ସେ ଅତିଥି ଗଣିତ ଶିକ୍ଷକ ଭାବେ ନିଯୁକ୍ତି ପାଇ ଶିକ୍ଷାଦାନ କରି ଆସୁଥିଲେ। ତାଙ୍କର ମୃତ୍ୟୁ ହୋଇଥିବାରୁ ସ୍କୁଲର ଶିକ୍ଷକ ଛାତ୍ରଛାତ୍ରୀ ଦୁଃଖ ପ୍ରକାଶ କରିବା ସହିତ ଶବ ପାଖରେ ବସି ରହିଛନ୍ତି। ଏହି ପ୍ରକାର ଦୁଃଖଦ ଖବର ଶୁଣି ସ୍ଥାନୀୟ ଅଞ୍ଚଳରେ ସକର ଛାୟା ଖେଳି ଯାଇଛି।
ସଞ୍ଜିବ କୁମାର ବାଙ୍ଗାରି

