ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜିଲ୍ଲାସ୍ତରୀୟ ଶିଶୁ ମହୋତ୍ସବ ମହକ 2025 ଉଦଘାଟିତ 

ଜିଲ୍ଲାସ୍ତରୀୟ ଶିଶୁ ମହୋତ୍ସବ ମହକ 2025 ଉଦଘାଟିତ 

 ଭବାନୀପାଟଣା: – ସ୍ଥାନୀୟ ଟାଉନ ହଲ ଭବାନୀପାଟଣା ଠାରେ ଜିଲ୍ଲା ସ୍ତରୀୟ ମହକ କାର୍ଯ୍ୟକ୍ରମ ମହା ଆଡମ୍ବର ସହକାରେ ଉଦଘାଟିତ ହୋଇଯାଇଛି। ଶିଶୁ ଯତ୍ନ ଅନୁଷ୍ଠାନ ରେ ରହୁଥିବା ଶିଶୁ ମାନଙ୍କ ମଧ୍ୟରେ ଥିବା ଅନ୍ତର୍ନିହିତ କଳା ଓ ପ୍ରତିଭା ର ବିକାଶ କରିବା ଉଦ୍ଦେଶ୍ୟ ରେ ଜିଲ୍ଲା ଶିଶୁ ସୁରକ୍ଷା କାର୍ଯ୍ୟ।ଳୟ ତଥା ଜିଲ୍ଲା ପ୍ରଶାସନ ତରଫରୁ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବରେ କଳାହାଣ୍ଡି ଜିଲ୍ଲା ର ଅତିରିକ୍ତ ଜିଲ୍ଲାପାଳ ତନ୍ମୟ କୁମାର ଦରୱାନ ଯୋଗ ଦେଇଥିବା ବେଳେ ଅନ୍ୟତମ ଅତିଥି ଭାବରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ର ସମ୍ପାଦିକା ସ୍ନିଗ୍ଧା ପଣ୍ଡା, ବାଲଗୋପାଲ ସେବା ନିକେତନ ଶିଶୁ ଯତ୍ନ ଅନୁଷ୍ଠାନ ର ଶିଶୁ ଅତିଥି ବାବୁଲି ମାଝୀ , ଶିଶୁ ମଙ୍ଗଳ ସମିତି ର ଅଧ୍ୟକ୍ଷ ରୂପେଶ କୁମାର ହୋତା, ସଦସ୍ୟ ସଞ୍ଜୟ କୁମାର ଓ ଅଶୋକ ରଞ୍ଜନ ଚୌଧୁରୀ, ଜିଲ୍ଲା ସଂସ୍କୃତି ଅଧିକାରୀ ବିବେକାନନ୍ଦ ମହାନନ୍ଦ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ହଳଧର ନିଆଲ, କିଶୋର ନ୍ୟାୟ ବୋର୍ଡ ର ସଦସ୍ୟା ସ୍ଵର୍ଣ୍ଣଲତା ମହାନ୍ତି, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶୈଳେନ୍ଦୁ ମହାପାତ୍ର ପ୍ରମୁଖ ଯୋଗ ଦେଇଥିଲେ। ସଭାକାର୍ଯ୍ୟ ପରିଚାଳନା କରିଥିଲେ ବାଲଗୋପାଲ ସେବା ନିକେତନ ଅନୁଷ୍ଠାନ ର ମୁଖ୍ୟ ଶ୍ରୀ ହେମନ୍ତ ମୁଣ୍ଡ ଏବଂ ଧନ୍ୟବାଦ୍ ଅର୍ପଣ କରିଥିଲେ ଶିଶୁ ସୁରକ୍ଷା କାର୍ଯ୍ୟାଳୟ ର ଅଂଶୁମାନ ବାବୁ। ଏହି କାର୍ଯ୍ୟକ୍ରମରେ ଶିଶୁ ଯତ୍ନ ଅନୁଷ୍ଠାନର ଶିଶୁ ମାନଙ୍କ ମଧ୍ୟରେ  କନିଷ୍ଠ ଓ ବରିଷ୍ଠ ବର୍ଗରେ ବତ୍କୃତା, ଏକକ ସଙ୍ଗୀତ, ଚିତ୍ରାଙ୍କନ, କୁଇଜ୍  ଏବଂ ଦଳଗତ ନୃତ୍ୟ ଭଳି ବିଭିନ୍ନ ପ୍ରତିଯୋଗିତା ମାନ ଅନୁଷ୍ଠିତ ହୋଇଥିଲା। ଅପର।ହ୍ନ ୫ ଟା ସମୟ ରେ ଏହି କାର୍ଯ୍ୟକ୍ରମ ର ଉଦଯାପନୀ ପର୍ବ ପାଳନ କରାଯାଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲା ପରିଷଦ, କଳାହାଣ୍ଡି ର ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂହଦେଓ ଯୋଗ ଦେଇଥିବା ବେଳେ ଅନ୍ୟତମ ଅତିଥି ଭାବରେ ଅତିରିକ୍ତ ଜିଲ୍ଲାପାଳ ତନ୍ମୟ କୁମାର ଦର୍ଵାନ, ଜିଲ୍ଲା ସଂସ୍କୃତି ଅଧିକାରୀ ବିବେକାନନ୍ଦ ମହାନନ୍ଦ, ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ମୁଜିବୁନ ନିଶା, SWO ତଥା ସୁରକ୍ଷା ଅଧିକାରୀ ସୁଚରିତା ମହାପାତ୍ର, ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ରୂପସିଂହ ରାଉତ, ଶିଶୁ ମଙ୍ଗଳ ସମିତି ର ଅଧ୍ୟକ୍ଷ ରୂପେଶ କୁମାର ହୋତା, ସଦସ୍ୟ ବୃନ୍ଦ ସଞ୍ଜୟ କୁମାର, ଅଶୋକ ରଞ୍ଜନ ଚୌଧୁରୀ ଓ ଭାରତ ଭୁଷଣ ପଣ୍ଡା, କିଶୋର ନ୍ୟାୟ ବୋର୍ଡ ର ସଦସ୍ୟା ଭବାନୀ ପଟ୍ଟନାୟକ ଓ ସ୍ୱର୍ଣଲତା ମହାନ୍ତି, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶୈଳେନ୍ଦୁ ମହାପାତ୍ର, ବରିଷ୍ଠ ଆଇନଯିବୀ ଜୟ ଶଙ୍କର ସିଂଦେଓ ପ୍ରମୁଖ ଉପସ୍ଥିତ ଥିଲେ। ଅତିଥି ମାନଙ୍କ ଦ୍ଵାରା କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ପ୍ରଦାନ କରା ଯାଇଥିଲା। ଏହି ଜିଲ୍ଲା ସ୍ତରୀୟ ମହକ କାର୍ଯ୍ୟକ୍ରମ ରେ ସମସ୍ତ ବିଭାଗରେ ପ୍ରଥମ ସ୍ଥାନ ହାସଲ କରିଥିବା କୃତି ପ୍ରତିଯୋଗୀ ମାନେ ଆସନ୍ତା ନଭେମ୍ବର ମାସରେ ହେବାକୁ ଥିବା ରାଜ୍ୟ ସ୍ତରୀୟ ମହକ କାର୍ଯ୍ୟକ୍ରମ ରେ ଯୋଗଦାନ କରିବା ପାଇଁ ଚୟନ ହୋଇଛନ୍ତି ଏବଂ ସେମାନେ ନିଜ ନିଜର ପ୍ରତିଭା ପ୍ରଦର୍ଶନ କରି ଜିଲ୍ଲା ପାଇଁ ଗୌରବ ଆଣିବା ପାଇଁ ଆଶାବାଦୀ ଅଛନ୍ତି। 

( ମ ନି ସ )

Related posts

ଜିଲ୍ଲାସ୍ତରୀୟ ଏକ ଦିବସୀୟ ବିଦ୍ୟାଳୟ ସୁରକ୍ଷା ପ୍ରଶିକ୍ଷଣ ଶିବିର

masiha

ଦକ୍ଷିଣି ଶୌଣ୍ଢିକ ମହାସଂଘର  ଧର୍ମଗଡ ଓ ଜୁନାଗଡ ବ୍ଲକ ଆଞ୍ଚଳିକ କମିଟିର ବୈଠକ

Sunil Chandra Nayak

ସର୍କଲ ଓ ଏସକେ ଏକାଡେମୀ ପକ୍ଷରୁ ଶ୍ରଦ୍ଧାଞ୍ଜଳୀ

Leave a Comment

error: Content is protected !!