ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆନ୍ତର୍ଜାତିକ ସାକ୍ଷରତା ଦିବସ ପାଳିତ ଅବସରରେ ଶୋଭାଯାତ୍ରା 

ଆନ୍ତର୍ଜାତିକ ସାକ୍ଷରତା ଦିବସ ପାଳିତ ଅବସରରେ ଶୋଭାଯାତ୍ରା 

ଡାବୁଗାଁ, ୮/୯ (ମ.ନି.ସ.)- ନଵରଙ୍ଗପୁର ଜିଲା ଡାବୁଗାଁ ବ୍ଳକ ସରକାରୀ (ନୁତନ) ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ରେ ଆନ୍ତର୍ଜାତିକ ସାକ୍ଷରତା ଦିବସ ଛାତ୍ରୀ ଛାତ୍ର ମାନଙ୍କ ଦ୍ଵାରା ସୋମବାର ପାଳିତ ହୋଇଯାଇଛି l ଏହି ଅବସରରେ ସମ୍ପୃକ୍ତ ବିଦ୍ୟାଳୟରୁ ଛାତ୍ରୀ ଛାତ୍ର ମାନେ ବ୍ୟାନର ଧରି ଧାଡ଼ି ହୋଇ ସାକ୍ଷରତାର ନାରା ଦେଇ ବଜାର ପରିକ୍ରମା କରି ବିଦ୍ୟାଳୟକୁ ଶାନ୍ତି ଶୃଙ୍ଖଳାରେ ଆସି ଥିଲେ l ଉକ୍ତ ରାଲିରେ ସମ୍ପୃକ୍ତ ବିଦ୍ୟାଳୟର ଭାରପ୍ରାପ୍ତ ସନୌଜ କୁମାର ମହାପାତ୍ର, ଗୋଷ୍ଠୀ ସାଧନ କେନ୍ଦ୍ର ସଂଯୋଜକ ତଥା ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଭଗବାନ ମାଝୀ, ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ହେମେନ୍ଦ୍ର ନାଥ ବେହେରା, ଶିକ୍ଷୟତ୍ରୀ ମାଧୁସ୍ମିତା ନାୟକ, ବର୍ଷାରାଣୀ ରାଉତ, ଶିକ୍ଷକ ହେମନ୍ତ କୁମାର ସାମଲ, ସପନ ନାୟକ, ରାମାକାନ୍ତ ଲେଙ୍କା, ଶେଖର ସାହୁ, ପ୍ରଫୁଲ ମେହେରା ପ୍ରମୁଖ ସହଯୋଗ କରିଥିଲେ l ମା ହେଲେ ପାଠୋଇ–ଦେଶ ଯିବ ଆଗେଇ, ଡାବୁଗାଁ ର ଗୋଟିଏ ଡାକ- – ସାକ୍ଷର ହେବେ ସମସ୍ତ ଲୋକ, ବୋହୂ ହେଲେ ପାଠୋଇ– ଦୁଃଖ ଯିବ ପଳେଇ ଏହିପରି ସାକ୍ଷରତା ବାର୍ତ୍ତା ଦ୍ଵାରା ଜନସାଧାରଣଙ୍କୁ ଶୋଭାଯାତ୍ରା ମାଧ୍ୟମରେ ସଚେତନତା କରାଇଥିଲେ l

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

Proud of Cuttack Sadar Rabindranath pati passed away.

Sunil Chandra Nayak

ଚଇତି ଆର୍ଥିକ ସବ-କମିଟି ବୈଠକ ଅନୁଷ୍ଠିତ 

masiha

ପରିବାର ମଙ୍ଗଳରେ ରହିବାନେଇ ସତସଙ୍ଗ ପ୍ରଦାନ କଲେ ପୁଅ ବୋହୁ

Sunil Chandra Nayak

Leave a Comment

error: Content is protected !!