ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଦ୍ୟାଳୟରେ ଜାତିଆଣ ଆକ୍ଷେପ ଅଭିଯୋଗ 

ଘଟଣା ସତ୍ୟ ହେଲେ ସାଙ୍ଘାତିକ

 ଜୟପାଟଣା:୧୮/୦୩/୨୩ // ସରକାର ବିଦ୍ୟାଳୟ ଗୁଡିକୁ ଦଣ୍ତମୁକ୍ତ ସହ ଜାତି,ଧର୍ମ,ବର୍ଣ୍ଣ ନିର୍ବିଶେଷରେ ଭେଦଭାବ ଶୂନ୍ୟ ଅଞ୍ଚଳ ଘୋଷଣା କରିଛନ୍ତି । ଏହା ସ୍ବତ୍ବେ ଏଥିରେ ଅନେକାଂଶରେ ବ୍ୟତିକ୍ରମ ଘଟିବା ନଜରକୁ ଆସେ । କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଳକର ଧନଶୁଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସାନ କର୍ଲାକୋଟ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଆସିଛି ସାଙ୍ଘାତିକ ଅଭିଯୋଗ । ଘଟଣାରୁ ପ୍ରକାଶ ଜାତିଆଣ ଭେଦଭାବ ଦର୍ଶାଇ ଗ୍ରାମର ହରିଜନ ସାହିର ଛାତ୍ରଛାତ୍ରୀ ବିଦ୍ୟାଳୟ ବର୍ଜନ କରିଛନ୍ତି । ସେମାନଙ୍କୁ ଦିଆ ଯାଉଥିବା ମଧ୍ୟାହ୍ନ ଭୋଜନ ସମୟରେ ତଥା ଶ୍ରେଣୀ କକ୍ଷରେ ଛୁଆଁ ଅଛୁଆଁ ଭେଦଭାବ ରଖା ଯାଉଥିବା ଅଭିଯୋଗ ହୋଇଛି । ଘଟଣା ସ୍ଥଳରେ ସ୍ଥାନୀୟ ବିଡ଼ିଓ ସ୍ନିଗ୍ଧାରାଣୀ ପ୍ରଧାନ,ସରପଞ୍ଚ କୈଳାସ ସାହୁ,ସ୍ଥାନୀୟ ନାଏବ ସରପଞ୍ଚ ପ୍ରମୁଖ ଉତ୍ତେଜିତ ଜନତାଙ୍କୁ ବୁଝାସୁଝା କରିଥିଲେ ।ଏଠାରେ ଉଲ୍ଲେଖଯୋଗ୍ୟ ଯେ ଏହି ଗ୍ରାମରେ ଦୁଇ ସାଇ ମଧ୍ୟରେ ତିକ୍ତତା ଥିବା ଦୃଷ୍ଟିରୁ ଏହାର ପ୍ରଭାବ ବିଦ୍ୟାଳୟ ପର୍ଯ୍ୟନ୍ତ ପହଞ୍ଚି ଥିବା ଅନୁମାନ କରାଯାଉଛି । ଅସ୍ପୃଶ୍ୟତା ପାଇଁ ଆମ ଦେଶ ଏକ ଅର୍ଧମୃତ ଏବଂ ଅର୍ଧଜୀଅନ୍ତା ଲୋକଙ୍କ ଦେଶରେ ପରିଣତ ହୋଇ ଯାଇଛି ।ଜାତିଆଣ ମନୋଭାବକୁ ନେଇ ରାଜନୈତିକ ଚକ୍ରବ୍ୟୁହୁରେ ପେସି ହୋଇ ଦେଶ ଅଗ୍ରଗତି ବାଧକ ସାଜୁଛି । ତେଣୁ ଏପରି ପରିସ୍ଥିତି ଅଞ୍ଚଳର ଶାନ୍ତ ବାତାବରଣକୁ କଳୁଷିତ କରୁଛି । ଏହାର ଉପଯୁକ୍ତ ତଦନ୍ତ କରାଯାଇ ଦୋଷୀଙ୍କ ଉପରେ କୋଠର କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହେଉଛି ।

ଜଗମୋହନ ପଟ୍ଟନାୟକ(ବରିଷ୍ଠ ସାମ୍ବାଦିକ)

Related posts

କାଳୀକୃଷ୍ଣ ସଂଘ ପକ୍ଷରୁ ସତ୍ୟାନନ୍ଦ ଜୟନ୍ତୀ ଅବସରରେ ରକ୍ତଦାନ ଶିବିର

Sunil Chandra Nayak

ଗ୍ରାମୀଣ ଆତ୍ମନିଯୁକ୍ତି ତାଲିମ ପ୍ରତିଷ୍ଠାନ ପକ୍ଷରୁ ପ୍ରଶିକ୍ଷାର୍ଥୀଙ୍କୁ ପ୍ରଶିକ୍ଷଣ 

Sunil Chandra Nayak

କଙ୍କଡ଼ାହାଡ଼ ଗ୍ରାମରେ ଅବସର ବିନୋଦନ କେନ୍ଦ୍ରର ଭିତ୍ତି ପ୍ରସ୍ତର ସ୍ଥାପନର ଶୁଭ ଉଦ୍ଘାଟନ

Leave a Comment

error: Content is protected !!