ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବାଣପୁର ବ୍ଲକରେ ୨ୟ ସମିତି ବୈଠକ ହୋ,ହାଲାରେ ଶେଷ : ବାହାରେ ଚାଉଳକୁ ନେଇ ବିଜେଡିର ପ୍ରତିବାଦ ସଭା 

ବାଣପୁର , ୧୪/୨ ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ପଞ୍ଚାୟତ ସମିତି ସଭାଗୃହରେ ୨ୟ ପଂଚାୟତ ସମିତିର ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ବ୍ଳକ ଅଧ୍ୟକ୍ଷ ଅମରେନ୍ଦ୍ର ରଣସିଂ ଙ୍କ ସଭାପତି ତ୍ବରେ ସଭାକାର୍ଯ୍ୟ ଚାଲିଥିବା ବେଳେ । ଏଥିରେ ବିଡିଓ ବୁଲବୁଲ ବେହେରା , ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଗୋପୀନାଥ ମହାରଣା, ବିଧାୟକ ପ୍ରତିନିଧି ମନୋଜ କୁମାର ପ୍ରଧାନ , ସାଂସଦ ପ୍ରତିନିଧି ଯଦୁ ପ୍ରଧାନ , ସରପଞ୍ଚ ସୁରେଶ ଚନ୍ଦ୍ର ବାରିକି ସମେତ ୧୭ଗୋଟି ପଂଚାୟତର ସରପଂଚ ଓ ସମିତି ସଭ୍ୟ, ଜିଲାପରିଷଦ ସଦସ୍ୟ ପ୍ରମୁଖ ଉପସ୍ଥିତ ରହି ବ୍ଳକର ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ । ତେବେ ପୂର୍ବ ବୈଠକର ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା ହୋଇଥିଲେ ବି ତାହା କୈାଣସି ଜନପ୍ରତିନିଧି ଙ୍କୁ ସୂଚନା ଦେଇନଥିବାରୁ ଏହାକୁ ନେଇ ହଟ୍ଟଗୋଳ ସୃଷ୍ଟି ହୋଇଥିଲା । ଫଳରେ ସଭାଅଧାରୁ ବିଜେଡି ସମର୍ଥିତ ନିର୍ବାଚିତ ପ୍ରତିନିଧି ମାନେ ଅସନ୍ତୋଷ ପ୍ରକାଶ କରି ସଭାମଧ୍ୟରୁ ଚାଲିଆସିଥିଲେ । ଅନ୍ୟ ପକ୍ଷରେ କେନ୍ଦ୍ର ସରକାର ଓଡ଼ିଶା ବାସିଙ୍କ ପେଟକୁ ଗୋଇଠା ମାରି ପାଞ୍ଚକିଲ ଚାଉଳ କାଟିଥିବା ନେଇ ବ୍ଲକ ସମ୍ମୁଖରେ ବାଣପୁର ବିଜେଡି ତରଫରୁ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା । ପ୍ରତିବାଦି ମାନେ ବିଭିନ୍ନ ନାରାବାଜି କରି କେନ୍ଦ୍ର ସରକାରଙ୍କ ଏପରି ମାରଣା କାର୍ଯ୍ୟ କଳାକୁ ନିନ୍ଦା କରିବାସହ ପୁନଶ୍ଚ ପାଞ୍ଚ କିଲୋ ଚାଉଳ ଫେରାଇ ଦେବାକୁ ନେଇ ଏକ ଦାବିପତ୍ର ମାନ୍ୟବର ରାଷ୍ଟ୍ରପତି ଙ୍କ ଉଦେଶ୍ୟ ରେ ବିଡ଼ିଓ ଙ୍କୁ ପ୍ରଦାନ କରିଥିଲେ । ତେବେ ବ୍ଳକ ପରିସରରେ ଶାନ୍ତି ଶୃଙ୍ଖଳାପାଇଁ ବାଲୁଗାଁ ଏସଡିପିଓ ଓ ବାଣପୁର ଥାନା ଅଧିକାରୀ ଜୟପ୍ରକାଶ ପରିଡାଙ୍କ ତତ୍ୱାବଧାନରେ ବ୍ୟାପକ ପୋଲିସର ବ୍ୟବସ୍ଥା କରାଯାଇଥିଲା।

ବାଣପୁର ରୁ ରାକେଶ ସାହୁଙ୍କ ରିପୋର୍ଟ ମସୀହା ନିୟୁଜ

Related posts

କନ୍ଧମାଳ ମହୋତ୍ସବ ରେ ସ୍ଥାନୀୟ କଳାକାର ଙ୍କୁ ମିଳୁନି ସୁଯୋଗ – ଜଳନ୍ଧର, ଯଦୁ ନନ୍ଦନ 

Sunil Chandra Nayak

ପ୍ରକାଶ ପାଇଲା କବିତା ପ୍ରତିଯୋଗିତାର ଫଳାଫଳ, ସୁନ୍ଦରଗଡ଼, ଝାରସୁଗୁଡା ଓ କେନ୍ଦ୍ରାପଡାକୁ ମିଳିଲା ସ୍ଥାନ

Sunil Chandra Nayak

ସୁର ତରଙ୍ଗ’ ଦ୍ଵାରା ସ୍ଵର ସମ୍ରାଟ କିଶୋର କୁମାର ଓ ସ୍ଵର କୋକିଳା ଲତା ମଙ୍ଗେଷ୍କରଙ୍କୁ ସଙ୍ଗୀତମୟ ଶ୍ରଦ୍ଧାଞ୍ଜଳି

masiha

Leave a Comment

error: Content is protected !!