ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜୟପାଟଣା ବ୍ଲକ୍ ଅଧ୍ୟକ୍ଷ ଙ୍କ ମନୋମୁଖୀ ଶାସନ, ସମିତି ବୈଠକ ବର୍ଜନ କଲେ ସରପଞ୍ଚ ଓ ଜିଲ୍ଲାପରିଷଦ ସଭ୍ଯ

ଭବାନୀପାଟଣା – – କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ରେ ବ୍ୟାପକ ଦୁର୍ନୀତି ସାଙ୍ଗକୁ ବ୍ଲକ୍ ଅଧ୍ୟକ୍ଷ ଙ୍କ ମନୋମୁଖୀ ଏକଛତ୍ରବାଦ ଶାସନ କଙ୍କଡା କୁ ଗୋଳି ପାଣି ସଦୃଶ ହୋଇଛି। ବ୍ଳକ ପକ୍ଷରୁ ହେଉଥିବା ବିଭିନ୍ନ ଉନ୍ନୟନ ମୂଳକ ଯୋଜନା ରେ ନିମ୍ନ ମାନର କାର୍ଯ୍ୟ ସାଙ୍ଗକୁ ବ୍ୟାପକ ଅର୍ଥ ହରି ଲୁଟ ଯୋଜନା କୁ କରୁଛି ବାଟବଣା। ଜନସାଧାରଣ ବଞ୍ଚିତ ହେଉଛନ୍ତି ସରକାରୀ ଯୋଜନାରୁ। ସର୍କାର କା ମାଲ୍ ପକେଟ ମେଁ ଡାଲ ନ୍ୟାୟ ରେ କିଛି ଲୋକଙ୍କ ପାଇଁ ବରଦାନ ହୋଇଛି।ଏହିଭଳି ଅନିୟମିତତା ଦୁର୍ନୀତି ଓ ଅଧ୍ୟକ୍ଷ ଙ୍କ ମନୋମୁଖୀ କାର୍ଯ୍ୟ ର ପ୍ରତିବାଦ କରି ଆଜି ଜୟପାଟଣା ବ୍ଲକ ର ସମସ୍ତ ସରପଞ୍ଚ, ଜିଲ୍ଲାପରିଷଦ ସଭ୍ୟ ଓ ସାଂସଦ ପ୍ରତିନିଧି ବୈଠକ କୁ ବର୍ଜନ କରିଛନ୍ତି lସମିତି ର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ଗୁଡିକ ବୈଠକର ବିନା ଅନୁମୋଦନ ରେ ପ୍ରିୟା ପ୍ରୀତି ତୋଷଣ ମାଧ୍ୟମରେ କରାଯାଉଛି ଏଥିପାଇଁ ବୈଠକରେ ଆଲୋଚନା ମଧ୍ଯ ହେଉନାହିଁ ବୋଲି ଅଭିଯୋଗ କରିଛନ୍ତି ସରପଞ୍ଚ ଓ ଜିଲ୍ଲାପରିଷଦ ସଭ୍ଯ, ଏପରିକି ଗତ ସମିତି ବୈଠକରେ ଆଲୋଚନା ହୋଇଥିବା ମହିଳା ଓ ଶିଶୁ ବିକାଶ ବିଭାଗର ନିମ୍ନ ମାନର ଛତୁଆ ଯୋଗାଣ, ଖାଦ୍ୟ ଯୋଗାଣ, ପାନୀୟଜଳ, କୃଷି, ଉନ୍ନୟନ ମୂଳକ କାର୍ଯ୍ୟ ବିଷୟ ଗୁଡ଼ିକୁ ଉଦ୍ଦେଶ୍ୟ ମୂଳକ ଭାବେ ବାଦ ଦେଇଥିବା ଅଭିଯୋଗ କରିଛନ୍ତି ସରପଞ୍ଚ ଓ ଜିଲ୍ଲାପରିଷଦ ସଭ୍ୟ ମାନେ।ପ୍ରସ୍ତାବ ଆଗତ ଓ କରୁଥିବା ସରପଞ୍ଚ ଙ୍କ ନାମ ମଧ୍ଯ ବିବରଣୀ ରେ ସ୍ଥାନିତ ହେଉନାହିଁ। ବ୍ଲକ୍ ଅଧ୍ୟକ୍ଷ ଙ୍କ ମନୋମୁଖୀ ଶାସନ ର ତୀବ୍ର ବିରୋଧ କରିବା ସହ ଜନସାଧାରଣ ଙ୍କ ନିମନ୍ତେ ଉଦ୍ଧିଷ୍ଟ ସରକାରୀ ଯୋଜନା ର ସଫଳ ରୂପାୟନ ପାଇଁ ଓ ବାଟ ମାରଣା ବ୍ୟବସ୍ଥା ବନ୍ଦ କରିବା ନିମନ୍ତେ ଆବଶ୍ୟକ ହେଲେ ଆମେ ଆନ୍ଦୋଳନର ଆଶ୍ରୟ ନେବୁ ବୋଲି ସରପଞ୍ଚ ସଂଘ ସଭାପତି କୈଳାସ ଚନ୍ଦ୍ର ସାହୁ ସମ୍ପାଦକ ଯଦୁମଣି ସାହୁ, ଜିଲ୍ଲାପରିଷଦ ସଭ୍ଯ ଅଙ୍ଗଦ ମାଝୀ, ଦେବ ପୁଝାରୀ ନିଜ ବିବୃତି ମାଧ୍ୟମରେ ପ୍ରକାଶ କରିଛନ୍ତି। ଘଟଣାର ସମାଧାନ ପାଇଁ BDO ସ୍ନିଗ୍ଧାରାଣୀ ପ୍ରଧାନ ସରପଞ୍ଚ, ଜିଲ୍ଲାପରିଷଦ ସଭ୍ଯ ସାଂସଦ ପ୍ରତିନିଧି ବିଜୟ କୁମାର ଦିଶାରୀ ଙ୍କ ସହ ଆଲୋଚନା କରି ବୈଠକରେ ଯୋଗ ଦେବାକୁ ଅନୁରୋଧ କରିଥିଲେ ହେଁ ଜନପ୍ରତିନିଧି ମାନେ ଅନୁରୋଧ କୁ ପ୍ରତ୍ୟାଖାନ କରି ବୈଠକ ବର୍ଜନ କରିଥିଲେ। ଅନେକ ସମିତି ସଭ୍ଯ ମଧ୍ଯ ବୈଠକ ବାହାରକୁ ଚାଲି ଆସିଥିଲେ ହେଁ ପରେ ତାଳିପକା ଉଦ୍ୟମ ହୋଇଥିବା ଶୁଣାଯାଏ।ସମିତି ର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ର ଠିକା ୧୫%ରୁ୨୦% ରେ ବିକ୍ରୟ ହେଉଥିବା ଶୁଣିବାକୁ ମିଳୁଛି, କଳାହାଣ୍ଡି ଜିଲ୍ଲା ପ୍ରଶାସନ ଓ ଗୋଇନ୍ଦା ବିଭାଗ ସମିତି ଭାତ ହାଣ୍ଡିରୁ କିଛି ପରୀକ୍ଷା କଲେ ବହୁ ଗୁରୁତ୍ବପୂର୍ଣ୍ଣ ତଥ୍ୟ ପଦାକୁ ଆସିବ ବୋଲି ବୁଦ୍ଧିଜିବୀ ମହଲରେ ଆଲୋଚନା ହେଉଛି।

ସହ ସଂପାଦକ ଅର୍ଜ୍ଜୁନ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ସୀମାନ୍ତ ମହାବିଦ୍ୟାଳୟ ପଦାର୍ଥ ବିଜ୍ଞାନ ବିଭାଗର ବାର୍ଷିକ ପାଠଚକ୍ର

masiha

ଚଳିତବର୍ଷ ବାସନ୍ତୀ ଦୁର୍ଗାପୂଜା ର ସୁବର୍ଣ୍ଣ ଜୟନ୍ତୀ ମହାସମାରୋହ ରେ ପାଳନ ନେଇ ସାମ୍ବାଦିକ ସମ୍ମିଳନୀ

masiha

ଆରମ୍ଭ ଦିନରୁ ଜେଏସଡ଼ବ୍ଲୁ’ର ସାହାଯ୍ୟ ନାହିଁ,ଦାମସାହି/ଜାମୀତ୍ରାର ସୁଖଦୁଃଖରେ ଯୁବଗୋଷ୍ଠୀ

masiha

Leave a Comment

error: Content is protected !!