ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଧୋଡ଼ିପାଣି ଏସଏସଡି ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ ଉପଲକ୍ଷେ ଖେଳର ଆୟୋଜନ ସହ ଉଦଯାପନୀ ଉତ୍ସବ 

ଚନ୍ଦାହାଣ୍ଡି-15/2(ମ ନି ସ ) ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ଧୋଡ଼ିପାଣି ଏସଏସଡି ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ ଉପଲକ୍ଷେ ଖେଳ ର ଗୁରୁତ୍ୱ ସ୍ୱରୂପ ଆଜି ଛାତ୍ର ଛାତ୍ରୀ ଙ୍କୁ ନେଇ ଗୀତ, ନୃତ୍ୟ, କ୍ରିକେଟ, ରଚନା, ବକ୍ତୃତା ଭଳି ବିଭିନ୍ନ ଖେଳର ପ୍ରତିଯୋଗିତା ଆୟୋଜନ କରାଯାଇଥିଲା l ଆଜି ବାର୍ଷିକ ଉତ୍ସବର ଅନ୍ତିମ ଦିନ ହୋଇଥିବା ଅନ୍ତିମ ପର୍ଯ୍ୟାୟ ଖେଳ ସହ ଉଦଯାପନୀ ଉତ୍ସବ ଅନୁଷ୍ଠିତ ହୋଇଥିଲା l ଆଜିର ଉଦଯାପନୀ ଉତ୍ସବରେ ଧୋଡ଼ିପାଣି ଏସଏସଡି ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ରଘୁମଣୀ ଜାନିଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ନବରଙ୍ଗପୁର ଲୋକସଭା ସାଂସଦ ରମେଶ ଚନ୍ଦ୍ର ମାଝୀ ଯୋଗଦେଇ ଥିବାବେଳେ ସ୍ୱତନ୍ତ୍ର ଅତିଥି ଭାବେ ଝରୀଗାଁ ବିଧାୟକ ଇଂ. ପ୍ରକାଶ ଚନ୍ଦ୍ର ମାଝୀ, ଏବଂ ମୁଖ୍ୟବକ୍ତା ଭାବେ ଓଏଲଆଇସି ର ଉପଦେଷ୍ଟା ପ୍ରମୋଦ କୁମାର ପାଢ଼ୀ ଯୋଗଦେଇ ଥିବା ବେଳେ ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ଭାସ୍କର ରଇତ, ବ୍ଲକ ଅଧକ୍ଷl ସୁମିତ୍ରା ପୂଜାରୀ, ଉପାଧ୍ୟାକ୍ଷ ବାସୁଦେବ ଗୌଡ଼, ଜିଲ୍ଲାପରିଷଦ ସଭ୍ୟା ବର୍ଷାରାଣୀ ପଟେଲ,ଓ କେତକୀମଲ୍ଲୀ ଗୌଡ଼, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଧର୍ମରାଜ ମାଝୀ, ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ନୀଳକଣ୍ଠ ଦାଶ,ସମାଜସେବୀ ଗୌରହରି ନାୟକ,ଯୁବରାଜ ଜଗତ,ବଳରାମ ପଟନାୟକ,କିଶୋର ଖମାରି, ଝୁମୁକଲାଲ ସାହୁ, ନୀଳମଣି ଗୌଡ଼, ମାଲଗାଁ ସରକାରୀ ଉଚ୍ଚ ବିଦ୍ୟାଳୟ ପ୍ରଧାନଶିକ୍ଷକ ନରେଶ କୁମାର ଯୋଶୀ, ଦଳବେଡା ବାଳିକା ଉଚ୍ଚ ବିଦ୍ୟାଳୟ ପ୍ରଧାନଶିକ୍ଷକ ହୃଷିକେଶ ସାହୁ,ଧୋଡ଼ିପାଣି ବିଦ୍ୟାଳୟ ପରିଚାଳନା କମିଟି ସଭାପତି ରତନ ନାୟକ ଯୋଗଦେଇ ମଞ୍ଚାସିନ ହେବା ସହ ସର୍ବ ପ୍ରଥମେ ଗଣପତିଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପ ମାଲ୍ୟ ଅର୍ପଣ ସହ ପ୍ରାରମ୍ଭିକ ସଂଗୀତ ଗାନକରି ସଭା କାର୍ଯ୍ୟ ପ୍ରାରମ୍ଭ କରାଯାଇଥିଲା l ଏହା ପରେ ବିଦ୍ୟାଳୟର ଛାତ୍ର ଛାତ୍ରୀଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ନୃତ୍ୟ ପରିବେଷଣ କରାଯାଇଥିଲା l ପ୍ରତିଯୋଗିତା ରେ ଭାଗ ନେଇ ଥିବା ସମସ୍ତ କୃତି ପ୍ରତିଯୋଗୀ ମାନଙ୍କୁ ଅତିଥି ମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା l ଏହି କାର୍ଯ୍ୟକ୍ରମ କୁ ଶିକ୍ଷକ କୃଷ୍ଣଚନ୍ଦ୍ର ମହାପାତ୍ର ପରିଚାଳନା କରିଥିବା ବେଳେ କୃଷ୍ଣଚନ୍ଦ୍ର ନାୟକ, ମୃତ୍ୟୁଞ୍ଜୟ ଷଡ଼ଙ୍ଗୀ, ସ୍ବସ୍ତି ପାଣି, ଗୋଲାପୀ ସ୍ୱାଇଁ, ଦୀପଂଶୁ ଶେଖର କୁଣ୍ଡୁ ପ୍ରମୁଖଙ୍କ ସମେତ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ କର୍ମଚାରୀ ସହଯୋଗ କରିଥିଲେ l

ଚନ୍ଦାହାଣ୍ଡି ରୁ ଦିଲୀପ ଦାସ ଙ୍କ ରିପୋର୍ଟ 

Related posts

ବାଲିଗୁଡାରେ ୫-ଟି ସଚିବ ଭି କେ ପାଣ୍ଡିଆନ : ମନ୍ଦିର ମେଡିକାଲ ପରିଦର୍ଶନ ସହ ବିଭିନ୍ନ ଅଭିଯୋଗ ପରଖିଲେ

Sunil Chandra Nayak

ମିଲ୍କ ମୁଁ କ୍ଷୀର କମ୍ପାନୀ ନାମରେ ଗୁରୁତର ଅଭିଯୋଗ: କ୍ଷୀରରେ ଲୁଗା ସଫା ପାଉଡର ଭଳି ଦୁର୍ଗନ୍ଧ ବାହାରୁଛି 

Sunil Chandra Nayak

ସରସ୍ୱତୀ ଶିଶୁ ବିଦ୍ଯା ମନ୍ଦିର ପରିସରରେ ଉତ୍କଳ ଦିବସ ପାଳିତ

masiha

Leave a Comment

error: Content is protected !!