ରାଉରକେଲା/ ସହର ସେବା ସମିତି, ରାଉରକେଲା ଦ୍ବାରା ପ୍ରଖ୍ଯାତ ଚଳଚ୍ଚିତ୍ର ନିର୍ଦ୍ଦେଶକ, ମହାନାୟକ ପ୍ରଶାନ୍ତ ନନ୍ଦଙ୍କ ୭୮ତମ ଜନ୍ମ ଦିବସ ପାଳନ ଅବସରରେ ଶ୍ରୀ ନନ୍ଦଙ୍କର କେତେକ ପ୍ରମୁଖ ଚଳଚ୍ଚିତ୍ରର ମନଛୁଆଁ ସଂଗୀତ କୁ ନେଇ ‘ ଚିର ସବୁଜ ପ୍ରଶାନ୍ତ ‘ ସଂଗୀତ ସଂଧ୍ୟା ସ୍ଥାନୀୟ ସିଭିକ ସେଣ୍ଟର୍ ଠାରେ ଅନୁଷ୍ଠିତ ହୋଇଯାଇଛି । ସମିତିର ସଭାପତି ମନୋରଞ୍ଜନ ଦାଶଙ୍କ ସଭାପତିତ୍ବ, କାର୍ଯ୍ୟକାରୀ ସଭାପତି ସୁନିଲ୍ କୟାଲ, ସଂପାଦକ ରାଜେଶ ବାନାର୍ଜୀ ଓ ଆବାହକ ଶୈଳେନ୍ଦ୍ର ମହାନ୍ତି ଙ୍କ ଆବାହକତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରାଉରକେଲା ଇସ୍ପାତ କାରଖାନା ର ଭାରପ୍ରାପ୍ତ ନିର୍ଦ୍ଦେଶକ ଅତନୁ ଭୌମିକ ମୁଖ୍ୟଅତିଥି ଭାବେ ଯୋଗଦେଇ ପ୍ରଶାନ୍ତ ନନ୍ଦଙ୍କୁ ଶୁଭେଚ୍ଛା ଜଣାଇବା ସହ ମୁଖ୍ୟ ଦର୍ଶକ ଭାବେ ସଂଗୀତ ସଂଧ୍ୟାକୁ ଉପଭୋଗ କରିଥିଲେ । ଶୁଭଶ୍ରୀ ଦାସଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନ ତରଫରୁ କେକ୍ କଟାଯାଇ ତଥା ପୁଷ୍ପଗୁଛ୍ଛ ଦିଆଯାଇ ଶ୍ରୀ ନନ୍ଦଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ଅବସରରେ ସହରର ଶହେରୁ ଉର୍ଦ୍ଧ୍ବ ଅନୁଷ୍ଠାନ ତରଫରୁ ପୁଷ୍ପଗୁଛ୍ଛ ଦେଇ ଶ୍ରୀ ନନ୍ଦଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଥିଲେ । ସମ୍ବର୍ଦ୍ଧନା ର ପ୍ରତ୍ୟୁତ୍ତରରେ ଶ୍ରୀ ନନ୍ଦ ଏହାକୁ ଅନନ୍ୟ କାର୍ଯ୍ୟକ୍ରମ ସହ ସ୍ମରଣୀୟ ମୁହୂର୍ତ୍ତ ବୋଲି କହି କିଛି ପୁରୁଣା ସ୍ମୃତି ରୋମନ୍ଥନ କରିଥିଲେ । ଏହି ଅବସରରେ ମ୍ୟୁଜିକ ଥେରାପି ରାଉରକେଲା ର କଳାକାର ସର୍ବଶ୍ରୀ ମନୋରଞ୍ଜନ ଦାଶ,ସୁନିଲ୍ କୟାଲ, ଶୈଳେନ୍ଦ୍ର ମହାନ୍ତି, ନିଶି ନନ୍ଦ,ସ୍ମିତା ମିଶ୍ର, ସରୋଜ ପଣ୍ଡା,ଅଜୟ ଖଟୁଆ,ଜୟନ୍ତୀ ବେବର୍ତ୍ତା, ବିଜୟଲକ୍ଷ୍ମୀ ଶ୍ରୀଚନ୍ଦନ, ଶୁଭଶ୍ରୀ ଦାଶ, ଅସିତ ଦାସ ଓ ଭୁବନେଶ୍ବର ର ଇନ୍ଦ୍ରଧନୁ ତରଫରୁ ଚିନ୍ତାମଣି ମିଶ୍ର, ଦୁଷ୍ମନ୍ତ କୁମାର, ବରଦା ପ୍ରସନ୍ନ ପଟ୍ଟନାୟକ,ବସନ୍ତ ତିହାଡି,ଅବନିକାନ୍ତ ଦାସ, ଏମ କିରଣ କୁମାର, ରଜନୀଶ ସିଂହ,ତୀର୍ଥନାଥ ଲୋହା, ମିଲୁ ଜେନା ଓ ଲୋଭା ବିଶ୍ବାଳ ପ୍ରମୁଖ ପ୍ରଶାନ୍ତ ନନ୍ଦଙ୍କ ଅଭିନିତ ଚଳଚ୍ଚିତ୍ରର ସଂଗୀତ ପରିବେଷଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ସମିତିର ଉପସଭାପତି ପୁଷ୍ପା ଲେଙ୍କା, ୱାଇ ହେମଲତା, ପ୍ରଫୁଲ୍ଲ ନାୟକ, ଏସ ଏମ ଅଲ୍ଲୀ, ଦିଗମ୍ବର ମହାନ୍ତି, ଚନ୍ଦ୍ରଶେଖର ପାଢୀ ଓ ଅନ୍ୟମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଏହି କାର୍ଯ୍ୟକ୍ରମରେ ସହରର ବିଭିନ୍ନ ଅନୁଷ୍ଠାନର କର୍ମକର୍ତ୍ତା ମାନେ ଯୋଗଦେଇ କାର୍ଯ୍ୟକ୍ରମକୁ ଉପଭୋଗ କରିବା ସହ ସଫଳ କରାଇଥିଲେ ।