ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

୭୭ତମ ସ୍ୱାଧୀନତା ଦିବସ ଉପଲକ୍ଷେ ମହାନ ଯୋଦ୍ଧା ମାନଙ୍କୁ ବାଲୁକା କଳାରେ ଶ୍ରଦ୍ଧାଞ୍ଜଳି

କର୍ଲାମୁଣ୍ଡା: କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ଗଜବାହାଲ ପଞ୍ଚାୟତ ଡ଼ଙ୍ଗରମୁଣ୍ଡା ଗ୍ରାମର ଅନ୍ତର୍ଜାତୀକ ବାଲୁକା ଶିଳ୍ପୀ ଓମ୍ ପ୍ରକାଶ ସାହୁ ୭୭ତମ ସ୍ୱାଧୀନତା ଦିବସ ଉପଲକ୍ଷେ ମହାନ ଯୋଦ୍ଧା ମାନଙ୍କୁ ବାଲୁକା କଳାରେ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି l ୭୭ତମ ସ୍ୱାଧୀନତା ଦିବସ ଉପଲକ୍ଷେ ଘର୍ ଘର୍ ତ୍ରିରଙ୍ଗା ଅଭିଯାନ ସାରା ଦେଶରେ ଧୁମଧାମ୍ ରେ ପାଳନ କରାଯାଉଛି l ଏହି ଅବସରରେ ଆପୋଷହୀନ ଧାରାର ମହାନ ସହୀଦ ମାନଙ୍କୁ ବାଲୁକା କଳା ମାଧ୍ୟମରେ ବାଲୁକା କଳାରେ ସହୀଦ ବିର୍ସା ମୁଣ୍ଡା, ପ୍ରଥମ ଛାତ୍ର ସହୀଦ ଖୁଦିରାମ ବୋଷ, ସହୀଦ ଭଗତ ସିଂ, ପ୍ରଥମ ମହିଳା ସହୀଦ ପ୍ରୀତିଲତା ୱାଦେଦାର, ସହୀଦ ଅସ୍ପାକୁଲ୍ଲା ଖାଁ, ସହିତ ରାମ ପ୍ରସାଦ ବିସ୍ମିଲ, ସହୀଦ ବାଘା ଯତୀନ ଓ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ପ୍ରତିକୃତି ନିର୍ମାଣ କରି ଶ୍ରୀ ସାହୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି l

କର୍ଲାମୁଣ୍ଡାରୁ ସୁଶାନ୍ତ ରଣାଙ୍କ ରିପୋର୍ଟ, ମସୀହା

Related posts

ତେରେସିଂହା ସଂପୂର୍ଣ୍ଣ ମହାଭାରତ: ଦ୍ରୌପଦୀ ବସ୍ତ୍ରାହରଣ ଓ ଗୁପ୍ତ ବନବାସ ମଞ୍ଚସ୍ଥ

ଗୋରୁମହିଷାଣୀ ଅଂଚଳର ଯୁବକ ନିଖୋଜ

Sunil Chandra Nayak

ଵଢଦୁନ୍ଦୁ ପଞ୍ଚାୟତର ସରପଞ୍ଚ ଅଯୋଗ୍ୟ ଘୋଷିତ 

Sunil Chandra Nayak

Leave a Comment

error: Content is protected !!