ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଖାତିଗୁଡା ରେ ପାଳନ ହେଲା ମା ଶ୍ୟାମାକାଳୀ ପୂଜା

ଖାତିଗୁଡା ରେ ପାଳନ ହେଲା ମା ଶ୍ୟାମାକାଳୀ ପୂଜା

ତେନ୍ତୁଳିଖୁଣ୍ଟି – ୧୪/୧୧/୨୩ ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ଖାତିଗୁଡା ଠାରେ ଧୁମ ଧାମରେ ପାଳିତ ହେଉଛି ମା ଶ୍ୟାମାକାଳୀ ପୂଜା । ଗତ ୧୨ ତାରିଖ ରବିବାର ଦିନ ସନ୍ଧ୍ୟାରେ ଆରମ୍ଭ ହୋଇଥିଲା ମାଙ୍କ କଳସ ଯାତ୍ରା ଏହି କଳସ ଯାତ୍ରା ରେ ଶତାଧିକ ଭକ୍ତ ଯୋଗଦେଇ ଇନ୍ଦ୍ରାବତୀ ନଦୀଘାଟ ଠାରୁ ଜଳ ସଂଗ୍ରହ କରି ମାଙ୍କ ପୂଜା ମଣ୍ଡପକୁ ନେଇଥିବା ଦେଖିବାକୁ ମିଳିଥିଲା ।ଗ୍ରାମର ଠାକୁରାଣୀ ଲାଠି ଓ ଦେବୀଙ୍କ ମନ୍ଦିରରୁ କାଲିକା ଲାଠି ଆସିବା ପରେ ଅର୍ଦ୍ଧରାତ୍ରିରୁ ଆରମ୍ଭ ହୋଇଥିଲା ମାଙ୍କ ପୂଜାର୍ଚ୍ଚନା । କୃଷ୍ଣଚନ୍ଦ୍ର କରଶର୍ମା ଙ୍କ ଦେବୀ ମନ୍ତ୍ର ଉଚ୍ଚାରଣ ସହ ଛବିଳ ଦଳେଇ ଓ ତାଙ୍କ ଧର୍ମ ପତ୍ନୀ ନମିତା ଦଳେଇ କର୍ତା ରହି ପୂଜାର୍ଚ୍ଚନା ହେଉଛି। କରଶର୍ମା ମଧ୍ୟରାତ୍ରୀ ରୁ ପୂଜାର୍ଚ୍ଚନା ଚଣ୍ଡି ପାଠରେ କମ୍ପିଥିଲା ମାଙ୍କ ପୂଜା ମଣ୍ଡପ ।ଖାତିଗୁଡା ଗ୍ରାମରେ ମା ଶ୍ୟାମାକାଳୀ ପୂଜା ଚଳିତବର୍ଷ ସହ ୨୩ବର୍ଷ ପୂର୍ତ୍ତି ହବ ବୋଲି କହିଛନ୍ତି। ମଦନ ମୋହନ ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆଜକୁ 23 ବର୍ଷ ହେଲା ରେ ଶ୍ୟାମାକାଳୀଙ ପୂଜା ଏଠାରେ ହୋଇ ଆସୁଛି। ସେ ମା ଭକ୍ତ ହୋଇଥିବାରୁ ଖାତିଗୁଡା ଓ ଆଖପାଖ ଅଞ୍ଚଳର ଲୋକେ ମଦନଙ୍କୁ ଗୁରୁ ବୋଲି ଡାକିଥାନ୍ତି ଓ ମାନିଥାନ୍ତି । ଏହି ପୂଜାରେ ଗ୍ରାମର ମୁଖ୍ୟ ଲୋକଙ୍କ ଉପସ୍ଥିତରେ ପୂଜାବିଧି ଠାରୁ ଆରମ୍ଭ କରି ସମସ୍ତ କାର୍ଯ୍ୟକ୍ରମ ହୋଇଥାଏ । ସୋମବାର ଦିନ ମାଙ୍କ ମଣ୍ଡପରେ ଶତାଧିକ ଭକ୍ତଙ୍କ ଗହଳି ଦେଖିବାକୁ ମିଳିଥିଲା । ଭକ୍ତ ମାନଙ୍କ ପାଇଁ ଖାତିଗୁଡା ମା ଶ୍ୟାମାକାଳୀ ପୂଜା କମିଟି ଦ୍ବାରା ପଣା ବ୍ୟବସ୍ଥା କରାଯାଇଥିଲା । ମଙ୍ଗଳବାର ଦିନମାଁଙ୍କ ପୀଠରେ ଭକ୍ତଙ୍କ ପାଇଁ ଦିନ ରାତି ପ୍ରସାଦ ସେବନ କାର୍ଯ୍ୟକ୍ରମ କରାଯାଇଥିଲା । ଏଥିରେ ହଜାର ହଜାର ଭକ୍ତ ମାଁଙ୍କ ପ୍ରସାଦ ସେବନ କରିବାସହ ରାତ୍ରରେ ମନୋରଞ୍ଜନ ପାଇଁ ମାଙ୍କ ପୀଠରେ ହୋଇଥିଲା କୋରାପୁଟିଆ ନାଚ ଏହି ନାଚ ଦେଖିବା ପାଇଁ ଶତାଧିକ ଲୋକଙ୍କ ଭିଡ଼ ସହ ରଙ୍ଗ ବେରଙ୍ଗ ଦୋକାନ ବସିଥିବା ଦେଖିବାକୁ ମିଳିଥିଲା ।ମା ଶ୍ୟାମାକାଳୀ ପୂଜାପୀଠରେ ଆଖ ପାଖ ଅଞ୍ଚଳ ସହ ଦୂରଦୂରାନ୍ତରୁ ଭକ୍ତଙ୍କ ଗହଳି ମଧ୍ୟ ଲାଗିଥିବା ଦେଖିବାକୁ ମିଳିଥିଲା । ଆସନ୍ତା ବୁଧବାର ଦିନ ମାଙ୍କ ଭସାଣି ଯାତ୍ରା କରାଯିବ ବୋଲି ମା ଶ୍ୟାମାକାଳୀ ପୂଜା କମିଟି ପକ୍ଷରୁ ସୂଚନା ମିଳିଛି ।

ଗୋବର୍ଦ୍ଧନ ସାହୁ ,ତେନ୍ତୁଳିଖୁଣ୍ଟି

Related posts

ନବରଙ୍ଗପୁର ଜିଲ୍ଲାରେ ପହଂଚି ପ୍ରଥମେ ଅଧିଷ୍ଠାତ୍ରୀ ଦେବୀ ମା ଭଣ୍ଡାର ଘରଣୀ ଙ୍କୁ ଦର୍ଶନ ଭିକ୍ଷା କରି ଆଶିର୍ବାଦ ନେଇ:ଡଃ ଶୁଭଙ୍କର ମହାପାତ୍ର ଆଜି ନୂତନ ଜିଲ୍ଲାପାଳ ଭାବେ ଦାୟିତ୍ଵ ଗ୍ରହଣ କଲେ         

masiha

କଳାହାଣ୍ଡି ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ସନ୍ଧ୍ୟା ୭ଟା ୫ମିନିଟରେ ମୃଦୁ ଭୂମିକମ୍ପ !!

masiha

ନବରଙ୍ଗପୂର୍ ଠାରେ ସହିଦ ଲକ୍ଷ୍ମଣ ନାୟକଙ୍କ ତିରୋଧାନ ଦିବସ ପାଳିତ 

masiha

Leave a Comment

error: Content is protected !!