ତେନ୍ତୁଳିଖୁଣ୍ଟି ୨୬/୦୮/୨୩ // ତତ୍କାଳୀନ କେନ୍ଦ୍ର ସରକାର ଶ୍ରମିକ ମାନଙ୍କ ପାଇଁ କର୍ମ ନିଯୁକ୍ତି ସୁଯୋଗ ସୃଷ୍ଟି ପାଇଁ ତିଆରି କରିଥିଲେ ମହାତ୍ମା ଗାନ୍ଧୀ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଆଇନ। ଜବ କାର୍ଡ ପିଛା ଶହେ ଦିନର ନିଯୁକ୍ତି ନିଶ୍ଚିତ କରାଯାଇଛି। ଯେହେତୁ କୃଷି କ୍ଷେତ୍ର ରେ ଶ୍ରମିକଙ୍କ ପାଇଁ ଅନେକ କାର୍ଯ୍ୟ ରହିଛି ସେଥିପାଇଁ ଏହି ଯୋଜନାରେ ସିଂହ ଭାଗ କୃଷି ସମ୍ପର୍କିତ ପ୍ରକଳ୍ପ ଫାର୍ମ ପଣ୍ଡ ,ପୋଖରୀ ,ଡଗ ୱେଲ ,ଜମି ମରାମତି ,ଚେକ ଡ୍ୟାମ କମ୍ପୋଷ୍ଟ ଫିଟ , ଗୁହାଳ ଆଦି ପ୍ରକଳ୍ପ ରେ ବିନିଯୋଗ ପାଇଁ ପ୍ରାଥମିକତା ଦେବାକୁ ନିର୍ଦ୍ଦେଶ ରହିଛି। କିନ୍ତୁ ତେନ୍ତୁଳିଖୁଣ୍ଟି ବ୍ଲକ ରେ କୃଷି କ୍ଷେତ୍ର ପ୍ରତି ପ୍ରାଥମିକତା ନ ଦେଇ ଗ୍ରାମୀଣ ସଂଯୋଗୀକରଣ ରେ ଅଧିକ ପ୍ରକଳ୍ପ ରଖାଯାଉଥିବା ଅଭିଯୋଗ ହେଉଛି। ବିଦ୍ୟାଳୟ ପାଇଁ ବା ଗ୍ରାମାଞ୍ଚଳରେ ଖେଳ ପଡିଆ ବିକଶିତ କରିବା ପ୍ରକଳ୍ପ ରଖିବା ନିର୍ଦ୍ଦେଶ କୁ ମଧ୍ୟବେଖାତିର କରାଯାଉଥିବା ଅଭିଯୋଗ ହେଉଛି। ବ୍ଲକ ରେ ବର୍ତ୍ତମାନ ପର୍ଯ୍ୟନ୍ତ ଯେତେଗୋଟି ଉଚ୍ଚ ବିଦ୍ୟାଳୟ 5 ଟି ବିଦ୍ୟାଳୟ ରେ ରୂପାନ୍ତର କାର୍ଯ୍ୟକ୍ରମ ହାତକୁ ନିଆଯାଇଛି ସବୁ ବିଦ୍ୟାଳୟ ର ଖେଳ ପଡିଆ ବିକାଶ ଓ ପାଚେରୀ ନିର୍ମାଣ ମହାତ୍ମା ଗାନ୍ଧୀ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ କରାଯାଇଥିବା ବେଳେ ଖୁଲମଖୁଲା ମେସିନ ବ୍ୟବହାର ହୋଇଥିବା ଅଭିଯୋଗ ଉଚ୍ଚ କର୍ତ୍ତୃପକ୍ଷ ନିକଟରେ ହୋଇଥିଲେ ମଧ୍ୟ ନଜର ଅନ୍ଦାଜ କରାଯାଇଥିବା ଗୁରୁତର ଅଭିଯୋଗ ହେଉଛି। ଆଜାଦୀ କୀ ଅମୃତ ମହୋତ୍ସବ ପାଳନ ପାଇଁ ପ୍ରତ୍ୟେକ ପଞ୍ଚାୟତ ରେ ଅମୃତ ସରୋବର ପାଇଁ ମହାତ୍ମା ଗାନ୍ଧୀ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ରେ ଅର୍ଥ ଆବଣ୍ଟନ ହୋଇଥିବା ବେଳେ ପ୍ରାୟତଃ ଯେତେଗୋଟି ଅମୃତ ସରୋବର ପ୍ରକଳ୍ପ ତେନ୍ତୁଳିଖୁଣ୍ଟି ବ୍ଲକ ରେ ଚାଲିଛି ମେସିନ ବ୍ୟବହାର ହୋଇଥିବା ଦେଖାଯାଇଥିବା ଅଭିଯୋଗ ହୋଇଥିଲେ ବି ବ୍ଲକ ପ୍ରଶାସନ ନିରବ ଥିବା ଦେଖାଯାଇଛି। କେନ୍ଦ୍ର ସରକାର ଗ୍ରାମ ପଞ୍ଚାୟତ ର ଆୟ ବୃଦ୍ଧି ପାଇଁ ଗ୍ରାମୀଣ ପାର୍କ ନିର୍ମାଣ କଲ୍ୟାଣ ମଣ୍ଡପ ଓ ବିପ୍ପଣୀ ଗୃହ ନିର୍ମାଣ ପାଇଁ ଅର୍ଥ ମନରେଗା ଯୋଜନାରେ କରିବା କୁ ନିର୍ଦ୍ଦେଶ ଦେଇଛନ୍ତି,କିନ୍ତୁ ତେନ୍ତୁଳିଖୁଣ୍ଟି ବ୍ଲକ ରେ ଏ ପର୍ଯ୍ୟନ୍ତ ଗୋଟିଏ ବି ଗ୍ରାମୀଣ ପାର୍କ କି କଲ୍ୟାଣ ମଣ୍ଡପ ବ୍ୟବହାର ଉପଯୋଗୀ ହୋଇନି। ପଞ୍ଚାୟତ ଗୁଡିକ ରେ ସାତ ଟି କିସମ ଜମି ମଧ୍ୟରୁ ବ୍ୟାପକ ସରକାରୀ ଜମି ରହିଥିବା ବେଳେ ଗ୍ରାମୀଣ ପାର୍କ ପାଇଁ ସ୍ଥାନ ଚିହ୍ନଟ ମଧ୍ୟ ଠିକ ରୂପେ ପ୍ରଶାସନ କରି ନ ପାରି ଅନ୍ୟ ବିଭାଗ ର ଜମି ଅଥବା ଗୋଚର ବା ଜଙ୍ଗଲ କିସମ ସ୍ଥାନ ରେ କରାଯାଉ ଥିବା ଦେଖା ଯାଇଛି । ରାଜସ୍ୱ ନିରୀକ୍ଷକ ଙ୍କ ବିନା ସ୍କେଚ ମ୍ୟାପ ରେ କିପରି ହେଉଛି ତାହା ବି ବିବାଦିତ। ଶହେ ଦିନ ମଜୁରୀ ନିଶ୍ଚିତ କରିବା ତଥା ଧାର୍ଯ୍ୟ ଶ୍ରମ ଦିବସ ସୃଷ୍ଟି ନାମରେ ମଧ୍ୟ ମନରେଗା ରେ ଅନିୟମିତତା ହେଉଛି। 60 ବର୍ଷ ରୁ ଉର୍ଦ୍ଧ୍ବ ଶ୍ରମିକ ଙ୍କୁ ଶ୍ରମିକ ଭାବେ ବ୍ୟବହାର କରାଯିବା ନୀତି ବିରୋଧୀ ହୋଇଥିବା ବେଳେ ବୃଦ୍ଧ ବୃଦ୍ଧା ଶ୍ରମିକ ଙ୍କ ନାମରେ ଡିମଣ୍ଡ ମରାଯାଇ ସେମାନଙ୍କ ନାମରେ ଅର୍ଥ ଉଠୁଛି। ଏପରିକି ମୃତ ଶ୍ରମିକ ଙ୍କ ନାମରେ ମଧ୍ୟ ଅର୍ଥ ଯାଉଛି। ସାମାଜିକ ସମୀକ୍ଷା ରେ ଏସବୁ ଦୃଷ୍ଟିଗୋଚର ହୋଇ ଥିବା ସତ୍ତ୍ୱେ କିଛି ଆଖି ଦୃଶିଆ କାର୍ଯ୍ୟାନୁଷ୍ଠାନ ହୋଇଥିବା ଦେଖାଯାଇନି। ଡିମାଣ୍ଡ ମାରି ବିନା ଏନ ଏମ ଏମ ଏସ ରେ ଶ୍ରମିକ ମାନଙ୍କ ନାମରେ 6 ଦିନିଆ 12 ଦିନିଆ ବିଲିଙ୍ଗ ହେଉ ଥିବା ଅଭିଯୋଗ ହେଉଛି। ଏପରିକି ଧାର୍ଯ୍ୟ ଲକ୍ଷ୍ୟ ପୂରଣ ପାଇଁ ଶ୍ରମିକ ଙ୍କ ନାମରେ ଡିମଣ୍ଡ ମାରି ଫଲସ କରିବା ଦ୍ୱାରା ଆବଶ୍ୟକ ସ୍ଥଳେ ଜବ କାର୍ଡ ଧାରୀ କାମ ପାଇବାରୁ ବଞ୍ଚିତ ହୋଇଥିବା ଅଭିଯୋଗ ପରେ ମଧ୍ୟ ପ୍ରଶାସନ ଚୁପ।
ମନରେଗା ଯୋଜନା ପ୍ରକୃତରେ କାହାପାଇଁ ? ଠିକାଦାର ଙ୍କ ସ୍ୱାର୍ଥ ପାଇଁ ଏଭଳି ପ୍ରକଳ୍ପ ରଖାଯାଉଛି ଯେଉଁଠି ଶ୍ରମ ଦିବସ କମ ମେଟେରିଆଲ ବିଲ ଅଧିକ ଥିବା ମଧ୍ୟ ଦେଖା ଯାଉଛି। ମେସିନ ରେ ମନରେଗା କାମ କରିବା ସାଧାରଣ କଥା ବୋଲି କିଛି ମନରେଗା ଠିକାଦାର କହୁଛନ୍ତି। ଜମି ମରାମତି ପ୍ରକଳ୍ପ ଗୁଡିକ ରେ ମଧ୍ୟ ସ୍ଵଛତା ରହୁନି । କମ୍ପୋଷ୍ଟ ଫିଟ ଓ ଜମି ମରାମତି କିଛିଜଣଙ୍କୁ ନେଇ ଗୋଟିଏ ଗୋଟିଏ ପ୍ରକଳ୍ପ ରଖା ଯାଉଥିବା ବେଳେ ସମସ୍ତ ଙ୍କ ନାମ ପ୍ରକାଶିତ ହେଉନଥିବା ରୁ ଗୋଟିଏ ଦୁଇଟି ଜମି ମାଲିକ ର ଜମି ର କାମ କରି ବଳକା ଫଲସ ହେଉଥିବା ଅଭିଯୋଗ ର କାର୍ଯ୍ୟାନୁଷ୍ଠାନ ଶୁନ । କୌଣସି ମନରେଗା ପ୍ରକଳ୍ପ ରେ ମେସିନ ବ୍ୟବହାର ଅଭିଯୋଗ ହେଲେ ତଦନ୍ତ କରିବା ବଦଳରେ ଅଭିଯୋଗ କାରୀ ଙ୍କ ନାମ ପ୍ରକାଶ୍ୟ କରି ଠିକାଦାର ଙ୍କ ରୋଷ ର ଶିକାର ହେବା ଦେଖାଯାଇଛି। ଦଶ କିଲୋମିଟର ମଧ୍ୟରୁ ଅଧିକ ଦୂର ର ଶ୍ରମିକ ବ୍ୟବହାର କରିଲେ ଟି ଏ ଦେବା ବ୍ୟବସ୍ଥା ମନରେଗା ରେ ରହିଛି । ଜଳବନ୍ଦୀ ଅଞ୍ଚଳ ରେ ହୋଇଥିବା ମନରେଗା ପ୍ରକଳ୍ପ ରେ ମଧ୍ୟ ମେସିନ ବ୍ୟବହାର ହୋଇଥିବା ଅଭିଯୋଗ ହୋଇଛି ଓ ଦଶ କିମି ଦୂର ଶ୍ରମିକ ଙ୍କ ଜବ କାର୍ଡ ବ୍ୟବହାର କରାଯାଇ ଥିବା ଦେଖା ଯାଇଛି। ତେନ୍ତୁଳିଖୁଣ୍ଟି ବ୍ଲକ ର ବାର୍ଷିକ ସାମାଜିକ ସମୀକ୍ଷା ପରେ କାର୍ଯ୍ୟାନୁଷ୍ଠାନ ହେଉ ନ ଥିବା ଯୋଗୁଁ ସାମାଜିକ ସମୀକ୍ଷା କେବଳ ଔପଚାରିକତା ହୋଇ ରହିଛି। ନିକଟରେ ହୋଇଥିବା ସାମାଜିକ ସମୀକ୍ଷା ରେ ମୃତକ ଆକାଉଣ୍ଟ କୁ ମନରେଗା ଟଙ୍କା ଯାଇ ଥିବା ଅଭିଯୋଗ ର ତଦନ୍ତ ମଧ୍ୟ କରାଯାଇନି।
ତେନ୍ତୁଳିଖୁଣ୍ଟି ବିଡ଼ିଓ ମନୋଜ କୁମାର ପାଣିଗ୍ରାହୀ ସାମାଜିକ ସମୀକ୍ଷା ର କାର୍ଯ୍ୟାନୁଷ୍ଠାନ ସମ୍ପର୍କିତ ପ୍ରଶ୍ନର ଉତ୍ତର ରେ କହିଲେ ଏ ପି ଓ ,ଗ୍ରାମ ରୋଜଗାର ସେବକ ଓ ପଞ୍ଚାୟତ ନିର୍ବାହୀ ଅଧିକାରୀ ଙ୍କୁ ନିର୍ଦ୍ଦେଶ ଦିଆଯାଇଛି ପୁଙ୍ଖାନୁପୁଙ୍ଖ ତଦନ୍ତ ରିପୋର୍ଟ ଦେବାକୁ ଯଦି ତ୍ରୁଟି ବାହାରିବ କାର୍ଯ୍ୟାନୁଷ୍ଠାନ ନିଆଯିବ। ମେସିନ ବ୍ୟବହାର ମନରେଗା ରେ ପ୍ରୋଭିଜନ ନାହିଁ , କିନ୍ତୁ ଏସଏଫ ସି କିମ୍ବା ସି ଏଫ ସି ପାଣ୍ଠି ରେ ମେସିନ ଲାଗିପାରିବ। ଯଦି ନିର୍ଦ୍ଦିଷ୍ଟ ଅଭିଯୋଗ ଆସିବ କାର୍ଯ୍ୟାନୁଷ୍ଠାନ ନିଆଯିବ।
ଗୋବର୍ଦ୍ଧନ ସାହୁ ,ତେନ୍ତୁଳିଖୁଣ୍ଟି


