ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଉତ୍କଳ ଆଲୁମିନା ରାୟଗଡା ଜିଲ୍ଲାରେ ସଡ଼କ ନିରାପତ୍ତାରେ ବୃଦ୍ଧି ଘଟାଇବାକୁ ପୋଲିସ ପ୍ରଶାସନକୁ ରୋଡ ବ୍ୟାରିୟର ପ୍ରଦାନ କଲା

ରାୟଗଡା/ ଦୋରାଗୁଡା: କାରଖାନା ଏବଂ ଖଣିଗୁଡିକ ଚତୁର୍ପାର୍ଶ୍ବରେ ବାସକରୁଥିବା ଗୋଷ୍ଠୀଗୁଡିକର ନିରାପତ୍ତା ଦିଗରେ ନିଜର ଦୃଢ ଉତ୍ସର୍ଗୀକୃତ ଭାବକୁ ଆଗେଇ ନେଇ ଆଦିତ୍ୟ ବିର୍ଲା ଗ୍ରୁପ୍‌ର ହିଣ୍ଡାଲ୍‌କୋ ଇଣ୍ଡଷ୍ଟ୍ରିଜ୍ ଲିମିଟେଡର ସହଯୋଗୀ କମ୍ପାନୀ ଉତ୍କଳ ଆଲୁମିନା ଇଣ୍ଟରନ୍ୟାସନାଲ ଲିମିଟେଡ (ୟୁଏଆଇଏଲ୍) ଚଳିତ ମାସ ୨୨ ତାରିଖରେ ରାୟଗଡା ଜିଲ୍ଲା ପୋଲିସ ପ୍ରଶାସନକୁ ଏକ ମହତ୍ ପ୍ରୟାସ ଭାବରେ ୬୦ଟି ସଡକ ସୁରକ୍ଷା ବ୍ୟାରିୟର ହସ୍ତାନ୍ତର କରିଛି। ଏହି ସଡ଼କ ସୁରକ୍ଷା ବ୍ୟାରିୟରଗୁଡିକ ଯାନବାହନଗୁଡିକର ବେଗ ହ୍ରାସ କରିବା ସହିତ ଅପ୍ରତ୍ୟାଶିତ ଦୁର୍ଘଟଣା ଏବଂ ସଡ଼କପାର୍ଶ୍ଵ ବିପଦକୁ ହ୍ରାସ କରିପାରିବ।

ଶ୍ରୀ ବିବେକାନନ୍ଦ ଶର୍ମା, ଆଇପିଏସ୍, ସୁପରିଣ୍ଟେଣ୍ଡେଣ୍ଟ ଅଫ୍ ପୋଲିସ, ରାୟଗଡା, ଶ୍ରୀ ମଜହର ବେଗ, ୟୁନିଟ୍ ହେଡ ଓ ପ୍ରେସିଡେଣ୍ଟ ଉତ୍କଳ ଆଲୁମିନା, ଶ୍ରୀ ବିଜୟ କୁମୁରା, ୟୁନିଟ ଏଚ୍ଆର ହେଡ୍, ଉତ୍କଳ ଆଲୁମିନା, ଶ୍ରୀମତୀ କିରଣବାଳା ସାମଲ, ଆଇଆଇସି ଦୋରାଗୁଡା, ଦୋରାଗୁଡ ଏବଂ ଟିକିରି ଥାନାର ଅଧିକାରୀବୃନ୍ଦ ଏବଂ ଉତ୍କଳ ଆଲୁମିନାର କାର୍ଯ୍ୟକର୍ତ୍ତାଗଣଙ୍କ ଉପସ୍ଥିତିରେ ଏହି ସଡ଼କ ବ୍ୟାରିୟରଗୁଡିକ ଉତ୍କଳ ଆଲୁମିନା ପକ୍ଷରୁ ପୋଲିସ ପ୍ରଶାସନକୁ ପ୍ରଦାନ କରାଯାଇଥିଲା।

“ ଉତ୍କଳ ଆଲୁମିନା ଏହାର ପରିସୀମା ଭିତରେ ଏବଂ ବାହାରେ ଦମ୍‌ଦାର ନିରାପତ୍ତା ସଂସ୍କୃତି ବଜାୟ ରଖୁବା ନିମନ୍ତେ ଏହାର ପ୍ରତିବଦ୍ଧତାରେ ଅବିଚଳିତ ରହିଛି ଏବଂ ଜିଲ୍ଲାର ସମସ୍ତ ନାଗରିକଙ୍କ ନିମନ୍ତେ ସଡ଼କ ନିରାପତ୍ତା ଲକ୍ଷ୍ୟ ହାସଲ କରିବା ପ୍ରୟାସରେ ଜିଲ୍ଲା ପ୍ରଶାସନକୁ ସମସ୍ତ ସମର୍ଥନ ଯୋଗାଇବା ଜାରି ରଖୁବ,” ବୋଲି ଉତ୍କଳ ଆଲୁମିନାର ୟୁନିଟ୍ ହେଡ ତଥା ପ୍ରେସିଡେଣ୍ଟ ଉଲ୍ଲେଖ କରିଥିଲେ।

ଶ୍ରୀ ବିବେକାନନ୍ଦ ଶର୍ମା, ଆଇପିଏସ୍, ସୁପରିଣ୍ଟେଣ୍ଡେଣ୍ଟ ଅଫ୍ ପୋଲିସ, ଉତ୍କଳ ଆଲୁମିନାକୁ ଏହି ମହତ୍ କାର୍ଯ୍ୟ ନିମନ୍ତେ ପ୍ରଶଂସା କରିଥିଲେ ଏବଂ କମ୍ପାନୀ ତାହାର ସିଏସ୍ଥାର କାର୍ଯ୍ୟକ୍ରମ ଜରିଆରେ ନିରାପତ୍ତା ଉପରେ ଆହୁରି ଅନେକ ପ୍ରୟାସ ହାତକୁ ନେବାକୁ ଅନୁରୋଧ କରିଥିଲେ।

ରାୟଗଡା ରୁ ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ଜାତୀୟ କ୍ରୀଡା ଦିବସ ଅବସରରେ ଟାଙ୍ଗିରି ପାହାଡ ପର୍ବତାରୋହଣ ଓ ମେଜର୍ ଧ୍ୟାନଚାନ୍ଦଙ୍କ ଜନ୍ମ ବାର୍ଷିକୀ ପାଳନ 

Sunil Chandra Nayak

ଶ୍ରୀଜଗନ୍ନାଥଙ୍କ ପରମ୍ପରା ଓଡ଼ିଶାର ସଂସ୍କୃତିକୁ ମହାନ୍ କରିଛି , ମ୍ୟୁଜିକ ସର୍କଲର ୨୮ତମ ବିଜୟା ଉତ୍ସବ ପାଳିତ

masiha

ପୁରୀ ସହର ଓ ସଦରବାସୀଙ୍କ ପୂର୍ବପରି ଶ୍ରୀମନ୍ଦିର ପ୍ରବେଶ ଓ ଦର୍ଶନ ଅଧିକାର ପାଇଁ ସଚେତନତା ପଦଯାତ୍ରାର ଚବିଶି ଦିନ

Sunil Chandra Nayak

Leave a Comment

error: Content is protected !!