ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମଣ୍ଡିରୁ ଧାନ ଉଠା ଯାଉନଥିବାରୁ ପ୍ରତିବାଦ ସ୍ୱରୂପ ଚାଷିଙ୍କ ରାସ୍ତା ରୋକ, ପାପଡାହାଣ୍ଡି ରୁ ଉମରକୋଟ ରାସ୍ତା 2ଘଣ୍ଟା ଅବରୋଧ

ତହସିଲଦାରଙ୍କ ସହ ଆଲୋଚନା ପରେ ହଟିଲା ରାସ୍ତା ରୋକ

ପାପଡାହାଣ୍ଡି,6/1,ମନିସ —- ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ଜଟାଵାଲ ପଂଚାୟତ ଜାମ୍ବଗୁଡା ଧାନ ମଣ୍ଡିରେ ଚାଷିଙ୍କ ଧାନ ଉଠାଯାଉନଥିବାରୁ ଚାଷି ଶୁକ୍ରବାର ରାସ୍ତାରୋକ କରିଥିଲେ | ଫଳରେ ପାପଡାହାଣ୍ଡି ରୁ ଉମରକୋଟ ରାସ୍ତା 2 ଘଣ୍ଟାରୁ ଉର୍ଦ୍ଧ ସମୟ ଅବରୋଧ ହୋଇଥିଲା | ଚାଷି ମିଲରସ ଙ୍କ କଟନୀ ଛଟନିକୁ ବିରୋଧ କରିଥିଲେ | ଖବର ପାଇ ପାପଡାହାଣ୍ଡି ତହସିଲଦାର ଯୋଗେଶ୍ୱର ଭୋଇ ପହଂଚି ଚାଷୀଙ୍କୁ ବୁଝା ସୁଝା ସହ ଉପସ୍ଥିତ ମିଲରସ ମାନଙ୍କ ସହିତ ଆଲୋଚନା କରିବା ପରେ ରାସ୍ତା ରୋକ ହଟିଥିଲା | ଚାଷୀଙ୍କ ଅଭିଯୋଗ ଗତ ଦୁଇ ଦିନ ହେଲା ମଣ୍ଡିରେ ଚାଷିଙ୍କ ଧାନ ପଡ଼ିରହିଛି | ଲୋକେ ଜଗିବା ବାବଦକୁ ପ୍ରତେକ ଦିନ 50/- ଟଙ୍କା ଜଗୁଆଳିକୁ ଦେବା ସହ ସେମାନଙ୍କ ସମସ୍ତ କାମ ଧନ୍ଦା ଛାଡି ଆସି ମଣ୍ଡି ରେ ରହିବାକୁ ପଡୁଛି, ଦେଖିବା ବେଳକୁ ସେମାନଙ୍କ ଧାନ ଉଠାଯାଉନାହିଁ | ଲୋକେ ବହୁତ ହନ୍ତସନ୍ତ ହେବା କହିଛନ୍ତି | ମଣ୍ଡିରେ ମିଲରଶ ମାନଙ୍କ ଦେଖା ନ ଥିବା ବେଳେ ଧାନ ଉଠିବା ନେଇ ସନ୍ଦେହ ଦେଖା ଦେଇଛି | ମା ବୁନ୍ଦା ବତୀ ଏସଏଚଜି କୁ ଧାନ କ୍ରୟ ଲାଗି ନିଷ୍ପତି ହୋଇଛି | କିନ୍ତୁ ଟାର୍ଗେଟ ନ ଥିବାରୁ ମିଲରସ ମାନେ ଆସୁନଥିବା ବେଳେ ମଣ୍ଡିରେ ଧାନ ପଡିଛି | ପ୍ରତିବାଦ ସ୍ୱରୂପ ଲୋକେ ରାସ୍ତା ରୋକ କରିଥିଲେ | ଅପରାହ୍ନ 2 ଟା ରୁ 4 ଟା ପର୍ଯ୍ୟନ୍ତ ରାସ୍ତା ରୋକ କରିଥିଲେ | ଫଳରେ ଉଭୟ ପାର୍ଶ୍ୱରେ ବହୁ ଯାନ ବାହାନ ଅଟକିଥିଲା | ଜଟାଵାଲର ମିଲରସ ମାନେ ପହଁଚି କୁଣ୍ଟାଲ ପ୍ରତି 5କେଜି କାଟି ଧାନ ନେବେ ବୋଲି କହିବାରୁ ଚାଷି ଅସନ୍ତୋଷ ହୋଇପଡିଥିଲେ | କଣ ପାଇଁ କଟନୀ ଛଟନି ହେବ ବୋଲି ଚାଷି ଜିଦ ଧରିଥିଲେ | ଚଳିତ ବର୍ଷ ଭଲ ବର୍ଷା ଭଲ ହୋଇଥିବାରୁ ସମସ୍ତଙ୍କ ଭଲ ଧାନ ଅମଳ ହୋଇଛି ତେଣୁ ଧାନ କାଟକୁ ବିରୋଧ କରିଥିଲେ | ଦୁର୍ଯ୍ୟୋଧନ ଭତରା,ରାଧେଶ୍ୟମ ସାନ୍ତା,ମହେଶ୍ୱର ପୂଜାରୀ, ସାଇବ ବିଷୋୟୀ, ଅଶୋକ ନାୟକ, ପୁର୍ଣ ସାନ୍ତା,ସିଲେନ୍ଦ୍ର ସାନ୍ତା, ଦେବଘନ ଭତରା,ମଙ୍ଗରୁ ଭତରା,ବନମାଳୀ ନାୟକ,ଦାଶ ଗୌଡ଼, ବୁଦରାମ ନାୟକ,ଡମୁ ଭତରା, ଗଙ୍ଗାଧର ଭତରା, ମଧୁ ମାଳି, ନରସିଂହ ଭତରା ସହ ଶତାଧିକ ଚାଷି ରାସ୍ତାରୋକରେ ସାମିଲ ହୋଇଥିଲେ | ଖବର ପାଇ ପାପଡାହାଣ୍ଡି ତହସିଲଦାର ଯୋଗେଶ୍ୱର ଭୋଇ ଘଟଣାସ୍ଥଳରେ ପହଂଚି ଚାଷି ମାନଙ୍କ ସହ ଆଲୋଚନା କରିଥିଲେ | ଫୋନରେ ପାପଡାହାଣ୍ଡି ଏମଆଇ ରାଜେଶ ଶବରଙ୍କୁ ମିଲରସ ଙ୍କୁ ପଠାଇ ଧାନ ଗ୍ରହଣ ଲାଗି କହିବା ସହ ଉପସ୍ଥିତ ମିଲରସ ଙ୍କୁ ସରକାର ଙ୍କ ନିୟମ ପ୍ରକାରେ ଧାନ କିଣିବା ଲାଗି କହିଥିଲେ | ଚାଷି ମାନେ ତହସିଲଦାରଙ୍କ କଥରେ ସହମତି ହୋଇ ରାସ୍ତା ରୋକରୁ ହଟିଥିଲା | ମିଲରସ ମାନେ ଟକନ ସଂଗ୍ରହ କରି ଧାନ କିଣା ଆରମ୍ଭ କରିଥିଲେ |

ପାପଡାହାଣ୍ଡି ରୁ ସ୍ବପ୍ନଜିତ ପଟନାୟକ ଙ୍କ ରିପୋର୍ଟ 

Related posts

ନୂଆଗାଁ ଗ୍ରାମରେ ହାତୀଙ୍କ ଧାନ କିଆରୀ ନଷ୍ଟ 

Sunil Chandra Nayak

ଓଡ଼ିଶା ରାଜ୍ୟ ରାଜସ୍ବ କ୍ଷେତ୍ର ଅଧିକାରୀ ସଂଘ,ରାଇରଙ୍ଗପୁର ତରଫରୁ ବିଭିନ୍ନ ଦାବି ନେଇ ତହସିଲଦାରଙ୍କୁ ଦାବିପତ୍ର ପ୍ରଦାନ ! ସପ୍ତାହ ମଧ୍ୟରେ ଦାବି ପୂରଣ ନ ହେଲେ ଆନ୍ଦୋଳନକୁ ଓହ୍ଲାଇବ ସଂଘ

Sunil Chandra Nayak

ବିଶ୍ୱ ହିନ୍ଦୁ ପରିଷଦ ର ସ୍ଥାପନା ଓ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ବଳିଦାନ ଦିବସ ପାଳନ 

Sunil Chandra Nayak

Leave a Comment

error: Content is protected !!