ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଇରଙ୍ଗପୁରରେ ଶ୍ରୀ ଶ୍ଯାମ ମିତ୍ର ମଣ୍ଡଳ ଆନୁକୁଲ୍ୟରେ୧୮ ତମ ଶ୍ୟାମ ଜନ୍ମୋତ୍ସବ 

ରାଇରଙ୍ଗପୁରରେ ଶ୍ରୀ ଶ୍ଯାମ ମିତ୍ର ମଣ୍ଡଳ ଆନୁକୁଲ୍ୟରେ୧୮ ତମ ଶ୍ୟାମ ଜନ୍ମୋତ୍ସବ 

 ମୟୂରଭଞ୍ଜ- ୨୫/୧୧ ( ମସିହା) ରାଇରଙ୍ଗପୁରର ଅଗ୍ରଣୀ ଧାର୍ମିକ ଅନୁଷ୍ଠାନ ଶ୍ରୀ ଶ୍ୟାମ ମିତ୍ର ମଣ୍ଡଳ ତରଫରୁ ୧୮ ତମ ତ୍ରିଦିବସୀୟ ଶ୍ୟାମ ଜନ୍ମୋତ୍ସବ ଧୂମଧାମରେ ପାଳନ କରାଯାଇଛି । ମାରଓ୍ବାଡୀ ସମାଜର ଲୋକେ ଗୁରୁବାର ଦେଵୋଥନୀ ଏକାଦଶୀ ଦିନ ସେମାନଙ୍କ ଆରାଧ୍ୟ ଠାକୁର ଶ୍ୟାମ ଵାଵା କା ଜନ୍ମଦିନ ଭାବେ ପାଳନ କରିଥାନ୍ତି ।ଏହି ପରିପ୍ରେକ୍ଷୀରେ ମନ୍ଦିର ପୂଜନ ପରେ ଏକ ସୁସଜ୍ଜିତ ରଥରେ ଶ୍ୟାମ ବାବାଙ୍କ ଫଟୋ ରଖି ବିଶାଳ ନିଶାନ ଯାତ୍ରା ସହର ପରିକ୍ରମା କରି ଶ୍ୟାମ ମନ୍ଦିର ପାଖରେ ପହଞ୍ଚିଲେ ।ରାସ୍ତାରେ ଶ୍ରଦ୍ଧାଳୁମାନେ ଡିଜେ ବାଜାରେ ଵାଵାଙ୍କ ଭଜନରେ ବିମୋହିତ ହୋଇ ଝୁମି ଝୁମି ନୃତ୍ୟ କରି ରାସ୍ତାରେ ଚାଲୁଥିଲେ ଓ ବାବାଙ୍କର ଜୟ ଜୟକାର କରୁଥିଲେ। ଶ୍ରଦ୍ଧାଳୁଙ୍କ ଉପରେ ସେଵାଧାରୀମାନେ ପୁଷ୍ପ ବର୍ଷା ହୋଇଥିଲା ।ରାସ୍ତାରେ ସେଵାଧାରୀ ପିଇବା ପାଣି,ଫଳ,ଚକୋଲେଟ ବଣ୍ଟନ କରୁଥିଲେ । ଶୁକ୍ରବାର ଦିନ ପାଢିଆ ଧରମଶାଳା ଉପରେ ଶ୍ରୀ ଶ୍ୟାମ ଅଖଣ୍ଡ ଜ୍ୟୋତି ପାଠ କରାଯାଇଥିଲା । ଶ୍ରୀ ଶ୍ଯାମ ବାବାଙ୍କ ଆକର୍ଷଣୀୟ ବେଶ ଦେଖିବା ଓ ଆଶୀର୍ବାଦ ପାଇବାକୁ ଶହ ଶହ ଶ୍ରଦ୍ଧାଳୁ ଛୁଟି ଆସିଥିଲେ ।ତଦସହ ପୂଜକଙ୍କ ଦ୍ଵାରା ପୂଜାର୍ଚ୍ଚନା ଓ ଛପନ ଭୋଗ କରାଯାଇଥିଲା । ରାତିରେ ଭଜନ ସୁରଜଗଡର ଭଜନ ଗାୟକ ସଂଜୟ ସେନ ଏବଂ ରାଞ୍ଚିର ସୁପ୍ରସିଦ୍ଧ ଭଜନ ଗାୟିକା ତତ୍ଯାଶା ଗୁପ୍ତାଙ୍କ ଦ୍ଵାରା ଭଜନ ଅମୃତ ବର୍ଷା ହୋଇଥିଲା । ଶନିବାର ଦିନ ସମସ୍ତ ଶ୍ରଦ୍ଧାଳୁଙ୍କ ପାଇଁ ପାଢିଆ ଧର୍ମଶାଳାରେ ଅନ୍ନ ପ୍ରସାଦ ତଥା ଭଣ୍ଡାରା ପରିବେଷଣ କରାଯାଇଥିଲା । ସମଗ୍ର ରାଇରଙ୍ଗପୁର ସହରରେ ଏକ ଭକ୍ତିମୟ ପରିବେଶ ହୋଇଥିଲା ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ଵାଳ ଙ୍କ ରିପୋର୍ଟ୍ 

Related posts

ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା l l ଅଧିକାରୀଙ୍କ ଅନୁପସ୍ଥିତରେ ଖୁଲମ୍ ଖୁଲା ଚାଲିଛି କାର୍ଯ୍ୟ  

Sunil Chandra Nayak

ବାଣପୁର ସାନ ହନ୍ତୁଆଡ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଜୀବନ କୌଶଳ ଶିକ୍ଷା କାର୍ଯ୍ୟକ୍ରମ ଅନୁଷ୍ଠିତ

Sunil Chandra Nayak

ଜୁନାଗଡ଼ ନବରଙ୍ଗପୁର ରେଳପଥ, ଧର୍ମଗଡ ଷ୍ଟେସନ ହେବ ବୋଲି ରେଳ ମନ୍ତ୍ରଣାଳୟ ପକ୍ଷରୁ ସୂଚନା। ରେଳପଥ ଧର୍ମଗଡ କୁ ସମ୍ପ୍ରସାରିତ ହେବା ନେଇ ଆଶା ସଂଚାର….

masiha

Leave a Comment

error: Content is protected !!