ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଉରକେଲା ମହାବିଦ୍ୟାଳୟ ଓ ରାଉରକେଲା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଖୋଲା ପଡିଆ ସମ୍ପର୍କିତ ଖେଳ ସମ୍ପନ୍ନ

ରାଉରକେଲା ମହାବିଦ୍ୟାଳୟ ଓ ରାଉରକେଲା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଖୋଲା ପଡିଆ ସମ୍ପର୍କିତ ଖେଳ ସମ୍ପନ୍ନ

ରାଉରକେଲା/ ସେକ୍ଟର ୪ ସ୍ଥିତ ରାଉରକେଲା ମହାବିଦ୍ୟାଳୟ, ରାଉରକେଲା ଓ ରାଉରକେଲା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ,ରାଉରକେଲା ଦ୍ଵାରା(ନୂଆ – ଓ) ସମନ୍ଵିତ ଯୁବ ବିକାଶ କାର୍ଯ୍ୟକ୍ରମ ଓଡ଼ିଶା ସରକାରଙ୍କ କ୍ରୀଡା ଓ ଯୁବବ୍ୟାପାର ବିଭାଗ ପକ୍ଷରୁ ଖୋଲା ପଡିଆ ଦ୍ଵାରା ପରିଚାଳିତ ଫୁଟବଲ୍, ହକି,କବାଡି,ଖୋ ଖୋ,ଭଲିବଲ, ବ୍ୟାଡମିଣ୍ଟନ୍, ରଶି ଟଣା ପ୍ରଭୃତି ଉଭୟ ଯୁକ୍ତ ୨ଓ ଯୁକ୍ତ ୩ ବାଳକ ଓ ବାଳିକା ବିଭାଗର ଖେଳ ପ୍ରତିଯୋଗିତା ଚଳିତ ନଭେମ୍ବର ୧୫ ତାରିଖରୁ ଆରମ୍ଭ ହୋଇଆସୁଛି। ଏ ସମସ୍ତ ଖେଳ ଗୁଡ଼ିକ ମହାବିଦ୍ୟାଳୟର ଅଧ୍ୟକ୍ଷା ପ୍ରଫେସର ସୁଜାତା ପ୍ରଧାନଙ୍କ ତତ୍ତ୍ଵାବଧାନରେ ସୁରୁଖୁରୁରେ ସମାପନ ହୋଇଯାଇଛି। ଏ ସବୁ କ୍ରୀଡା ପ୍ରତିଯୋଗିତାକୁ ଆଗେ଼ଇ ନେବାରେ ବିଭିନ୍ନ ଶିକ୍ଷାନଷ୍ଠାନର ଖେଳ ଶିକ୍ଷକ ସୁଧାଂଶୁ ଶେଖର ପାତ୍ର,ବେଣୁଧର କୁମ୍ଭାର,ନରହରି ପଣ୍ଡା,ନିରଞ୍ଜନ ମଲ୍ଲିକ, ସଂଯୁକ୍ତା ଦାସ,ରାଘବ ସା,ରାଜେଶ ବିଲୁଙ୍ଗ,ଜେନେମ୍ ଲାକ୍ରା,ପଦ୍ମନାଭ ଜେନା,ସୁଶାନ୍ତ ପ୍ରମୁଖ ଉପରୋକ୍ତ ଖେଳ ଗୁଡ଼ିକ ପରିଚାଳନା କରିଥିଲେ।ମହାବିଦ୍ୟାଳୟର କ୍ରୀଡା ବିଭାଗର ନୋଡାଲ ଅଫିସର ତପସ୍ଵିନୀ ମିଶ୍ର,କ୍ରୀଡା ପରିଚାଳକ ମନୋଜ କୁମାର ଦଳେଇ,ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର କ୍ରୀଡା ପରିଚାଳକ ଅନୁପ ଏକ୍କା,ବରିଷ୍ଠ ପ୍ରାଧ୍ୟାପକ ରବୀନ୍ଦ୍ର କୁମାର ଜେନା,ଭାରତୀ ବାରୱା,ନୋଡାଲ ଅଫିସର ରଶ୍ମିରଞ୍ଜନ ରାଉତ, ବନବିହାରୀ କିଷ।ନ, ରଶ୍ମିପ୍ରଭା ମଥାନ, କରୁଣାକର ପାଟ୍ଟଶାଣୀ,ବନ୍ଦନା ସୋରଙ୍ଗ, ରଣଜିତ୍ ପ୍ରଧାନ,ଅଜିତ ବେକ,ତରଣି ନାୟକ, ବୈଜୟନ୍ତୀ ବାରିକ,ଅନିଲ ରାମ, ଜିତେନ୍ଦ୍ର ଡାକୁଆ,ବିକ୍ରମସାହୁ, ସ୍ୱାତିସ୍ମିତା ସାହୁ, ସୁଚିଶ୍ମିତା ପ୍ରଧାନ,ଅନାମିକା କୁଲ୍ଲୁ, ନମିତା ଜେନା, ହେମାକାନ୍ତୀ ମେହେର,ଭାଗ୍ୟଶ୍ରୀ ମହାନ୍ତି,ସସ୍ମିତା ଜେନା, ଅନୁପମା ଲୁଗୁନ ଆଦି ଅଧ୍ୟାପକ ଅଧ୍ୟାପିକା ଓ ଶିକ୍ଷାନୁଷ୍ଠାନର କାର୍ଯ୍ୟକର୍ତ୍ତା ଉପସ୍ଥିତ ରହି ଉକ୍ତ ଖେଳକୁଦରେ ସକ୍ରିୟ ଅଂଶ ଗ୍ରହଣ କରିଥିଲେ। ପରେ ଉକ୍ତ ଶିକ୍ଷାନୁଷ୍ଠାନ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ଓ ସାମାଜିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ଜଣାପଡିଛି।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

୨୦ ବର୍ଷ ହେଲା ମାନସିକ ରୋଗୀ ଙ୍କୁ ସହ ଯୋଗ ର ହାତ ବଢ଼ାଇଲେ କରୋନା ଯୋଦ୍ଧା ଡାକ୍ତର ଅନ୍ନଦା ଶଙ୍କର ଦାସ

Sunil Chandra Nayak

କୋରାପୁଟ ବିଧାୟକ ତଥା ଅଧ୍ୟକ୍ଷ ଜିଲ୍ଲା ଯୋଜନା ବୋର୍ଡ ଓ ସ୍ଵତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ବନ୍ଧୁଗାଁ ବ୍ଲକ ଗସ୍ତ ୪ ଟି ସ୍ଥାନରେ ଭିତ୍ତି ପ୍ରସ୍ତର ସ୍ଥାପନ

Sunil Chandra Nayak

ନୂତନ କୁଦରସାହି ଗ୍ରାମ ପଞ୍ଚାୟତ ଗଠନ ଦାବିରେ ୫ ଗ୍ରାମବାସୀ ଉପଜିଲ୍ଲାପାଳଙ୍କ ଦ୍ଵାରସ୍ଥ

Sunil Chandra Nayak

Leave a Comment

error: Content is protected !!