ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନବରଙ୍ଗପୁର ଅଟୋ ସଂଘ ପୁନର୍ଗଠିତ , ମୁନା ବେନ୍ୟା ସଭାପତି: ହରି ଟାକ୍ରି ସମ୍ପାଦକ ଭାବେ ନିର୍ବାଚିତ

ନବରଙ୍ଗପୁର ଅଟୋ ସଂଘ ପୁନର୍ଗଠିତ ,

ମୁନା ବେନ୍ୟା ସଭାପତି: ହରି ଟାକ୍ରି ସମ୍ପାଦକ ଭାବେ ନିର୍ବାଚିତ

ନବରଙ୍ଗପୁର (୨୫/୧୧) ଆଜି ନବରଙ୍ଗପୁର ଅଟୋ ସଂଘ ର ନିର୍ବାଚନ ସ୍ଥାନୀୟ ଆର୍. ଏମ୍. ସି. ପରିସରରେ ଅନୁଷ୍ଠିତ ହୋଇଯାଇଛି। ସର୍ବସମ୍ମତିକ୍ରମେ ନବରଙ୍ଗପୁର ର ବରିଷ୍ଠ ଆଇନଜୀବୀ ସୁବୋଧ ଚନ୍ଦ୍ର ବେନ୍ୟା (ମୁନା ବେନ୍ୟା) ଙ୍କୁ ସଂଘ ର ସଭାପତି ଭାବେ ନିର୍ବାଚିତ କରାଯାଇଛି। ଉପ-ସଭାପତି ଭାବେ ରବୀନ୍ଦ୍ର ଖଣ୍ଡୁଆଳ, ଉପ-ସଭାପତି ଭାବେ ସୁମନ୍ତ ସୁନା, ସମ୍ପାଦକ ଭାବେ ହରି ଟାକ୍ରି, ସହ ସମ୍ପାଦକ ଭାବେ ସଞ୍ଜୟ ସାହୁ ଓ କୋଷାଧ୍ୟକ୍ଷ ଭାବେ ଜଗନ୍ନାଥ ଜାନୀ ନିର୍ବାଚିତ ହୋଇଛନ୍ତି। ସମସ୍ତ ନିର୍ବାଚିତ କର୍ମକର୍ତ୍ତା ମାନେ ସଂଘ ର ସଦସ୍ୟ ମାନଙ୍କୁ ଧନ୍ୟବାଦ ଜଣାଇବା ସହ ସଂଘ ର ସଦସ୍ୟ ମାନଙ୍କ ସମସ୍ତ ସମସ୍ୟା ଓ ଅସୁବିଧା କୁ ଦୃଷ୍ଟିରେ ରଖି ଆଗାମୀ କାର୍ଯ୍ୟପନ୍ଥା ସ୍ଥିର କରିବେ ବୋଲି କହିଛନ୍ତି। ଆଗାମୀ ଦୁଇ ବର୍ଷ ପାଇଁ ପୁନର୍ଗଠିତ ଏହି ସଂଘ ନବରଙ୍ଗପୁର ର ଅଟୋ ମାଲିକ ଓ ଅଟୋ ଚାଳକ ମାନଙ୍କ ହିତ ଓ କଲ୍ୟାଣ ପାଇଁ କାର୍ଯ୍ୟ କରିବ ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ପୌରପାଳିକା ନିକଟ, ବ୍ଲକ ସମ୍ମୁଖ ଭେଣ୍ଡିଂଜୋନର ଅପରିଷ୍କାର ପାଣି ଆଉ କେତେ ଦିନ ରାସ୍ତାରେ ଭାସିବ?

masiha

କେବେ କାର୍ଯ୍ୟକ୍ଷମ ହେବ ଖପ୍ରାମାଲ ବିଜୁ ସେତୁ, ନିର୍ମାଣ ଅବଧିର ୨ବର୍ଷ ବିତିଲା, ତଥାପି ହୋଇନି କାର୍ଯ୍ୟକ୍ଷମ

masiha

ସମ୍ମନୀତ ଶିଶୁ ବିକାଶ ସେବା ପ୍ରକଳ୍ପ ତରଫରୁ ବ୍ଳକ ସ୍ତରୀୟ ପୋଷଣ ମାସ ପାଳିତ

masiha

Leave a Comment

error: Content is protected !!