ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପୁସ୍ତକ ମେଳା ର ତୃତୀୟ ସଂଧ୍ୟା

ରାଉରକେଲା/ ଆଦର୍ଶ ପାଠାଗାର ଆୟୋଜିତ ୨୮ ତମ ପୁସ୍ତକ ମେଳାର ତୃତୀୟ ସଂଧ୍ୟାରେ କଲଚରାଲ ଏକାଡ଼େମୀ ତରଫରୁ ଭଗବତୀ ଚରଣ ପାଣିଗ୍ରାହୀଙ୍କ ଜୟନ୍ତୀ ପାଳନ ସହ କବିତା ପାଠୋତ୍ସବ କରାଯାଇଥିଲା । ଏକାଡେମୀର ସଭାପତି ଡଃ ପ୍ରଭାତ କୁମାର ମଲ୍ଲିକଙ୍କ ସଭାପତିତ୍ବ ଓ ଡଃ ନଗେନ ଦାସଙ୍କ ସଂଯୋଜନାରେ ରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସିଟୁର ସର୍ବଭାରତୀୟ ଉପାଧ୍ୟକ୍ଷ ବିଷ୍ଣୁ ମହାନ୍ତି, ଭାଷା ପ୍ରେମୀ ବିଚିତ୍ରା ନନ୍ଦ ସାହୁ, ଉପସଭାପତି ପଶୁପତିନାଥ ଚାଟାର୍ଜୀ ପ୍ରମୁଖ ବରେଣ୍ୟ ଅତିଥି ଭାବେ ଯୋଗଦେଇ ଭଗବତୀ ଙ୍କ ଜୀବନ ଦର୍ଶନ ଓ ତାଙ୍କ ଅବଦାନ ସଂପର୍କରେ ଆଲୋଚନା କରିଥିଲେ । ଓଡିଶାରେ କମ୍ୟୁନିଷ୍ଟ ସେଲ ତିଆରି ଓ ତାର ଆଭିମୁଖ୍ଯ ଉପରେ ଅତିଥି ମାନେ ବକ୍ତବ୍ଯ ରଖିଥିଲେ । ଦ୍ୱିତୀୟ ପର୍ଯ୍ୟାୟରେ କବିତା ପାଠୋତ୍ସବ ରେ ସହରର ବହୁ କବି ସ୍ବରଚିତ କବିତା ପାଠ କରିଥିଲେ । ଏହି କାର୍ଯ୍ୟକ୍ରମରେ ଡା କୃପାସିନ୍ଧୁ ନାୟକ, କାଶୀନାଥ ପାତ୍ର , ଅମୂଲ୍ୟ ଚରଣ ବରାଳ, ପ୍ରଫୁଲ୍ଲ ସାମଲ, ଶ୍ରୀଧର ସୁନା, ଆର୍ତ୍ତତ୍ରାଣ ମହାପାତ୍ର, ପ୍ରତାପ ପଣ୍ଡା,କେଦାର ପ୍ରଧାନ,ଅକ୍ଷୟ ପଣ୍ଡା, ସ୍ମିତା ମିଶ୍ର, ସନ୍ତୋଷ ରଥ, ପ୍ରଦୀପ ପଟ୍ଟନାୟକ, ଭୁପେନ ମହାପାତ୍ର, ଅର୍ଚ୍ଚନା ପାତ୍ର, ଅଶୋକ ପଟ୍ଟନାୟକ, ରଶ୍ମି ସାହୁ,କୁଞ୍ଜବିହାରୀ ରାଉତ, ତ୍ରିଲୋଚନ ସ୍ବାଇଁ, କାଶୀନାଥ ନନ୍ଦୀ, ବଳରାମ ରାଉଳ, ରାମକୃଷ୍ଣ ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ । ଶେଷରେ ଶ୍ରୀ ଚାଟାର୍ଜୀ ଧନ୍ୟବାଦ ଅର୍ପଣ କରିଥିଲେ ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ବଜ୍ରପାତରେ ଚାଲିଗଲା ଯୁବକଙ୍କ ଜୀବନ 

ଜନ ଜାଗରଣର ପ୍ରତୀକ : ବହୁମୁଖୀ ପ୍ରତିଭା ମୋହନ ମହାରଣା 

masiha

ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷାରେ ପାର୍ବତୀ ମାର୍ଣ୍ଡୀଙ୍କ ସଫଳତା

Sunil Chandra Nayak

Leave a Comment

error: Content is protected !!