ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଭାରସାମ୍ୟ ହରାଇ ୨୫ଫୁଟ ଖାଲକୁ ଖସିଲା ଅଟୋ: ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର ସମେତ ତିନି ଯାତ୍ରୀ

କନ୍ଧମାଳ:24/05/23(ମନିସ): ଭାରସାମ୍ୟ ହରାଇ ୨୫ ଫୁଟ ଖାଲକୁ ଖସିଲା ଅଟୋ । ଏକ ବଡ଼ ଦୁର୍ଘଟଣାରୁ ବର୍ତ୍ତିଲେ ଡ୍ରାଇଭର ସମେତ ତିନି ଯାତ୍ରୀ । ସୂଚନା ପ୍ରକାରେ ମଙ୍ଗଳବାର ସନ୍ଧ୍ୟା ସମୟରେ କନ୍ଧମାଳ ଜିଲ୍ଲା ବାଲିଗୁଡ଼ାରୁ ଦୁଇଜଣ ଯାତ୍ରୀ ଏକ ଅଟୋ ଭଡ଼ା କରି ରୁତୁଙ୍ଗିଆ ଅଞ୍ଚଳକୁ ଯାତ୍ରା ଆରମ୍ଭ କରିଥିଲେ । ଯିବା ସମୟରେ ବାଦେକେତା ନିକଟସ୍ଥ ଏକ ବୁଲାଣି ରାସ୍ତାରେ ଭାରସାମ୍ୟ ହରାଇ ଅଟୋଟି ରାସ୍ତା କଡ଼ରେ ଥିବା ୨୫ ଫୁଟ ଖାଲକୁ ଖସି ପଡ଼ିଥିଲା । ସୌଭାଗ୍ୟ ବଶତଃ ଡ୍ରାଇଭର ସମେତ ଅଟୋରେ ବସିଥିବା ଦୁଇଜଣ ଯାତ୍ରୀ ମୃତ୍ୟୁ ମୁଖରୁ ଅଳ୍ପକେ ବର୍ତ୍ତି ଯାଇଥିବା ଜଣାପଡ଼ିଛି । ଖବରପାଇ ବାଲିଗୁଡ଼ା ଅଞ୍ଚଳର ଯୁବ ସମାଜସେବୀ ଅରୁଣ ନାୟକ ଘଟଣାସ୍ଥଳରେ ପହଞ୍ଚି ସମସ୍ତଙ୍କୁ ଉଦ୍ଧାର କରିବା ସହ ଚିକିତ୍ସା କରାଇଥିବା ଜଣାପଡ଼ିଛି ।

କନ୍ଧମାଳ ଜିଲ୍ଲା ପ୍ରତିନିଧି ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ

Related posts

ଥୁଆମୂଳ ରାମପୁର ବିଡିଓଙ୍କ ଦୁର୍ଗମ ତିଜମାଳି ଗସ୍ତ

Sunil Chandra Nayak

ଗାନ୍ଧୀଙ୍କ ୧୫୬ତମ ଜୟନ୍ତୀ ପାଳନ 

Sunil Chandra Nayak

ସାଇବର ସୁରକ୍ଷା ସଚେତନତା ଅଭିଯାନ-୨୦୨୫ ସମ୍ବନ୍ଧୀୟ କାର୍ଯ୍ୟକ୍ରମ ଆୟୋଜିତ

Sunil Chandra Nayak

Leave a Comment

error: Content is protected !!