ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଜ୍ୟ ସରକାରଙ୍କ  ଘରୋଇ ସଂସ୍ଥା କୁ ଗେହ୍ଲାପୁଅ କରି ରଖିଛନ୍ତି,କାମ ଦେଉନି ମୋ ସରକାର ଙ୍କ କାର୍ଯ୍ୟକାରିତା

ନବରଙ୍ଗପୁର,–(ମସିହା)ନବରଙ୍ଗପୁର ଜିଲା ତେନ୍ତୁଳିଖୁଣ୍ଟି ବ୍ଲକ ଇନ୍ଦ୍ରାବତୀ ଜଳବିଦୂତ୍ ପ୍ରକଳ୍ପ ରେ କାର୍ଯ୍ୟରତ ସିକ୍ୟୁରୀଟି ସଂସ୍ଥା ର ସୁରକ୍ଷା କର୍ମୀ ଙ୍କୁ ମନୋମୁଖୀ ଶାସନ କରୁଥିବା ଗୋଟିଏ ପରେ ଗୋଟିଏ ଅଭିଯୋଗ ହେଉଛି ।ଇନ୍ଦ୍ରାବତୀ ପ୍ରୋଜେକ୍ଟ ରେ ସମୁଦାୟ୧୪୭ ଜଣ କର୍ମଚାରୀ ଙ୍କୁ ଯୋଗାଇବା ପାଇଁ ପ୍ରକଳ୍ପ ରାଜିନାମା କରିଥିବା ବେଳେ, ସଂସ୍ଥା ବେଆଇନ ଭାବରେ ଅର୍ଥ କାରବାର କରି ୧୭୦ ଜଣଙ୍କୁ ରଖିଛି । ଆଗରୁ ଯେଉଁ ସଂସ୍ଥା ଅଧୀନରେ ସିକ୍ୟୁରୀଟି ଗାର୍ଡ ମାନେ କାର୍ଯ୍ୟ କରୁଥିଲେ ସେହି ସମୟରେ ସଂସ୍ଥା ୯ ହଜାର ଟଙ୍କା ସହ ଇପିଏଫ ପାଇଁ ଟଙ୍କା ଜମା କରୁଥିଲା ।କିନ୍ତୁ ବର୍ତ୍ତମାନ ର ସଂସ୍ଥା ମନମୁଖୀ ଭାବରେ କାହାକୁ ୪ ହଜାର ୫ଶହ ତ କାହାକୁ ୫ହଜାର ୫ଶହ ଏମିତି ଭାବରେ ମନମୁଖୀ ମାସିକ ଟଙ୍କା ପ୍ରଦାନ କରୁଥିବା ଅଭିଯୋଗ କରିଛନ୍ତି ଦେଓପାଲି, ପୋଡ଼ାଗଡ଼ ,କପୁର ଡେମ ଓ ସେଣ୍ଟ୍ରାଲ ଷ୍ଟୋର ସୁରକ୍ଷାକର୍ମୀ ମାନେ । ଯାହାକି ଶାଗ ଲୁଣ ପଖାଳ ରେ ବି ପରିବାର ଚଳାଇବାରେ ଅସୁବିଧା ହେଉଥିବା କହିଛନ୍ତି କାର୍ଯ୍ୟରତ କର୍ମଚାରୀ ।ଯଦି କେଉଁ କର୍ମଚାରୀ ତାଙ୍କ ଦରମା କଟିବା ବାବଦକୁ ନେଇ ପାଟି ଖୋଲନ୍ତି, ତେବେ ସଂପୃକ୍ତ କର୍ମ ଚାରୀ ଙ୍କୁ କାର୍ଯ୍ୟ ରୁ ଅନ୍ତର କରିବାକୁ ଧମକ ଦେଉଥିବା ନବରଙ୍ଗପୁର ଜିଲ୍ଲାରେ ନୂଆ କଥା ନୁହେଁ। ଏହା ପୂର୍ବରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ଅଧିନ ଡ଼ାବୁଗାଁ ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ର ରେ କାର୍ଯ୍ୟରତ ସୁରକ୍ଷା କର୍ମଚାରୀ ଙ୍କୁ ମାସିକ ଦରମା କୁ ନେଇ ପାଟି ଖୋଲିବାରୁ ସଂପୃକ୍ତ ଏଲ ଏଣ୍ଡ କେ ସଂସ୍ଥା ର ନବରଙ୍ଗପୁର ମ୍ୟାନେଜର ନାଲି ଆଖି ଦେଖାଇ ତୁମକୁ ମୁ ବିଦାୟ କରିବା ବାଟ ଦେଖାଇବି କହି କାର୍ଯ୍ୟ ତଡ଼ି ଦେଇଥିଲେ। ଇନ୍ଦ୍ରାବତୀ ରେ ଘରୋଇ ମା, ତାରିଣୀ ସଂସ୍ଥା ର ମ୍ୟାନେଜର ମଧ୍ୟ ଗୋଟିଏ ତରିକା ଆପଣାଇ ଛନ୍ତି। ପାଟି ଖୋଲିଲେ ଧମକ ପୁଣି କାର୍ଯ୍ୟ ରୁ ଅନ୍ତର। ବାଧ୍ୟ ହୋଇ ଏ ସବୁର ଯଦି ସୂଚନା ଅଧିକାର ଆଇନ ର ଆଶ୍ରୟ ନିଅନ୍ତି, ତେବେ ଭୁଲ ତଥ୍ୟ ସହ ଅଧିକାରୀ ଙ୍କ ରୋଷର ଶିକାର ହୁଅନ୍ତି କର୍ମଚାରୀ ।କିଛି ଦିନ ହେବ ହାତ ଗଣତି କିଛି କର୍ମଚାରୀ ଙ୍କୁ ନିଜ ଦାଇତ୍ୱ ଦେଇ ନିଜେ ନିଶ୍ଚିତ ହୁଅନ୍ତି ପର୍ଯ୍ୟବେକ୍ଷକ।ଯେଉଁମାନେ ପର୍ଯ୍ୟବେକ୍ଷକ ଙ୍କ କଥା ମାନି କାର୍ଯ୍ୟକରନ୍ତି, ସେମାନେ କାର୍ଯ୍ୟ ନକରି କେବଳ ତଦାରଖ କରି ଦରମା ପାଉଥିବା ଅଭିଯୋଗ ହେଉଛି । କିଛି କର୍ମଚାରୀ ଙ୍କ କାର୍ଯ୍ୟ ହେଲା କାର୍ଯ୍ୟରତ କର୍ମଚାରି ଙ୍କ ଉପସ୍ଥିତି ଦେଖି ଫେରିଯିବେ ।ସେତିକିରେ ତାଙ୍କ ଦରମା ଥୁଆ ।୮ ଘଣ୍ଟା କାର୍ଯ୍ୟକରୁଥିବା କର୍ମଚାରୀଙ୍କ ଦରମା କାଟୁଥିବା ବେଳେ ପର୍ଯ୍ୟବେକ୍ଷକ ଙ୍କ ସହ ଭାବ ରଖୁଥିବା ହାତ ଗଣତି କିଛି କର୍ମଚାରୀଙ୍କ ଦରମା କାଟୁଥିବା ଅଭିଯୋଗ କରିଛନ୍ତି ସମସ୍ତ ସୁରକ୍ଷା କର୍ମଚାରୀ ।କିଛିଦିନ ତଳେ ମୁରାନ ଡେମ ର ଦୁଇ ସୁରକ୍ଷା କର୍ମୀଙ୍କ ଅଭିଯୋଗ ଥିଲା ଯେ କମ୍ପାନୀ ରେ କାର୍ଯ୍ୟ ନ କରି ଇପିଏଫ କାଟୁଥିବା ବେଳେ ଆଉ ଜଣଙ୍କ କାର୍ଯ୍ୟ କରି ଦରମା ମିଳୁ ନ ଥିବା ଅଭିଯୋଗ କରିଥିଲେ । ତେଣୁ ତୁରନ୍ତ ପ୍ରକଳ୍ପ ପ୍ରଶାସନ ଏବଂ ଜିଲ୍ଲା ପ୍ରଶାସନ ଏଦିଗରେ ଦୃଷ୍ଟି ଦେଇ ସୁରକ୍ଷା କର୍ମୀ ଙ୍କ ସମସ୍ୟା ଦୂର କରିବା ପାଇଁ ଦାବୀ କରିଛନ୍ତି ।ସେତିକିରେ ସରିନି ମା ତାରିଣୀ ଘରୋଇ ସଂସ୍ଥା କଳା କାରନାମା ।ସଂସ୍ଥା ପକ୍ଷରୁ ଗୋଟିଏ ହେଡ ଗାର୍ଡ ଏବଂ ପେଟ୍ରୋଲିଂ ଗାର୍ଡ ଗୋଟିଏ ଥାଇ ମଧ୍ୟ ଚାରିରୁ ଉର୍ଦ୍ଧ୍ବ ସୁରକ୍ଷା କର୍ମୀଙ୍କୁ ବ୍ୟକ୍ତିଗତ ପେଟ୍ରୋଲିଂ ଗାର୍ଡ ରଖାଯାଇଛି । କାର୍ଯ୍ୟରତ ଗନ ମେନ ଆଗରୁ ୧୦ ହଜାର ୭ଶହ ୨୯ ଟଙ୍କା ବେତନ ପାଉଥିବା ବେଳେ ବର୍ତମାନ ୯ ହଜାର ୨ଶହ ଟଙ୍କା ପ୍ରଦାନ କରୁଥିବା ଅଭିଯୋଗ କରିଛନ୍ତି ଗନ ମେନ୍।ତେବେ କମ୍ପାନୀ ଏତେ ପରିମାଣର ଅର୍ଥ କର୍ମଚାରୀ ଙ୍କୁ ନଦେଇ ମାଲେମାଲ ହେଉଥିବା ଅଭିଯୋଗ କରିଛନ୍ତି କର୍ମଚାରୀ ।ଗତ ୨ମାସ ହବ ଦରମା ପାଇ ନାହାନ୍ତି କର୍ମଚାରୀ ।ଏ ବିଷୟରେ ମା ତାରିଣୀ କମ୍ପାନି ର ମ୍ୟାନେଜର ଦିଲୀପ ନାୟକଙ୍କୁ ଫୋନ୍ ଯୋଗାଯୋଗ କରିଥିବାରୁ କୈଣସି ଉତ୍ତର ମିଳିନଥିଲା । କପୁର ଡେମ ,ପୋଡ଼ାଗଡ଼ ଡେମର ସମସ୍ତ ସୁରକ୍ଷା କର୍ମୀଙ୍କ ସହ ସେଣ୍ଟ୍ରାଲ ଷ୍ଟୋର ର କିଛି ସୁରକ୍ଷା କର୍ମୀଙ୍କ ୨୮ ଦିନ ବଦଳରେ ୨୬ ଦିନର ହାଜିରି ପାଉଥିବା ବେଳେ ଅନ୍ୟ ସମସ୍ତ ସାଇଡ଼ର ସୁରକ୍ଷା କର୍ମୀଙ୍କ ୨୮ଦିନ କାହିଁକି ପାଉଛନ୍ତି ବୋଲି ଅଭିଯୋଗ କରିଛନ୍ତି । ଗତ ୨ବର୍ଷରୁ ଉର୍ଦ୍ଧ୍ବ ଦିନ ହେଲାଣି ବାରମ୍ବାର ଗୋଟିଏ କମ୍ପାନୀ କେମିତି କାର୍ଯ୍ୟ ପାଉଛି । ଯଦି ମଧ୍ୟ ପାଉଛି କାହିଁକି ସୁରକ୍ଷା କର୍ମୀଙ୍କୁ ଡ୍ରେସ ଶୀତ ବସ୍ତ୍ର ବୁଟୁ ସୁରକ୍ଷା ବାଡ଼ି ଏବଂ ଅନ୍ୟାନ୍ୟ ସୁବିଧା ଯୋଗେଇ ଦେଉନାହିଁ କାହିଁକି? ଏହାକୁ ନେଇ ଅଭିଯୋଗ କରିଛନ୍ତି ସମସ୍ତ ସୁରକ୍ଷା କର୍ମୀ । ସୂଚନା ଥାଉକି ରାଜ୍ୟ ସରକାର ରାଜ୍ୟ ର ଘରୋଇ ସଂସ୍ଥା ର କାର୍ଯ୍ୟରତ କର୍ମଚାରୀ ମାନେ ୧ତାରିଖ ରୁ ୧୫ତାରିଖ ମଧ୍ୟରେ ଯେମିତି ମାସିକ ଦରମା ପାଇବେ, ଯଦି ସଂପୃକ୍ତ ସଂସ୍ଥା। ଏଥିରେ ଖିଲାପ କଲେ ସରକାର ସଂପୃକ୍ତ ସଂସ୍ଥା ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ।ଏପରି କି ମୋ ସରକାର ରେ ଯେ କୌଣସି କର୍ମଚାରୀ ଅଭିଯୋଗ କରି ପାରିବେ ବୋଲି ଉଲ୍ଲେଖ କରିଥିଲେ।ହେଲେ ମା ତାରିଣୀ ସଂସ୍ଥା ବିରୁଦ୍ଧରେ କେବେ ଜିଲ୍ଲା ପ୍ରଶାସନ ଓ ମୋ ସରକାର କାର୍ଯ୍ୟନୁଷ୍ଠାନ ଗ୍ରହଣ କରୁଛନ୍ତି ତାହା ଦେଖିବାକୁ ବାକି ରହିଲା ।

ନବରଙ୍ଗପୁର ଜିଲ୍ଲା ରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ପି ଆଇ କଲେଜ ର ଆତ୍ମ ସୁରକ୍ଷା ତାଲିମ୍ ଶିବିର ଉଦଘାଟିତ

Sunil Chandra Nayak

କୋଷାଗୁମୁଡା ବ୍ଲକ ଖ୍ରୀଷ୍ଟିଆନ ସମାଜ ତରଫରୁ ଷଷ୍ଠ ତମ ବାର୍ଷିକ ପ୍ରି-ଖ୍ରୀଷ୍ଟମାସ ପର୍ବ ବଡ଼ ଧୁମ ଧାମ ରେ ପାଳିତ

masiha

ମନ ମୋହିଲା ମଣ୍ଡେଇ ମହୋତ୍ସବ -୨୦୨୪ର ଶୁଭାରମ୍ଭ ସମାରୋହ,ଧଣ୍ଡରା ଠାରେ ବିଶାଳ ଜନ ଗହଳି 

masiha

Leave a Comment

error: Content is protected !!