ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ମନୋରଞ୍ଜନ

“ଖଇରୀ” ନୂଆ ଓଡ଼ିଆ ଚଳଚ୍ଚିତ୍ରର ନାମକରଣ ଘୋଷଣା

ଓଡ଼ିଆ ସିନେମା ଜଗତ ଏଇ କିଛି ବର୍ଷ ହେଲା ଆଉ ପଛକୁ ଫେରି ଚାହୁଁନାହିଁ l ଆଗକୁ ଆଗକୁ ମାଡି ଚାଲିବା ସିନେପ୍ରେମୀଙ୍କ ପାଇଁ ନିହାତି ଖୁସି କଥା l ନୂଆ ପିଢ଼ିର ଯୁବ ପ୍ରଯୋଜକ ତଥା ନିର୍ଦ୍ଦେଶକ ମାନେ ଗୋଟେ ପରେ ଗୋଟେ ନୂଆ ଚଳଚ୍ଚିତ୍ର ଓଡ଼ିଆ ସିନେ ଇଣ୍ଡଷ୍ଟ୍ରି କୁ ଦେଇଚାଲିଛନ୍ତି l କପି ସିନେମା କୁ ଓଡ଼ିଆ ଦର୍ଶକ ଗ୍ରହଣ କରିପାରୁନଥୁଲେ ତେଣୁ ଓଡ଼ିଆ ଚଳଚ୍ଚିତ୍ର ପ୍ରତି ଦର୍ଶକ ଙ୍କର ରୁଚି କମି କମି ଯାଉଥିଲା l ଏବେ କିନ୍ତୁ ସମସ୍ତେ ପ୍ରେକ୍ଷାଳୟ ମୁହାଁ ହେଲେଣି l କାରଣ ମୌଳିକ କାହାଣୀ କୁ ନେଇ ଚଳଚ୍ଚିତ୍ର ନିର୍ମାଣ କରିବାକୁ ନୂଆ ପିଢ଼ି ଅଣ୍ଟା ଭିଡିଛନ୍ତି l

ଖୁସିର କଥା ନବାଗତ ଲେଖକ ତଥା ନିର୍ଦ୍ଦେଶକ ଦିବ୍ୟଜ୍ୟୋତି ଉଦୟସିଂ ଏକ ଭିନ୍ନ ଧରଣର ସିନେମା ଦର୍ଶକ ଙ୍କୁ ଭେଟି ଦେବାକୁ ଯାଉଛନ୍ତି l ଭୁବନେଶ୍ୱର ସ୍ଥିତ ଏକ ତାରକା ହୋଟେଲ ରେ ଚଳଚ୍ଚିତ୍ର “ଖଇରୀ” ର ନାମକରଣ ଏକ ବର୍ଣ୍ଣାଢ୍ୟ ପରିବେଶ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି l ଏହି ନାମକରଣ ଉତ୍ସବରେ ନିମକୀ ର ପ୍ରଯୋଜିକା ଶୁଭଶ୍ରୀ ମଙ୍ଗରାଜ, ନିର୍ଦ୍ଦେଶକ ଅଶ୍ୱିନ ତ୍ରିପାଠୀ, ନିର୍ଦ୍ଦେଶକ ଦିବ୍ୟଜ୍ୟୋତି ଉଦୟସିଂ ଏବଂ ପ୍ରଡ଼କସନ୍ ଡିଜାଇନର ପୃଥ୍ଵୀରାଜ ପଟ୍ଟନାୟକ ଉପସ୍ଥିତ ଥିଲେ l

ରିଙ୍କୁ ରିନୁ ଜେନା, ପ୍ରତୀକ ନନ୍ଦ ଏବଂ ଜ୍ୟୋତିର୍ମୟ ମହାପାତ୍ର ଙ୍କ ପ୍ରଯୋଜନା ଓ ରେନ୍ ଣ୍ଡ୍ରପ ପିକ୍ଚର୍ସ ସହିତ କିଭ୍ସ ଏଣ୍ଟରଟେନମେଣ୍ଟ ପ୍ରସ୍ତୁତ ଚଳଚ୍ଚିତ୍ର “ଖଇରୀ” ର ସ୍କ୍ରିପ୍ଟ ତଥା ନିର୍ଦ୍ଦେଶନା ଦାୟିତ୍ୱ ନବାଗତ ଦିବ୍ୟଜ୍ୟୋତି ଉଦୟସିଂ ନେଇଥିବା ବେଳେ ସଙ୍ଗୀତ ନିର୍ଦ୍ଦେଶନା ସୋମେଶ ଶତପଥି, ଡିଓପି ରୁଦ୍ରକାନ୍ତ ସିଂ ଓ ସମ୍ପାଦନା ଦାୟିତ୍ୱ ନେଇଛନ୍ତି ମାନସ କୁମାର ସାହୁ l

ଚଳଚ୍ଚିତ୍ର ଖଇରୀ ରେ ଚୁଲବୁଲି ନାୟିକା ତମନ୍ନା ରିଦ୍ଧି ଚରିତ୍ରରେ, ମିଷ୍ଟର ଲଳିତ ଚରିତ୍ର ରେ ୟୁ ଟୁବର ରାଜୁ ଦାସ, ସୁଧୀର ଚରିତ୍ର ରେ ଅନୁଗୁଳିଆ ବଣ୍ଟି , ଲିଟନ ଚରିତ୍ର ରେ ସନ୍ତୁ ନିଜେ, ଉପସ୍ଥାପକ ତଥା ଅଭିନେତା ସୁଜିତ ପାଇକରାୟ ରାମ୍ ଚରିତ୍ର ରେ ଏବଂ ଶିଶୁ କଳାକାର ଦିବ୍ୟାଂଶୁ ଅଭିନୟ କରୁଛନ୍ତି l ତେବେ ଏହି ଚଳଚ୍ଚିତ୍ର ରେ କାହାଣୀ ହେଉଛି ହିରୋ ବୋଲି ନିର୍ଦ୍ଦେଶକ ପ୍ରକାଶ କରିଛନ୍ତି l

ଅମୃତ ନନ୍ଦ ଙ୍କ ରିପୋର୍ଟ୍ 

Related posts

ଉଦୟମାନ ଗାୟକ ଶ୍ରୀମାନ ଶିଶିର କୁମାର ଦାଶଙ୍କ ନୂତନ ଗୀତ

ରାଜ୍ୟରୁ ଜାତୀୟ ସ୍ତରରେ ଖଡ଼ିଆଳ ଅଞ୍ଚଳର ଡ୍ୟାନ୍ସ ଶିକ୍ଷକ ଧର୍ମେଶଙ୍କ କମାଲ, ଡ୍ୟାନ୍ସରେ ଅନେକ ସଫଳତା

Sunil Chandra Nayak

ଜୀ-ସାର୍ଥକ ନିବେଦିତ ଓଡ଼ିଆ ଚଳଚ୍ଚିତ୍ର ‘ପ୍ରତିଶୋଧ’ ର ଶୁଭ ମହୁରତ

Sunil Chandra Nayak

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort