ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ମନୋରଞ୍ଜନ

“ଖଇରୀ” ନୂଆ ଓଡ଼ିଆ ଚଳଚ୍ଚିତ୍ରର ନାମକରଣ ଘୋଷଣା

ଓଡ଼ିଆ ସିନେମା ଜଗତ ଏଇ କିଛି ବର୍ଷ ହେଲା ଆଉ ପଛକୁ ଫେରି ଚାହୁଁନାହିଁ l ଆଗକୁ ଆଗକୁ ମାଡି ଚାଲିବା ସିନେପ୍ରେମୀଙ୍କ ପାଇଁ ନିହାତି ଖୁସି କଥା l ନୂଆ ପିଢ଼ିର ଯୁବ ପ୍ରଯୋଜକ ତଥା ନିର୍ଦ୍ଦେଶକ ମାନେ ଗୋଟେ ପରେ ଗୋଟେ ନୂଆ ଚଳଚ୍ଚିତ୍ର ଓଡ଼ିଆ ସିନେ ଇଣ୍ଡଷ୍ଟ୍ରି କୁ ଦେଇଚାଲିଛନ୍ତି l କପି ସିନେମା କୁ ଓଡ଼ିଆ ଦର୍ଶକ ଗ୍ରହଣ କରିପାରୁନଥୁଲେ ତେଣୁ ଓଡ଼ିଆ ଚଳଚ୍ଚିତ୍ର ପ୍ରତି ଦର୍ଶକ ଙ୍କର ରୁଚି କମି କମି ଯାଉଥିଲା l ଏବେ କିନ୍ତୁ ସମସ୍ତେ ପ୍ରେକ୍ଷାଳୟ ମୁହାଁ ହେଲେଣି l କାରଣ ମୌଳିକ କାହାଣୀ କୁ ନେଇ ଚଳଚ୍ଚିତ୍ର ନିର୍ମାଣ କରିବାକୁ ନୂଆ ପିଢ଼ି ଅଣ୍ଟା ଭିଡିଛନ୍ତି l

ଖୁସିର କଥା ନବାଗତ ଲେଖକ ତଥା ନିର୍ଦ୍ଦେଶକ ଦିବ୍ୟଜ୍ୟୋତି ଉଦୟସିଂ ଏକ ଭିନ୍ନ ଧରଣର ସିନେମା ଦର୍ଶକ ଙ୍କୁ ଭେଟି ଦେବାକୁ ଯାଉଛନ୍ତି l ଭୁବନେଶ୍ୱର ସ୍ଥିତ ଏକ ତାରକା ହୋଟେଲ ରେ ଚଳଚ୍ଚିତ୍ର “ଖଇରୀ” ର ନାମକରଣ ଏକ ବର୍ଣ୍ଣାଢ୍ୟ ପରିବେଶ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି l ଏହି ନାମକରଣ ଉତ୍ସବରେ ନିମକୀ ର ପ୍ରଯୋଜିକା ଶୁଭଶ୍ରୀ ମଙ୍ଗରାଜ, ନିର୍ଦ୍ଦେଶକ ଅଶ୍ୱିନ ତ୍ରିପାଠୀ, ନିର୍ଦ୍ଦେଶକ ଦିବ୍ୟଜ୍ୟୋତି ଉଦୟସିଂ ଏବଂ ପ୍ରଡ଼କସନ୍ ଡିଜାଇନର ପୃଥ୍ଵୀରାଜ ପଟ୍ଟନାୟକ ଉପସ୍ଥିତ ଥିଲେ l

ରିଙ୍କୁ ରିନୁ ଜେନା, ପ୍ରତୀକ ନନ୍ଦ ଏବଂ ଜ୍ୟୋତିର୍ମୟ ମହାପାତ୍ର ଙ୍କ ପ୍ରଯୋଜନା ଓ ରେନ୍ ଣ୍ଡ୍ରପ ପିକ୍ଚର୍ସ ସହିତ କିଭ୍ସ ଏଣ୍ଟରଟେନମେଣ୍ଟ ପ୍ରସ୍ତୁତ ଚଳଚ୍ଚିତ୍ର “ଖଇରୀ” ର ସ୍କ୍ରିପ୍ଟ ତଥା ନିର୍ଦ୍ଦେଶନା ଦାୟିତ୍ୱ ନବାଗତ ଦିବ୍ୟଜ୍ୟୋତି ଉଦୟସିଂ ନେଇଥିବା ବେଳେ ସଙ୍ଗୀତ ନିର୍ଦ୍ଦେଶନା ସୋମେଶ ଶତପଥି, ଡିଓପି ରୁଦ୍ରକାନ୍ତ ସିଂ ଓ ସମ୍ପାଦନା ଦାୟିତ୍ୱ ନେଇଛନ୍ତି ମାନସ କୁମାର ସାହୁ l

ଚଳଚ୍ଚିତ୍ର ଖଇରୀ ରେ ଚୁଲବୁଲି ନାୟିକା ତମନ୍ନା ରିଦ୍ଧି ଚରିତ୍ରରେ, ମିଷ୍ଟର ଲଳିତ ଚରିତ୍ର ରେ ୟୁ ଟୁବର ରାଜୁ ଦାସ, ସୁଧୀର ଚରିତ୍ର ରେ ଅନୁଗୁଳିଆ ବଣ୍ଟି , ଲିଟନ ଚରିତ୍ର ରେ ସନ୍ତୁ ନିଜେ, ଉପସ୍ଥାପକ ତଥା ଅଭିନେତା ସୁଜିତ ପାଇକରାୟ ରାମ୍ ଚରିତ୍ର ରେ ଏବଂ ଶିଶୁ କଳାକାର ଦିବ୍ୟାଂଶୁ ଅଭିନୟ କରୁଛନ୍ତି l ତେବେ ଏହି ଚଳଚ୍ଚିତ୍ର ରେ କାହାଣୀ ହେଉଛି ହିରୋ ବୋଲି ନିର୍ଦ୍ଦେଶକ ପ୍ରକାଶ କରିଛନ୍ତି l

ଅମୃତ ନନ୍ଦ ଙ୍କ ରିପୋର୍ଟ୍ 

Related posts

ମଦଦ୍’ ଅଭିଯାନରେ ସାମିଲ୍ ହେଲେ ଅଭିନେତା ଚନ୍ଦନ କର

masiha

୪୬ ବର୍ଷ ପରେ ପୁନଃ ପ୍ରଦର୍ଶନ ହେଲା “ସମର୍ପଣ” ୪୫ କଳାକାର ସମ୍ବର୍ଦ୍ଧିତ

masiha

ପ୍ରୟାସ ପ୍ରାୟୋଜିତ ଚିନ୍ତା ପ୍ରତିମା ବହୁଭାଷୀ ନାଟ୍ୟ ମହୋତ୍ସବରେ “ସମ୍ରାଟ ଅଶୋକ” ମଞ୍ଚସ୍ଥ .. ପ୍ରଫେସର ଡ ସମର ମୁଦାଲି ଙ୍କୁ ଚିନ୍ତା ପ୍ରତିମା ସମ୍ମାନ ୨୦୨୫

masiha

Leave a Comment

error: Content is protected !!