ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଘରୋଇ ଠିକା ସଂସ୍ଥାର ଭାରିଯାନ ଚଳାଚଳ ପାଇଁ ରାସ୍ତା ଅବସ୍ଥା ଶୋଚନୀୟ ମାମଲା

ଘରୋଇ ଠିକା ସଂସ୍ଥାର ଭାରିଯାନ ଚଳାଚଳ ପାଇଁ ରାସ୍ତା ଅବସ୍ଥା ଶୋଚନୀୟ ମାମଲା

ସ୍ଥାନୀୟ ବାସିନ୍ଦାଙ୍କ ଅଭିଯୋଗ କ୍ରମେ ଅଞ୍ଚଳ ପରିଦର୍ଶନ କଲେ ବିଧାୟକ

ରାଉରକେଲା : ରଘୁନାଥପଲ୍ଲୀ ବିଧାନସଭା ନିର୍ବାଚନ ମଣ୍ଡଳୀ ଅଞ୍ଚଳରେ ଥିବା ଇସ୍ପାତ ସହରାଞ୍ଚଳ ସେକ୍ଟର-୧୫ ଦେଇ ଲୁଆକେରା ଗ୍ରାମକୁ ଯାଇଥିବା ରାସ୍ତା କଡରେ ରାଉରକେଲା ଇସ୍ପାତ କାରଖାନା ଦ୍ୱାରା ଏକ ସ୍ୱରେଜ ଟ୍ରିଟମେଣ୍ଟ ପ୍ଲାଣ୍ଟ ନିର୍ମାଣ କରାଯାଇଛି । ତେବେ ଏହି ପ୍ଲାଣ୍ଟ ନିର୍ମାଣ କରିବା ଦାୟିତ୍ୱ ନେଇଥିବା ଏକ ଘରୋଇ ଠିକା uସଂସ୍ଥା ନିଜ ପ୍ଲାଣ୍ଟ ନିର୍ମାଣ ନିମିତ୍ତ ବଡ ବଡ ଟ୍ରକ( ଭାରୀ ଯାନ) ମାଧ୍ୟମରେ ସାମଗ୍ରୀ ମାନ ନେବା ଆଣିବା କରିବା ଦ୍ୱାରା ଉକ୍ତ ରାସ୍ତାଟିର ଅବସ୍ଥା ଏପରି ଶୋଚନୀୟ ହୋଇ ପଡିଛି କି ଯେ ଏହି ରାସ୍ତାଟି ବର୍ତ୍ତମାନ ଅଂଚଳବାସୀଙ୍କ ପାଇଁ ଏକ ପ୍ରକାର ମରଣଯନ୍ତା ପାଲଟିଛି କହିଲେ ଅତ୍ୟୁକ୍ତି ହେବନାହିଁ । ରାସ୍ତା ନିର୍ମାଣ ତଥା ମରାମତି କରିବା ପାଇଁ ଅଂଚଳବାସୀଙ୍କ ଦ୍ୱାରା ସମ୍ପୃକ୍ତ ଘରୋଇ ସଂସ୍ଥାକୁ ବାରମ୍ବାର ଗୁହାରି କରାଯିବା ସତ୍ତ୍ୱେ ଉକ୍ତ ସଂସ୍ଥା ଲୋକଙ୍କ କଥାକୁ ଶୁଣିନଥିଲେ । ଫଳରେ ଲୋକମାନେ ନିଜ ସମସ୍ୟାକୁ ନେଇ ରଘୁନାଥପଲ୍ଲୀ ବିଧାୟକ ଦୁର୍ଗା ଚରଣ ତନ୍ତୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଏହାପରେ ବିଧାୟକ ଶ୍ରୀ ତନ୍ତୀ ନିଜେ ମଧ୍ୟ ଅନେକଥର ସମ୍ପୃକ୍ତ ଘରୋଇ ଠିକା ସଂସ୍ଥାର ଅଧିକାରୀଙ୍କୁ ଫୋନ କରି ରାସ୍ତାଟିକୁ ତୁରନ୍ତ ମରାମତି କରିବା ପାଇଁ ଆଗ୍ରହ କରିଥିଲେ । ତେବେ କମ୍ପାନୀ କର୍ତ୍ତୃପକ୍ଷ ବିଧାୟକ ଶ୍ରୀ ତନ୍ତୀଙ୍କ ଅନୁରୋଧକୁ ମଧ୍ୟ ରଖିନଥିଲେ । ଫଳରେ ଆଜି ବିଧାୟକ ଶ୍ରୀ ତନ୍ତୀ ଲୁଆକେରା ଅଂଚକବାସୀଙ୍କ ସହିତ ଶୋଚନୀୟ ହୋଇ ପଡ଼ିଥିବା ଉକ୍ତ ରାସ୍ତାକୁ ଯାଇ ରାସ୍ତାର ଅବସ୍ଥା ଯାଞ୍ଚ କରିଥିଲେ । ବିଧାୟକ ଶ୍ରୀ ତନ୍ତୀ ଅଞ୍ଚଳବାସୀ ଏବଂ ନିଜ ଦଳର କର୍ମୀମାନଙ୍କ ସହିତ ଇସ୍ପାତ କଲେଜ ଛକ ଠାରୁ ଶୋଚନୀୟ ହୋଇପଡିଥିବା ଉକ୍ତ ରାସ୍ତାରେ ଚାଲି ଚାଲି ସ୍ୱରେଜ ଟ୍ରିଟମେଣ୍ଟ ପ୍ଲାଣ୍ଟ ପରିଷରରେ ଥିବା ଉକ୍ତ ଘରୋଇ ଠିକା ସଂସ୍ଥା ନିକଟକୁ ଯାଇ ସେଠାରେ ଥିବା ଅଧିକାରୀ ମାନଙ୍କ ସହିତ ସର୍ବସାଧାରଣଙ୍କ ଯାତାୟତ ନିମିତ୍ତ ଉଦ୍ଧିଷ୍ଟ ଏହି ରାସ୍ତାରେ କମ୍ପାନୀର ଭାରିଜାନ ଚଳାଚଳ ପାଇଁ ରାସ୍ତାର ଅବସ୍ଥା ଏପରି ଶୋଚନୀୟ ହୋଇଥିବା ବେଳେ କଣ ପାଇଁ କମ୍ପାନୀ ଆଜି ପର୍ଯ୍ୟନ୍ତ ରାସ୍ତାକୁ ମରାମତି କରିନାହିଁ ବୋଲି ପ୍ରଶ୍ନ କରିବା ସହିତ ଅସନ୍ତୋଷ ପ୍ରକାଶ କରିଥିଲେ । ଉପସ୍ଥିତ ଥିବା କମ୍ପାନୀର ଅଧିକାରୀ ଅତିଶୀଘ୍ର ରାସ୍ତା ଜାମ ପ୍ରାରମ୍ଭ କରାଯିବ ବୋଲି ବିଧାୟକଙ୍କୁ ପ୍ରତିଶୃତି ଦେଇଥିଲେ । ଏହା ସହିତ ସ୍ଥାନୀୟ ବେକାର ଯୁବକ ଯୁବତୀ ମାନଙ୍କୁ ନିଯୁକ୍ତିରେ ପ୍ରାଥମିକତା ଦେଉନଥିବା ନେଇ ସ୍ଥାନୀୟ ଅଞ୍ଚଳବାସୀଙ୍କ ଦ୍ୱାରା ହୋଇଥିବା ଅଭିଯୋଗ ସମ୍ବନ୍ଧରେ ବିଧାୟକ ଉପସ୍ଥିତ ଠିକା ସଂସ୍ଥାର ଅଧିକାରୀଙ୍କୁ ପଚାରି ବୁଝିବା ସହିତ ଭବିଷ୍ୟତରେ ଏପରି ଘଟଣାର ଯେପରି ପୁନରାବୃତ୍ତି ନହୁଏ ସେଥିପ୍ରତି ବିଶେଷ ଧ୍ୟାନ ଦେବା ପାଇଁ ଠିକା ସଂସ୍ଥାକୁ ବିଧାୟକ ଶ୍ରୀ ତନ୍ତୀ ପରାମର୍ଶ ଦେଇଥିଲେ ।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ମୁଖ୍ୟମନ୍ତ୍ରୀଙ୍କ ପୁରୀ ଶ୍ରୀ ଜଗନ୍ନାଥଙ୍କ ପରିକ୍ରମା ପ୍ରକଳ୍ପ ଲୋକାର୍ପିତ କାର୍ଯ୍ୟକ୍ରମ ନେଇ ରାଇରଙ୍ଗପୁର ଜଗନ୍ନାଥ ମନ୍ଦିରରେ ଭବ୍ୟ ଆୟୋଜନ 

masiha

ଭାରତ ରତ୍ନ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କୁ ରାଇରଙ୍ଗପୁର କଂଗ୍ରେସ ଦଳ ତରଫରୁ ଶ୍ରଦ୍ଧାଞ୍ଜଳି

masiha

ଆଞ୍ଚଳିକ ସାଧନ କେନ୍ଦ୍ର ସ୍ତରୀୟ ବୈଠକ ଅନୁଷ୍ଠିତ

masiha

Leave a Comment

error: Content is protected !!