ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କୋକସରା ପୋଲିସ ପକ୍ଷରୁ ଲଡୁଗାଁ ଠାରେ ଫ୍ଳାଗ୍ ମାର୍ଚ୍ଚ

କୋକସରା ପୋଲିସ ପକ୍ଷରୁ ଲଡୁଗାଁ ଠାରେ ଫ୍ଳାଗ୍ ମାର୍ଚ୍ଚ

କୋକସରା,୧୬/୪ // ଆଗାମୀ ନିର୍ବାଚନକୁ ଶାନ୍ତି ଶୃଙ୍ଖଳା ସହିତ ପରିଚାଳନା କରିବା ପାଇଁ କଳାହାଣ୍ଡି ଜିଲ୍ଲା ପ୍ରଶାସନ ପକ୍ଷରୁ ନିର୍ବାଚନ ପୂର୍ବରୁ ସଚେତନତା ସୃଷ୍ଟି ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ଫ୍ଲାଗ ମାର୍ଚ୍ଚ କରାଯାଇଛି। ସୋମବାର କୋକସରା ପୋଲିସ ପକ୍ଷରୁ ଲଡୁଗାଁ ସହରରେ ଫ୍ଳାଗ୍ ମାର୍ଚ୍ଚ କରାଯାଇଛି। ଥାନା ଅଧିକାରଣୀ ରନିତା ପ୍ରଧାନଙ୍କ ନେତୃତ୍ଵରେ ସିଆରପିଏଫ ଯବାନ ଓ କୋକସରା ପୋଲିସ କର୍ମଚାରୀ ମାନେ ଲଡୁଗାଁ ଅଞ୍ଚଳରେରେ ଫ୍ଳାଗ୍ ମାର୍ଚ୍ଚ ପ୍ରଦର୍ଶିତ କରି ଜନ ସାଧାରଣଙ୍କୁ ନିର୍ବାଚନ ସମୟରେ ଆଇନ ଶୃଙ୍ଖଳା ବଜାୟ ରଖିବା, କୌଣସି ଅସାମାଜିକ କାର୍ଯ୍ୟକଳାପ ରେ ଲିପ୍ତ ନହେବା ଏବଂ ନିର୍ବାଚନ ଆଚରଣବିଧି ନିୟମ ଉଲ୍ଲଂଘନ ନ କରିବାକୁ ଜନସାଧାରଣଙ୍କୁ ସଚେତନ କରିଛନ୍ତି। ଏହି ଫ୍ଲାଗ ମାର୍ଚ୍ଚରେ କୋକସରା ଥାନା ଏସ.ଆଇ ହେମନ୍ତ ପାତ୍ର, ଅନୀଲ ପାଢ଼ୀ, ଏଏସଆଇ ମମତା ଶବର, ଉଷା ହରିଜନ, ଦାମୋଦର ନାଏକ, ସନ୍ତୋଷ ନାୟକ ଓ କନେଷ୍ଟବଳ ଓ ହୋମଗାର୍ଡ କର୍ମଚାରୀ ସାମିଲ ଥିଲେ।

ମସିହା ନିୟୁଜ୍ ସର୍ଭିସ୍ 

Related posts

କନକ ଦୁର୍ଗା ମନ୍ଦିରରେ ଶୀତଳଷଷ୍ଠୀ ଓ ଶିବପାର୍ବତୀଙ୍କ ବିବାହ ସମ୍ପନ୍ନ

Sunil Chandra Nayak

ଓଡିଶା ପୋଲିସ ପ୍ରତିଷ୍ଠା ଦିବସରେ ସର୍ବଶ୍ରେଷ୍ଠ ଓ଼ଆର କନେଷ୍ଟବଲରେ ସମ୍ମାନିତ ହେଲେ ସନ୍ତୋଷ

Sunil Chandra Nayak

କର୍ତ୍ତବ୍ୟରତ ସାମ୍ବାଦିକଙ୍କ ଉପରେ ଆକ୍ରମଣ , ସକାଳ ପ୍ରତିନିଧି ଉପରେ ହୋଇଥିବା ମିଥ୍ୟା ଏତଲା ପ୍ରତ୍ୟାହାର ଦାବି , ଆନ୍ଦୋଳନ ପାଇ ଚେତାବନୀ ଦେଲା ପ୍ରେସ କ୍ଲବ

Sunil Chandra Nayak

Leave a Comment

error: Content is protected !!