ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କୋକସରା ପୋଲିସ ପକ୍ଷରୁ ଲଡୁଗାଁ ଠାରେ ଫ୍ଳାଗ୍ ମାର୍ଚ୍ଚ

କୋକସରା ପୋଲିସ ପକ୍ଷରୁ ଲଡୁଗାଁ ଠାରେ ଫ୍ଳାଗ୍ ମାର୍ଚ୍ଚ

କୋକସରା,୧୬/୪ // ଆଗାମୀ ନିର୍ବାଚନକୁ ଶାନ୍ତି ଶୃଙ୍ଖଳା ସହିତ ପରିଚାଳନା କରିବା ପାଇଁ କଳାହାଣ୍ଡି ଜିଲ୍ଲା ପ୍ରଶାସନ ପକ୍ଷରୁ ନିର୍ବାଚନ ପୂର୍ବରୁ ସଚେତନତା ସୃଷ୍ଟି ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ଫ୍ଲାଗ ମାର୍ଚ୍ଚ କରାଯାଇଛି। ସୋମବାର କୋକସରା ପୋଲିସ ପକ୍ଷରୁ ଲଡୁଗାଁ ସହରରେ ଫ୍ଳାଗ୍ ମାର୍ଚ୍ଚ କରାଯାଇଛି। ଥାନା ଅଧିକାରଣୀ ରନିତା ପ୍ରଧାନଙ୍କ ନେତୃତ୍ଵରେ ସିଆରପିଏଫ ଯବାନ ଓ କୋକସରା ପୋଲିସ କର୍ମଚାରୀ ମାନେ ଲଡୁଗାଁ ଅଞ୍ଚଳରେରେ ଫ୍ଳାଗ୍ ମାର୍ଚ୍ଚ ପ୍ରଦର୍ଶିତ କରି ଜନ ସାଧାରଣଙ୍କୁ ନିର୍ବାଚନ ସମୟରେ ଆଇନ ଶୃଙ୍ଖଳା ବଜାୟ ରଖିବା, କୌଣସି ଅସାମାଜିକ କାର୍ଯ୍ୟକଳାପ ରେ ଲିପ୍ତ ନହେବା ଏବଂ ନିର୍ବାଚନ ଆଚରଣବିଧି ନିୟମ ଉଲ୍ଲଂଘନ ନ କରିବାକୁ ଜନସାଧାରଣଙ୍କୁ ସଚେତନ କରିଛନ୍ତି। ଏହି ଫ୍ଲାଗ ମାର୍ଚ୍ଚରେ କୋକସରା ଥାନା ଏସ.ଆଇ ହେମନ୍ତ ପାତ୍ର, ଅନୀଲ ପାଢ଼ୀ, ଏଏସଆଇ ମମତା ଶବର, ଉଷା ହରିଜନ, ଦାମୋଦର ନାଏକ, ସନ୍ତୋଷ ନାୟକ ଓ କନେଷ୍ଟବଳ ଓ ହୋମଗାର୍ଡ କର୍ମଚାରୀ ସାମିଲ ଥିଲେ।

ମସିହା ନିୟୁଜ୍ ସର୍ଭିସ୍ 

Related posts

ଓଡିଶା ଷ୍ଟେଟ ସୁଟିଂ ଚମ୍ପିଅନ ସିପ 2023 ସିନିୟର ରେ ପ୍ରଥମ ସ୍ଥାନ ରେ ବିଜୟ ହେଲେ ଜୁନାଗଡ଼ ର ଅରବିନ୍ଦ ସାହୁ

Sunil Chandra Nayak

କୋଇଡାରେ ହାଇଓ୍ଵାର ଧାଡ଼ି ଦୁର୍ଘଟଣା 

masiha

କୋଠଘର ଆମ ସାହିତ୍ୟ ପରିବାରର ଅଷ୍ଟମ ବାର୍ଷିକ ଉତ୍ସବ

Sunil Chandra Nayak

Leave a Comment

error: Content is protected !!