ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଦୁବୁଲାବେଡା ଠାରେ ୫୨ତମ କୃଷି ଭିତ୍ତିକ ଟୁସୁ ମେଳା ଧୁମଧାମ ରେ ପାଳିତ

ଦୁବୁଲାବେଡା ଠାରେ ୫୨ତମ କୃଷି ଭିତ୍ତିକ ଟୁସୁ ମେଳା ଧୁମଧାମ ରେ ପାଳିତ

 ମୟୂରଭଞ୍ଜ :- ୧୬/୦୧ //  ମୟୁରଭଞ୍ଜ ଜିଲ୍ଲା ଦୁବୁଲାବେଡା ଜନକଲ୍ୟାଣ ଯୁବକ ସଂଘ ପକ୍ଷରୁ ୫୨ତମ କୃଷି ଭିତ୍ତିକ ଟୁସୁ ମେଳା ଧୁମଧାମ ରେ ଅନୁଷ୍ଠିତ ହୋଇ ଯାଇଛି | ଏହି ଅବସରରେ ହଜାର ହଜାର ଦର୍ଶକଙ୍କ ସମାଗମ ଦେଖିବାକୁ ମିଳିଛି | ଏହି ଟୁସୁ ମେଳା ର ମହତ୍ବ ହେଉଛି ଟୁସୁ ମେଳାରେ ଟୁସୁ ଦେବୀ ଙ୍କ ପ୍ରତିମା କୁ ମେଢ କରି ଟୁସୁ ଦେବୀ ଙ୍କ ପାଖରେ ମକର ସଂକ୍ରାନ୍ତି ରେ କୁଡୁମୀ ଆଦିବାସୀ ମାନେ ଟୁସୁ ଦେବୀଙ୍କ ଗୁଣ କୀର୍ତ୍ତନ କରି ନୃତ୍ଯ ଗୀତ ର ତାଳେ ତାଳେ ନୃତ୍ଯ ପରିବେଷଣ କରିଥାନ୍ତି । ଐତିହାସିକ କାଳରେ ଟୁସୁ ଦେବୀ ନାମକ ଏକ ରାଜକୁମାରୀ ନିଜର ସତୀତ୍ଵ ର ମାନ ସମ୍ମାନ ଇଜ୍ଜତ କୁ ବଞ୍ଚାଇବାକୁ ଯାଇ ନଦୀ ଗର୍ଭ ରେ ମକର ସଂକ୍ରାନ୍ତିରେ ସେ ଆତ୍ମ ବିଶ୍ବର୍ଜନ କରିଥିଲେ । ଉକ୍ତ ଦିନ ଠାରୁ ଭାରତୀୟ କୁଡୁମୀ ଓ ଆଦିବାସୀ ମାନେ ଟୁସୁ ଦେବୀଙ୍କ ସାହାସକିତା ଓ ନାରୀ ଶକ୍ତିର ଉର୍ଜ୍ଜା ପରାକାଷ୍ଠା ପ୍ରତିପାଦିତ କରିଥିବାରୁ ତାଙ୍କୁ ମନେ ପକାଇବା ହେଉଅଛି ଏହି ଟୁସୁ ମେଳାର ବିଶେଷତ୍ବ । 

କଳା ଓ ସଂସ୍କୃତି ଭରା ଭଞ୍ଜ ମାଟି ର ଗଣପର୍ବ ହେଉଛି ମକର ପରବ । ତଥାକଥିତ ଅଛି ମକର ପରବ ଓ ଟୁସୁ ସଂସ୍କୃତି ଇତିହାସ କୁ ଜାବୁଡି ଧରି ଦୁବୁଲାବେଡା ଟୁସୁ ମେଳା ଆଂଚଳିକ ଲୋକ ସଂସ୍କୃତିକୁ କରିଛି ରୁଦ୍ଧିମନ୍ତ । ଏହି ପାରମ୍ପାରିକ ଟୁସୁମେଳା । କାହିଁ କେଉଁ ଆବାହମାନ କାଳରୁ କିଛି ସଂସ୍କୃତି ପ୍ରେମୀ ଲୋକଙ୍କ ଦ୍ଵାରା ସୃଷ୍ଟି ହୋଇଥ‌ିବା ଏହି ମେଳା ବର୍ତ୍ତମାନର ୫ ଜି ଜମାନାରେ ମଧ୍ୟ ନିଜର ସତ୍ତାକୁ ବଜାୟ ରଖି ଯୁବପିଢ଼ୀଙ୍କୁ ସଂସ୍କୃତିର ଆକର୍ଷଣରେ ବାନ୍ଧି ରଖିପାରିଛି । ଟୁସୁ ସଂସ୍କୃତି ଭାଇଚାରା କୁ ଅତୁଟ ଭାବେ ସମାଜ କୁ ବାନ୍ଧି ରଖିପାରିଛି |ତେବେ ଆଜିର ଏହି ଟୁସୁ ମେଳାରେ ଛୋଟ ବଡ ମିଶି ମୋଟ ୧୧ ଗୋଟି ଟୁସୁ ଦଳ ଆସିଥିବା ବେଳେ ପ୍ରତ୍ୟକ ଦଳ ପାରମ୍ପାରିକ ଟୁସୁ ଗୀତରେ ନାଚି ଦର୍ଶକଙ୍କ ମନ ମୋହିଥିଲେ | ଏଥିରେ ବଡ ଟୁସୁ କୁ ତିନୋଟି ପୁରଷ୍କାର ପ୍ରଦାନ କରାଯାଇଥିଲା ସେଥି ମଧ୍ଯ ରୁ ପ୍ରଥମ ସ୍ଥାନ ଅଧିକାର କରିଥିଲେ କୁଦର ସାହି ଟୁସୁ ଦଳ , ଦ୍ବିତୀୟ ରେ ଅଁଳାଯୋଡି ଟୁସୁ ଦଳ ଓ ତୃତୀୟ ସ୍ଥାନ ଅଧିକାର କଲେ ଶିମିଳିନାଳୀ ଓ ବଡଗାଁ ଟୁସୁ ଦଳ ଙ୍କୁ ପୁରସ୍କୃତ କରା ଯାଇଥିବା ବେଳେ ଛୋଟ ଟୁସୁ କୁ ତିନୋଟି ପୁରସ୍କାର ପ୍ରଦାନ କରାଯାଇଥିଲା ଏବଂ ଅନ୍ୟ ପ୍ରତ୍ୟକ ଟୁସୁକୁ ସାନ୍ତ୍ୱନା ମୂଳକ ଅର୍ଥ ରାଶି ପ୍ରଦାନ କରାଯାଇଥିଲା  ।

ଏହି ଟୁସୁ ମେଳାକୁ ପରିଚାଳନା କରିବାରେ ସଭାପତି ବାବୁରାମ ମହାନ୍ତ ଓ ସମ୍ପାଦକ ହର ମୋହନ ମହାନ୍ତ ତଥା ଦୀପକ ମହାନ୍ତ, ଜ୍ୟୋତି ପ୍ରକାଶ ମହାନ୍ତ, ମାଧବ ମହାନ୍ତ, ଦେବାଶିଷ ମହାନ୍ତ, ଦିଲ୍ଲୀପ ମହାନ୍ତ, ବାବି ମହାନ୍ତ, ବିଭୁ ମହାନ୍ତ, ପୂର୍ଣ୍ଣ ଚନ୍ଦ୍ର ମହାନ୍ତ ଏବଂ ସମସ୍ତ କମିଟି ସଦସ୍ୟଙ୍କ ଦ୍ୱାରା ସାଫଲ୍ୟ ମଣ୍ଡିତ ହୋଇଛି |

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ମସିହା ନିଉଜ

Related posts

ଆଦର୍ଶ ପାଠାଗାରର ମାସିକ ସାହିତ୍ୟ ଆସର ,ସଂଗୀତ ଜୀବନକୁ ପ୍ରାଣବନ୍ତ କରେ…..

Sunil Chandra Nayak

ପାନପୋଷରୁ ଆରଜିଏଚକୁ ସ୍ଥାନାନ୍ତରିତ ହେବ ଶବ ବ୍ୟବଚ୍ଛେଦ ଗୃହ: ଆରଏମସି କମିଶନର

masiha

ସପ୍ତମ ତମ ବାର୍ଷିକ ଉତ୍ସବ ତଥା ସମ୍ବର୍ଦ୍ଧନା ସଭା

Sunil Chandra Nayak

Leave a Comment

error: Content is protected !!