ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସୁନାନଦୀରେ ପଡୁଛି ଫାଷ୍ଟଫୁଡର ଅଳିଆ

ସୁନାନଦୀରେ ପଡୁଛି ଫାଷ୍ଟଫୁଡର ଅଳିଆ

ଯୋଡ଼ା :-ଧନ୍ୟ କହିବ ଯୋଡ଼ା ସହରରେ ବ୍ୟବସାୟ କରୁଥୁବା କେତେକ ଫାଷ୍ଟଫୁଡ ବ୍ୟବସାୟୀଙ୍କୁ।ତେବେ ସୂଚନାଯୋଗ୍ୟ ଯୋଡ଼ା ପୌରପାଳିକା ଅନ୍ତର୍ଗତରେ ବ୍ୟବସାୟ କରୁଥିବା କେତେକ ଦେକାନ ଏବଂ ଫାଷ୍ଟଫୁଡ ବ୍ୟବସାୟୀଙ୍କ ଅଳିଆ”ଆବର୍ଜନା ଏଣେ’ତେଣେ ଫିଙ୍ଗା/ଫୁପଡା ହେଉଥିବାର ଦେଖିବାକୁ ମିଳେ।ତେବେ ଦେଖିବାକୁ ଗଲେ ଯୋଡ଼ା ପୌରକାର୍ଯ୍ୟାଳୟ ଠାରୁ ମାତ୍ର କେଇ ମିଟର ଦୂରତାରେ ଥିବା ଯୋଡ଼ା ମହିଳା ମହାବିଦ୍ୟାଳୟ ସମ୍ମୁଖର,ପାର୍କ ନିକଟ ସୁନାନଦୀ ପାଖରେ ପ୍ରତିଦିନ ସଂଧ୍ୟାରେ କେତେକ ଫାଷ୍ଟଫୁଡ, ଜଳଖିଆ ପ୍ରଭୁତିର ଠେଲାଗାଡି ବ୍ୟବସାୟ କରୁଥିବାର ଦେଖିବାକୁ ମିଳେ।ହେଲେ ସେଠାରେ ପ୍ରତିଦିନ ଫାଷ୍ଟଫୁଡ ତଥା ଜଳଖିଆ ଆଦିର ଠେଲାଗାଡି ଲାଗିଥିଲେ ମଧ୍ୟ ସେଠାକାର ବ୍ୟବସାୟୀଙ୍କ ଠାରେ ସ୍ୱଛତାର ସଚେତନତା ଅଭାବ କିମ୍ବା ମଇଳା’ଅବର୍ଜନା ପକାଇବାର ପାତ୍ର(ଡଷ୍ଟବିନ)ଅଭାବ ହେତୁ କାଗଜ ପତ୍ର , ପତ୍ର ଖଲି,ଥର୍ମୋକୋଲ ପ୍ଲେଟ ଆଦି କୁଢ଼’କୁଢ଼ ନଦୀଜଳ ଏବଂ କୁଳରେ ପଡିଥିବାର ଦେଖିବାକୁ ମିଳେ। ଫଳରେ ଯୋଡ଼ାବାସୀ ତଥା ଅଖାପାଖ ଅଞ୍ଚଳର ସାଧାରଣ ଲୋକଙ୍କ ଏକମାତ୍ର ନଦୀଜଳ ଦୂଷିତ ହେବାର ଭୟ ଘାରିଥିବା ସ୍ୱତ୍ୱେ ପୌରପାଳିକା ଦାୟତ୍ୱବାନ ଅଧିକାରୀଙ୍କ ଏଥିପ୍ରତି କୌଣସି ନିଘା ନଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଉଥିବାର ଜଣାପଡେ।ତେବେ ଦେଖାଯାଉ ଯୋଡ଼ାବାସୀ ତଥା ସମଗ୍ର ଅଞ୍ଚଳବାସୀ ନିର୍ଭର କରୁଥିବା ସୁନାନଦୀ ତଥା ଲାଇଫଲାଇନ ବୁଝାଉଥୁବା ସୁନାନଦୀ ଜଳରେ ଏହିପରି ଭାବରେ ଫାଷ୍ଟଫୁଡ, ଜଳଖିଆ ଦୋକାନ, ହୋଟେଲ ଆଦି ବ୍ୟବସାୟୀଙ୍କ ମଇଳା’ଆବର୍ଜନା ଲଗାତାର ପ୍ରତିଦିନ ପଡିବା ଯଦି ଆଗକୁ ହୁଏ, ତେବେ ସୁନାନଦୀର ପାଣି ବିଷାକ୍ତମୟ ହେବା ସହ ସାଧାରଣ ଲୋକ ନାନାଦି ରୋଗର ଆକ୍ରାନ୍ତ ହେବାର ଭୟ ଲୋକଙ୍କ ଠାରେ ଦେଖାଯିବାର ଆଲୋଚନା ହେଉଥିବାର ଶୁଣିବାକୁ ମିଳେ। 

ଦେବୀ ଦାସ ସାହୁ ଙ୍କ ରିପୋର୍ଟ୍ 

Related posts

ଶିକ୍ଷୟିତ୍ରୀଙ୍କୁ ବିଦାୟୀ ସମ୍ବର୍ଦ୍ଧନା, ଅନ୍ତିମ ଦିନରେ ଫାଇନାଲ ପେନସନ ପ୍ରଦାନ 

Sunil Chandra Nayak

ଲାଉତୁମ୍ବl କଳାକୃତି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଉଦଯାପିତ 

Sunil Chandra Nayak

ବିଶ୍ଵ ହକିକପ ଉପଲକ୍ଷେ ନେସନାଲ କଲେଜ ପରିସର ମଧ୍ୟରେ ଫଟୋଚିତ୍ର ହକି ପ୍ରଦର୍ଶନୀ

Sunil Chandra Nayak

Leave a Comment

error: Content is protected !!