ମୂଖ୍ୟମନ୍ତ୍ରୀଙ୍କ କଳାହାଣ୍ଡି ଗସ୍ତ ରେ ଓଡିଶା ଜୀବିକା ମିଶନ ଇସି ସଂଘ ଜିଲ୍ଲା ସଭାପତିଙ୍କୁ ଅଟକ ! କର୍ମକର୍ତ୍ତାଙ୍କ ନିନ୍ଦା
ଆଜି ଓଡିଶା ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ମାଝୀଙ୍କ ଭବାନୀପାଟଣା ଗସ୍ତ ପୁର୍ବରୁ ନିଖିଳ ଓଡ଼ିଶା ଜୀବିକା ମିଶନ ଇସି ସଂଘର କଳାହାଣ୍ଡି ଜିଲ୍ଲା ସଭାପତି ସରିତା ଦାସଙ୍କୁ ପୋଲିସ ତାଙ୍କ ଘରୁ ଆଣି ଥାନାରେ ଅପରାହ୍ନ ଏକ ଘଣ୍ଟା ପର୍ଯ୍ଯନ୍ତ ଅଟକ ଵନ୍ଦି କରି ରଖିବା ଘଟଣାକୁ ସଂଘର ରାଜ୍ଯ ଉପ ସାଧାରଣ ସମ୍ପାଦକ ଟୁନୀ ନାଏକ, ରାଜ୍ଯ କମିଟି ସଦସ୍ଯ ଝିଲି ବିହାର, ଜୟନ୍ତୀ ମିଶ୍ର, ଜିଲ୍ଲା ଉପଦେଷ୍ଟା ସଞ୍ଜୟ ସୁନାନୀ, ପୁରୁଷୋତ୍ତମ ଦାସ ପ୍ରମୁଖ ଦୃଢ଼ ନିନ୍ଦା କରିଛନ୍ତି। ଏଠାରେ ସୂଚନାଯୋଗ୍ୟ ଯେ, ଓଡ଼ିଶା ଜୀବିକା ମିଶନ ଏଵଂ ମିଶନ ଶକ୍ତିର ଇସି ସଦସ୍ୟଙ୍କୁ ପୁନର୍ଗଠନ ଆଳରେ ବହିଷ୍କାର ନିର୍ଦ୍ଦୈଶ ପ୍ରତ୍ୟାହାର ଦାବିରେ ବିଧାନସଭା ସମ୍ମୁଖରେ ଗତ ୧୯ମାର୍ଚ୍ଚରୁ ହଜାର ହଜାର ଇସି ସଦସ୍ଯ ଦିଵା-ରାତ୍ର ଗଣ ଧାରଣାରେ ଥିଲେ। ୨୫ ମାର୍ଚ୍ଚରେ ନିଖିଳ ଓଡ଼ିଶା ଜୀବିକା ମିଶନ ଇସି ସଂଘର ୨୦ ଜଣ ପ୍ରତିନିଧି ମିଶନ ଶକ୍ତି ବିଭାଗ ଦାୟିତ୍ଵରେ ଥିବା ଉପ-ମୂଖ୍ଯମନ୍ତ୍ରୀଙ୍କୁ ତାଙ୍କ ବିଧାନସଭା ପ୍ରକୋଷ୍ଠରେ ୪ ଜଣ ମହିଳା ବିଧାୟକଙ୍କ ଉପସ୍ଥିତିରେ ୪ଦଫା ସମ୍ବଳିତ ଦାବିପତ୍ର ଉପସ୍ଥାପନ ପରେ କାର୍ଯ୍ୟରତ ଇସି ସଦସ୍ୟଙ୍କୁ ତାଙ୍କ ସରକାର କୌଣସି ପ୍ରକାର ହଇରାଣ କରିବେ ନାହିଁ, ଏଠାରେ ପ୍ରବଳ ଖରା ଓ କାଳ ବୈଶାଖୀରେ ଯନ୍ତ୍ରଣା ଭୋଗ କରିବା ପରିବର୍ତ୍ତେ ଧାରଣା ବନ୍ଦକରି ଯାଇ ଡ୍ୟୁଟି କରିବାକୁ ପରାମର୍ଶ ଦେଲେ । ପରେ ଉପମୁଖ୍ଯମନ୍ତୀଙ୍କୁ ସଧନ୍ଯଵାଦ ଦେଇ ଦିଵା-ରାତ୍ର ଗଣଧାରଣା ସ୍ଥଗିତ କରାଗଲା। ମାତ୍ର ଉପମୁଖ୍ଯମନ୍ତ୍ରୀଙ୍କ ପ୍ରତାରଣା ୨୭ମାର୍ଚ୍ଚରେ ମିଶନ ଶକ୍ତି ବିଭାଗର ଇସି ପୁନର୍ଗଠନ ନିର୍ଦ୍ଦେଶରୁ ଜଣାପଡ଼ିଲା। ୨୬ମାର୍ଚ୍ଚରେ ସରିତା ଦାସଙ୍କ ପିତାଙ୍କ ଅସ୍ତ୍ରୋପଚାର ପାଇଁ ୨୯ମାର୍ଚ୍ଚ ପର୍ଯ୍ଯନ୍ତ ଡାକ୍ତରଖାନାରେ ତାଙ୍କ ପାଖରେ ରହି ୨୯ମାର୍ଚ୍ଚ ରାତିରେ ଭୁବନେଶ୍ଵରରୁ କଳାହାଣ୍ଡି ଫେରିଲେ। ଭୁବନେଶ୍ଵରରୁ କଳାହାଣ୍ଡି ବସରେ ଥିବା ବେଳେ ୨୯ତାରିଖ ବିଳମ୍ବିତ ରାତିରେ ଫୋନରେ ପଚରାଗଲା କେଉଁଠି ଅଛି, ବସରେ ଥିବା କଥା ଉତ୍ତର ଦିଅନ୍ତେ, ଆପଣ ଘରେ କେତେଵେଳେ ପହଞ୍ଚିବେ ପଚାରିବା ପରେ ସରିତା ଵସ ପହଞ୍ଚିବା ସମୟ କହିଥିଲେ। ସକାଳେ ପୋଲିସ ସଦଳବଳେ ଯାଇ ତାଙ୍କ ଘରୁ ତାଙ୍କୁ ପୋଲିସ ଗାଡିରେ ଆଣିବା ପାଇଁ ବାଧ୍ୟ କରୁ ଥିବା ବେଳେ ତାଙ୍କ ସ୍ଵାମୀ ପୁରୁଷୋତ୍ତମ ତାଙ୍କ ଅଟକର କାରଣ ପଚାରି ଥିଲେ।ପୋଲିସ କହିଲେ କି ଥାନାରେ କହିବୁ ଏହାପରେ ପୁରୁଷୋତ୍ତମ ଶ୍ରୀମତୀ ଦାସଙ୍କୁ ନିଜ ଗାଡ଼ିରେ ଥାନାକୁ ନେଇଥିଲେ । ଥାନାରେ ପହଞ୍ଚିବା ପରେ ପୋଲିସ ତାଙ୍କୁ ଇସି ସଂଘ ସରକାର ବିରୋଧରେ ଲଢୁଥିଵାରୁ ତାଙ୍କୁ ଅଟକ ରଖାଗଲା ବୋଲି କହି ଅପରାହ୍ନ ୧ ଘଣ୍ଟା ୩୦ ପର୍ଯ୍ୟନ୍ତ ଥାନାରେ ଅଟକ ରଖିବା ସ୍ପଷ୍ଟ ହୋଇଥିଲା। ମୋହନ ସରକାର ଲୋକଙ୍କ ସରକାର ବୋଲି ଦାବି କରୁଥିଲେ ହେଁ ଓଡ଼ିଶାର ଏକ ଲକ୍ଷ ଅଣଷଠି ହଜାର ଜୀବିକା ମିଶନ ଏଵଂ ମିଶନ ଶକ୍ତି କାର୍ଯ୍ଯରତ ଇସି ସଦସ୍ୟଙ୍କୁ କାମରୁ ହଟାଇବା, ଓ ନିଖିଳ ଓଡ଼ିଶା ଜୀଵିକା ମିଶନ ଇସି ସଂଘ ର କଳାହାଣ୍ଡି ଜିଲ୍ଲା ସଭାପତିଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପାଇଁ ଅଟକ ରଖିଵା ଘଟଣାରେ ମହିଳା ବିରୋଧୀ ମୋହନ ସରକାରଙ୍କୁ ସଂଘ ପକ୍ଷରୁ ଦୃଢ ନିନ୍ଦା ସହ ଆଗାମୀ ଦିନରେ ସରକାରଙ୍କ ମହିଳା କର୍ମଚାରୀ ଵିରୋଧୀନୀତି ପାଇଁ ସବୁ ସ୍ଥାନରେ ପ୍ରତିବାଦ କରାଯିବ ଵୋଲି ଚେତାବନୀ ଦିଆଯାଇଛି।
ରଜନୀ କାନ୍ତ ସମର୍ଲିଆ ଙ୍କ ରିପୋର୍ଟ୍

