ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମୋ ଘର ପାଇଁ ଭିଏଲଇ ପ୍ରଶିକ୍ଷଣ ଓ ସଚେତନତା ଶିବିର ଅନୁଷ୍ଠିତ

କୋକସରା,୩/୬- ରାଜ୍ୟ ସରକାର 5 ଟି ଯୋଜନାରେ ମୋ ଘର ଯୋଜନା ଘୋଷଣା କରିଛନ୍ତି। ଗରିବ ଓ ମଧ୍ୟବିତ୍ତ ପରିବାରକୁ ମୋ ଘର ଯୋଜନାରେ ଘର ନିର୍ମାଣ ଓ ସମ୍ପ୍ରସାରଣ କରିବା ପାଇଁ ଆର୍ଥିକ ସହାୟତା ବ୍ୟାଙ୍କରୁ ଋଣ ଜରିଆରେ ମୋ ଘର ହିତାଧିକାରୀଙ୍କୁ ଯୋଗାଇ ଦିଆଯିବ । ଏହି ଯୋଜନାରେ କେମିତି ଯୋଗ୍ୟ ହିତାଧିକାରୀ ଘର ପାଇବେ, ଋଣ କେମିତି ପାଇବେ, କେତେ ସବସିଡ଼ି ପାଇବେ ସେନେଇ ଶୁକ୍ରବାର ଏକ କର୍ମଶାଳା କୋକସରା ବ୍ଲକ ସଭାଗୃହରେ ବ୍ଲକର ଭି ଏଲ ଇ ଙ୍କୁ ନେଇ ଏକ ପ୍ରଶିକ୍ଷଣ ଓ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି କର୍ମଶାଳାରେ ଜିଲ୍ଲା ଇ ଗଭରମେଣ୍ଟ ମ୍ୟାନେଜର ସଞ୍ଜୀବ କୁମାର ଚୌଧୁରୀ, ଜିଲ୍ଲା ମୋ ସେବା କେନ୍ଦ୍ର ପରିଚାଳକ ସ୍ୱାଗତ ରଞ୍ଜନ ସାହୁ ଯୋଗଦେଇ ବ୍ଲକରେ କାର୍ଯ୍ୟରତ ଭି ଏଲ ଇ ମାନଙ୍କୁ ପ୍ରଶିକ୍ଷଣ ଦେଇଛନ୍ତି। ଏହି କର୍ମଶାଳାରେ ବ୍ଲକ ଭି ଏଲ ଇ ଶରତ କୁମାର ଦାସ, ରୋହିତ କୁମାର ଗୋପାଳ, ଗୋରେଖ ନାଏକ, ନାରାୟଣ ନାଏକ, ଅର୍ଜୁନ ମାଝୀ, ବିକ୍ରମ ନାଏକ, ଖୁଶିରାମ ଦାସ, ମାନସ ରଞ୍ଜନ ସିଂ, ଅଜୟ କୁମାର ଯାଦବ, କାଳିକୃଷ୍ଣ ସିଂ, ସୁରେନ୍ଦ୍ର ଯୋଶୀ, ଅନିତା ଗୋପାଳ ପ୍ରମୁଖ ଉପସ୍ଥିତ ରହି ପ୍ରଶିକ୍ଷଣ ଶିବିରରେ ଭାଗ ନେଇଥିଲେ।

ମସିହା ନିଉଜ ସର୍ଭିସ୍ 

Related posts

ରାତି ଅଧରେ ବିଧାନସଭା ଅଧିବେଶନ ବାତିଲ ନିଷ୍ପତ୍ତିର ପ୍ରତିବାଦ ବିଜୁ ବାବୁଙ୍କୁ ଅପମାନସୂଚକ ମନ୍ତବ୍ୟର ନିନ୍ଦା ପ୍ରସ୍ତାବ ଉପରେ ଆଲୋଚନା କରିବାକୁ ଚାହୁଁ ନାହାନ୍ତି ରାଜ୍ୟ ସରକାର: ବିଜେଡି

Sunil Chandra Nayak

‘ଦୃଷ୍ଟି’ କାର୍ଯ୍ୟକ୍ରମ ଅଧୀନରେ ଜିନ୍ଦଲ ଫାଉଣ୍ଡେସନର ଚକ୍ଷୁ ଚିକିତ୍ସା ଶିବିର

Sunil Chandra Nayak

ଜି ସାର୍ଥକର ଦିଦି ନଂ-୧ ସୋ ରେ ସୁନ୍ଦରଗଡ଼ ଜିଲ୍ଲା ରୁ ଉଦଘୋଷିକା ଦିଦି ନଂ- ୧ ମୋନାଲିସା ସାହୁ

masiha

Leave a Comment

error: Content is protected !!