ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରେଗଡା: ୨୦୧୩ ମାଟ୍ରିକ ବ୍ୟାଚର ବନ୍ଧୁ ମିଳନ ପ୍ରସ୍ତୁତି ବୈଠକ

ରେଗଡା: ୨୦୧୩ ମାଟ୍ରିକ ବ୍ୟାଚର ବନ୍ଧୁ ମିଳନ ପ୍ରସ୍ତୁତି ବୈଠକ

କର୍ଲାମୁଣ୍ଡା: କର୍ଲାମୁଣ୍ଡା ବ୍ଲକ୍ ରେଗଡା ଗ୍ରାମ ପଞ୍ଚାୟତ ଉଚ୍ଚ ବିଦ୍ୟାପୀଠ ରେଗଡା ର ୨୦୧୩ ମସିହା ୧୦ମ ଶ୍ରେଣୀ ର ହ୍ୱାଟସଆପ୍ ଭଏସ କଲ ମାଧ୍ୟମରେ ବନ୍ଧୁମିଳନ ପାଇଁ ଏକ ଡିଜିଟାଲ ପ୍ରସ୍ତୁତି ସଭା ଅନୁଷ୍ଠିତ ହୋଇଯାଇଛି l ପୂରାତନ ଛାତ୍ର ଲିଙ୍ଗେଶ୍ୱର ସାହୁଙ୍କ ନେତୃତ୍ୱରେ ଦୀର୍ଘ ଏକ ଘଣ୍ଟା ୩୦ ମିନିଟ ଆଲୋଚନା ହୋଇଥିଲା l ଦୀର୍ଘ ୧୧ ବର୍ଷର ସାଙ୍ଗ ସାଥିଙ୍କ ସହ ମିଶି ପୁରୁଣା ସମ୍ପର୍କକୁ ମନେ ପକେଇବା ପାଇଁ ବନ୍ଧୁମିଳନ କାର୍ଯ୍ୟକ୍ରମ କରିବା ପାଇଁ ସର୍ବସମ୍ମତି କ୍ରମେ ପ୍ରସ୍ତାବ ସମର୍ଥନ କରା ଯାଇଥିଲା l ଆଗାମୀ ଦିନରେ ପ୍ରଚୁର ଖରା ଯୋଗୁଁ କିଭଳି ସମସ୍ତ ଭାଇଭଉଣୀ କାର୍ଯ୍ୟକ୍ରମରେ ଯୋଗଦେଇ ପାରିବେ ସେ ନେଇ ବିଚାର ବିମର୍ଶ ପରେ ଆଖପାଖ ଅଞ୍ଚଳ ର ପ୍ରସିଦ୍ଧ ସ୍ଥାନ ଶାନ୍ତିବନ୍ଧ ଯୋରାଡବରା ଓ ଶୈବପୀଠ ବେଳଖଣ୍ଡି କୁ ଶୈବପୀଠ କୁ ଚୟନ କରାଯାଇଛି l ମହାସମାରୋହରେ ବନ୍ଧୁମିଳନ କାର୍ଯ୍ୟକ୍ରମ କରିବାକୁ ପ୍ରସ୍ତାବିତ ହୋଇଛି ତେଣୁ ଯେଉଁ ମାନେ ମିଟିଂ ରେ ଯୋଗଦେଇ ନାହିଁ ସେମାନଙ୍କୁ ଜଣେଇ ଦେବାପାଇଁ ନିଜ ଗାଁ ସଦସ୍ୟଙ୍କୁ ଦାୟିତ୍ଵ ଦିଆଯାଇଛି l ଆଗକୁ ମହାଶିବ ରାତ୍ରି ଓ ବିବାହ ଉତ୍ସବ ଥିବାରୁ ଧ୍ୟାନରେ ରଖି ଆଗାମୀ ଦିନରେ ତାରିଖ ଘୋଷଣା କରାଯିବା ନେଇ ଆଲୋଚନା ହୋଇଛି l ଶେଷରେ ଅଶୋକ ସାହୁ ଶୁଭ ସନ୍ଧ୍ୟା ସହ ଧନ୍ୟବାଦ ଦେଇ ସଭା ସମାପ୍ତ କରିଥିଲେ l

କର୍ଲାମୁଣ୍ଡାରୁ ସୁଶାନ୍ତ ରଣାଙ୍କ ରିପୋର୍ଟ, ମସୀହା

Related posts

ଉତ୍କଳ ଆଲୁମିନା ପକ୍ଷରୁ କାଶୀପୁର ବ୍ଲକ୍‌ରେ ସ୍ବାସ୍ଥ୍ୟ କର୍ମଶାଳା ଆୟୋଜିତ

masiha

ପ୍ରାଧନାଶିକ୍ଷୟତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର 

Sunil Chandra Nayak

ନୂଆପଡ଼ାରେ ଉତ୍ସାହର ସହ ପାଳିତ ହେଲା ବିଶ୍ୱ ପରିବେଶ ଦିବସ ‘ଗଛ ବଞ୍ଚିଲେ ଆମେ ବଞ୍ଚିବା’: ପ୍ରକୃତି ସୁରକ୍ଷା ପାଇଁ ଜିଲ୍ଲାପାଳଙ୍କ ଆହ୍ୱାନ

Leave a Comment

error: Content is protected !!