ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

୪ ଟି ଜିଲ୍ଲାର ଜିଲ୍ଲାପାଳଙ୍କୁ ନେଇ ରାଜ୍ୟ ନିର୍ବାଚନ କମିଶନରଙ୍କ ସମୀକ୍ଷା

୪ ଟି ଜିଲ୍ଲାର ଜିଲ୍ଲାପାଳଙ୍କୁ ନେଇ ରାଜ୍ୟ ନିର୍ବାଚନ କମିଶନରଙ୍କ ସମୀକ୍ଷା

କୋରାପୁଟ,୧୨।୩। // ଆସନ୍ତା ତ୍ରିସ୍ତରୀୟ ପଞ୍ଚାୟତ ଏବଂ ସହରାଞ୍ଚଳ ନିର୍ବାଚନ ପାଇଁ ରାଜ୍ୟ ନିର୍ବାଚନ କମିଶନର ମଧୁସୁଦନ ପାଢୀ ସ୍ଥାନୀୟ ଦକ୍ଷତା ବୃଦ୍ଧି ତାଲିମ କେନ୍ଦ୍ର ସଭାଗୃହ ଠାରେ ଅବିଭକ୍ତ କୋରାପୁଟ ଜିଲ୍ଲାର ଜିଲ୍ଲାପାଳ ମାନଙ୍କୁ ନେଇ ସମୀକ୍ଷା କରିଛନ୍ତି। ଗତ ନିର୍ବାଚନରେ କେତେ ସମ୍ବେଦନଶୀଳ ବୁଥ ରହିଥିଲା ଏବଂ କେତେ ଅର୍ଥ ଖର୍ଚ୍ଚ କରାଯାଇଥିଲା ତାହାକୁ ନେଇ ଚାରୋଟି ଜିଲ୍ଲାର ଜିଲ୍ଲା ପଞ୍ଚାୟତ ଅଧିକାରୀ ଏବଂ ସହରାଞ୍ଚଳ ନିର୍ବାହୀ ଅଧିକାରୀ ମାନଙ୍କ ଠାରୁ ସେ ପଚାରି ବୁଝିଥିଲେ। ଗତ ନିର୍ବାଚନରେ ହୋଇଥିବା ଅସ୍ଥାୟୀ ବୁଥ ଗୁଡ଼ିକ ସ୍ଥାୟୀ କରିବାକୁ ଜିଲ୍ଲାପାଳ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ସେ କହିଛନ୍ତି। ବାହାର ରାଜ୍ୟରୁ ବାଲେଟ ବକ୍ସ ଅଣାଯାଇଥିଲା ଏବଂ ନିର୍ବାଚନ ପରେ ଫେରାଇ ଦିଆଯାଉଥିଲା। ଏଥି ପାଇଁ ଅର୍ଥ ଖର୍ଚ୍ଚ କରାଯାଉଥିଲା।ଏବେ ଆମ ରାଜ୍ୟ ଆତ୍ମନିର୍ଭରଶୀଳ ହୋଇ ବାଲେଟ ବାକ୍ସ ନିର୍ମାଣ କରିବାକୁ ଯାଉଥିବା ସେ କହିଛନ୍ତି।ବିଭିନ୍ନ ଷ୍ଟୋରରେ ରହିଥିବା ପୁରୁଣା ବାଲେଟ ବାକ୍ସ ଗୁଡ଼ିକ କିପରି ଅଛି ତାହାର ସ୍ଥିତି ଅନୁଧ୍ୟାନ କରିବା ପରେ ତାହାର ମରାମତି କରିବାକୁ ନିର୍ଦ୍ଦେଶ ଦିଆଯାଇଥିବା ସେ କହିଛନ୍ତି।ଏହି ବୈଠକରେ କୋରାପୁଟ ଜିଲ୍ଲାପାଳ ଭି କୀର୍ତ୍ତି ୱାସନ, ନବରଙ୍ଗପୁର ଜିଲ୍ଲାପାଳ ଡ. ଶୁଭଙ୍କର ମହାପାତ୍ର, ମାଲକାନଗିରି ଜିଲ୍ଲାପାଳ ଆଶିଷ ଇଶ୍ଵର ପାଟିଲ ଏବଂ ରାୟଗଡ଼ା ଅତିରିକ୍ତ ଜିଲ୍ଲାପାଳ ନିହାର ରଞ୍ଜନ କହଁର ପ୍ରମୁଖ ଉପସ୍ଥିତ ଥିଲେ।କୋରାପୁଟ ଜିଲ୍ଲା ପଞ୍ଚାୟତ ଅଧିକାରୀ ଯୁଗଳ କିଶୋର ନାୟକଙ୍କ ସହ ଅନ୍ୟ ଜିଲ୍ଲାର ପଞ୍ଚାୟତ ଅଧିକାରୀ ମାନେ ଉପସ୍ଥିତ ଥିଲେ।କୋରାପୁଟ ପୌର ପରିଷଦ ନିର୍ବାହୀ ଅଧିକାରୀ ସୟଦ ସବିର ସାହାଙ୍କ ସହ ଅନ୍ୟ ପୌରାଞ୍ଚଳର ନିର୍ବାହୀ ଅଧିକାରୀ ମାନେ ଉପସ୍ଥିତ ଥିଲେ। ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ବେଣୁଧର ଶବର ଯୋଗଦେଇ ପରିଚାଳନା କରିଥିଲେ। 

ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

କୋରାପୁଟ ଜିଲ୍ଲା ସାମ୍ବାଦିକ ସଙ୍ଘ ର ବାର୍ଷିକ ଅଧିବେଶନ, ନିର୍ବାଚନ ପୂର୍ବରୁ ପେନସନ ଦିଅ

masiha

ପିଲାମାନେ ପର କରି ଥିବା ପିତା ମାତାଙ୍କୁ ଆପଣାର କରି ପୂଜାର୍ଚନା କଲେ ଶ୍ରୀ ଜଗନ୍ନାଥ ଟ୍ରଷ୍ଟ ର କର୍ମକର୍ତା 

Sunil Chandra Nayak

ଝରାଡିହି ଠାରେ ସମବାୟ ସମିତି ଲ୍ୟାମ୍ପସ ପକ୍ଷରୁ ସଚେତନତା ଶିବିର

Sunil Chandra Nayak

Leave a Comment

error: Content is protected !!